ହାଇଦ୍ରାବାଦ – ଦକ୍ଷିଣ ଭାରତୀୟ ରାଜ୍ୟ ତେଲେଙ୍ଗାନାର ପେଦ୍ଦାପଲ୍ଲି ଜିଲ୍ଲାରୁ ଏକ ଖବର ସାମନାକୁ ଆସିଛି। ମନୈର ନଦୀରେ ଏକ ନିର୍ମାଣାଧିନ ପୋଲର ଗୋଟିଏ ଭାଗ ସୋମବାର ରାତିରେ ଭାଙ୍ଗି ଯାଇଛି। ଖୁବ୍ ଜୋରରେ ପବନ ବହିବା କାରଣରୁ ପୋଲର ଦୁଇଟି ସିମେଣ୍ଟ ଗାର୍ଡର ଖସି ପଡ଼ିଥିଲା। ଘଟଣା ବିଳମ୍ୱିତ ରାତିରେ ହୋଇଥିବା କାରଣରୁ କେହି ହତାହତ ହୋଇ ନାହାନ୍ତି।
ପୁଲିସ ଅନୁସାରେ , ପେଦ୍ଦାପଲ୍ଲି ଜିଲ୍ଲାର ଓଡେଡୁ ଓ ଜୟଶଙ୍କର ଭୂପାଲପଲ୍ଲି ଜିଲ୍ଲାର ଗାର୍ମିଲପଲ୍ଲି ମଧ୍ୟରେ ମନୈର ନଦୀରେ ତିଆରି ଏହି ପୋଲର ନିର୍ମାଣ ୨୦୧୬ରେ ଆରମ୍ଭ ହୋଇଥିଲା।
ହେଲେ , ଠିକାଦାରଙ୍କ ଅଦଳବଦଳ ଓ ଅର୍ଥର ଅଭାବ ଯୋଗୁଁ ନିର୍ମାଣ କାର୍ଯ୍ୟରେ ଲଗାତାର ବିଳମ୍ୱ ହେଉଥିଲା। ସ୍ଥାନୀୟ ଲୋକେ ଅନ୍ତରୀଣ ଭାବେ ଏକ ଅସ୍ଥାୟୀ ରାସ୍ତାର ବ୍ୟବହାର କରିବା ଆରମ୍ଭ କରିଦେଇ ଥିଲେ। ଘଟଣାଟି ରାତିରେ ଘଟି ଥିବାରୁ କାହାର କିଛି ଜୀବନହାନି ହୋଇନାହିଁ । ହେଲେ ବାହାଘରକୁ ଯାଉଥିବା ଏକ ବସ୍ରେ ଥିବା ଲୋକେ ଖୁବ୍ ଭାଗ୍ୟଶାଳୀ ରହିଥିଲେ। କୁହାଯାଉଛି ପୋଲ ଭୁଷୁଡ଼ିବାର ଏକ ମିନିଟ ପୂର୍ବରୁ ବିଁ ସେ ବସ ସେହି ପୋଲ ତଳେ ଯାଇଥିଲା।
ପୋଲର ଭିତ୍ତିପ୍ରସ୍ତର ୨୦୧୬ରେ ପଡ଼ିଥିଲା ଏବଂ ବର୍ଷେ ଭିତରେ ପୂରା ହେବାର ଆଶା କରାଯାଉ ଥିଲା । ଏହାର ଆନୁମାନିକ ମୂଲ୍ୟ ଆରମ୍ଭରେ ୪୬ କୋଟି ଟଙ୍କା ଥିଲା। ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହୋଇ କହିଥିଲେ ୮ ବର୍ଷ ପରେ ମଧ୍ୟ ପୋଲଟି ସଂପୂର୍ଣ୍ଣ ହୋଇ ପାରିଲା ନାହିଁ , କାରଣ ଠିକାଦାର ମଝିରେ କାମ ବନ୍ଦ କରି ଦେଇ ଥିଲେ। ଘଟଣାର ସୂଚନା ପାଇବା ପରେ ଅଧିକାରୀମାନେ ମଙ୍ଗଳବାର ଘଟଣାସ୍ଥଳକୁ ଗସ୍ତ କରିଥିଲେ ଏବଂ ସ୍ଥିତିର ଆକଳନ କରିଥିଲେ।