ପ୍ରମୂଖ ଖବର
  • ଆସିକା : ଜମି ବିବାଦରୁ ଗଡ଼ିଲା ମୁଣ୍ଡ, ଗଳା କାଟି ଯୁବକଙ୍କୁ ହତ୍ୟା
  • ||
  • କେନ୍ଦୁଝର : ଚୋରି କରିବାକୁ ଆସି ପେଟପୂଜା, ଦୋକାନ ତାଲା ଭାଙ୍ଗି ଖାଇଦେଲେ ରାବିଡ଼ି ଲସି
  • ||
  • ମାଲକାନଗିରି : ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ରୋଗୀଣା ମା'କୁ ଭାରରେ ବୋହିଲା ପୁଅ
  • ||
  • ବୌଦ୍ଧ : ୨୨ କେଜି ଗଞ୍ଜେଇ ସହ ୪୦ ହଜାର ଟଙ୍କା ଜବତ, ଜଣେ ଗିରଫ
  • ||
  • ଭଦ୍ରକ : ନାଳରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ
  • ||
  • କାମାକ୍ଷାନଗର : ୪ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ, ୨ ଗିରଫ
  • ||
  • ଆଜି ରାଜ୍ୟ କ୍ୟାବିନେଟ୍‌, ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତିର ଲାଗିପାରେ ମୋହର
  • ||
  • ଆସିଲା ଶୀତ : ୨୦ ଡିଗ୍ରୀ ତଳେ ୧୫ ସହର
  • ||
  • ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
  • ||
  • ବଡଓଷାରେ ଧବଳେଶ୍ଵର ପୀଠ ଲୋକାରଣ୍ୟ, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା
  • ||
  • କୋରାପୁଟ : ଆର୍ମି ଡ୍ରେସ୍ ପିନ୍ଧି ଗଞ୍ଜେଇ ଚାଲାଣ, ଜଣେ ଗିରଫ
  • ||

ଅଚାନକ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କ ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ ଏବଂ ଯାଞ୍ଚ

ମାଲକାନଗିରି,୨୩/୧୦ : ଅଚାନକ ଭାବେ ଅତିରିକ୍ତ ଜିଲ୍ଲାପାଳ ମାଲକାନଗିରି ଓ ମାଥିଲି ବ୍ଲକରେ ଥିବା ଏସଏଚଜି ଗ୍ରୁପର ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ଛତୁଆର ମାନ ଯାଞ୍ଚ କରିଛନ୍ତି । ଆଜି ମାଲକାନଗିରି ଜିଲ୍ଲାରେ ମାଲକାନଗିରି ଓ ମାଥିଲି ବ୍ଲକର ତିନୋଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ ସହ ଛତୁଆର ମାନ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯାଂଚ କରିଛନ୍ତି । ମାଲକାନଗିରି ବ୍ଲକର ଏମ୍‌.ଭି. ୮ ଗ୍ରାମରେ ଥିବା ମା’ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଛତୁଆକେନ୍ଦ୍ର ଏବଂ ମାଥିଲିର ମା’ ସୁବଳେଶ୍ୱରୀ, ଜୟ ଜଗନ୍ନାଥ ଛତୁଆ କେନ୍ଦ୍ର ଯାଂଚ କରିଥିଲେ । ଯାଂଚ ସମୟରେ ଛତୁଆରେ ବାଦାମର ମାନ ଭଲ ନ ଥିବା ଦେଖିବାକୁ ପାଇଥିଲେ । 

ସରକାରଙ୍କ ନିୟମ ଅନୁଯାୟୀ ଛତୁଆ ପ୍ରସ୍ତୁତ ପାଇଁ ଉନ୍ନତମାନର ଗହମ, ବାଦାମ, ବୁଟ, ଚିନି ମିଶ୍ରଣ କରାଯାଇ ପୁଷ୍ଟିକର ଛତୁଆ ପ୍ରସ୍ତୁତି ହେବା କଥା । ତେବେ ଚିନି ମିଶ୍ରଣ ପରେ ଛତୁଆର ଠିକ ଭାବେ ମାନ ପରୀକ୍ଷା କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରେ ୧୩୩୦ଟି ଅଙ୍ଗନ ୱାର୍ଡି କେନ୍ଦ୍ର ରହିଛି । ଏସଏଚଜି ଗ୍ରୁପକୁ ୧୧ଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ଦାୟିତ୍ୱ ଦିଆଯାଇଛି । ସେମାନେ ଛତୁଆ ପ୍ରସ୍ତୁତ କରି ଅଙ୍ଗନ ୱାଡ଼ି କେନ୍ଦ୍ରକୁ ଯୋଗାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.