ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ରିପୋର୍ଟ ଦେଲା ୟୁସିସି କମିଟି, ଲାଗୁ କରିବାକୁ ଖୁବ୍‌ଶୀଘ୍ର ସ୍ଥିର ହେବ ତାରିଖ...

Published By : Prameya | October 19, 2024 10:49 AM

ଡେରାଡୁନ,୧୯/୧୦: ଅବସରପ୍ରାପ୍ତ ଆଇଏଏସ୍‌  ଅଫିସର ଶତ୍ରୁଘ୍ନ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ୟୁସିସି (ସମାନ  ନାଗରିକ ସଂହିତା) କମିଟି ଶୁକ୍ରବାର ତାଙ୍କ ରିପୋର୍ଟ ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟରେ  କିଭଳି ଭାବେ ୟୁସିସି ଲାଗୁ କରାଯିବ ସେହି ସଂକ୍ରାନ୍ତରେ  ସବିଶେଷ ଯୋଜନା ଓ ପ୍ରସ୍ତାବ ଏହି ଚିଠା ରିପୋର୍ଟରେ ସ୍ଥାନ  ପାଇଛି । ରାଜ୍ୟ କ୍ୟାବିନେଟ ବୈଠକ ବସି ରିପୋର୍ଟ ଉପରେ  ବିଚାରବିମର୍ଶ କରାଯିବ ଏବଂ କେବେଠାରୁ ଏହାକୁ ଲାଗୁ  କରାଯିବ ସେ ନେଇ ଦିନଧାର୍ଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 

ସେ କହିଛନ୍ତି ରିପୋର୍ଟରେ ୪ଟି ଭାଗ  ରହିଛି । ଯଥା ବିବାହ ପଞ୍ଜିକରଣ ଓ ବିଚ୍ଛେଦ, ଲିଭ୍‌-ଇନ୍‌-ସମ୍ପର୍କ, ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଏବଂ ଉତ୍ତରାଧିକାରୀ  ଆଇନ ଆଦି ସମ୍ପର୍କରେ ରିପୋର୍ଟରେ ସବିଶେଷ ପ୍ରସ୍ତାବ  ରହିଛି । ୟୁସିସି ଲାଗୁ କରିବାକୁ ହେଲେ ରାଜ୍ୟରେ ଅଫିସର ଓ ସରକାରୀ କର୍ମଚାରୀଙ୍କୁ ତାଲିମ ଦେବାକୁ ପଡିବ । ଜନସାଧାରଣ  ଯେଭଳି ସହଜରେ ୟୁସିସିକୁ ବୁଝିପାରିବେ ସେଥିପାଇଁ ଏକ  ମୋବାଇଲ ଆପ୍‌ ଓ ପୋର୍ଟାଲର ମଧ୍ୟ ବ୍ୟବସ୍ଥା କରାଯାଇଛି । ଦେବଭୂମି ଉତ୍ତରାଖଣ୍ଡରେ ପ୍ରତ୍ୟେକ ନାଗରିକ ସମାନ ନ୍ୟାୟ  ପାଇବେ । ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ଦୃଷ୍ଟିରେ ରଖି  ବିଲ୍‌ ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ରାଜ୍ୟରେ ୟୁସିସି ଲାଗୁ  ହେବ । ସ୍ୱାଧୀନତା ପରେ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ  ୟୁସିସି ଲାଗୁ କରିବାକୁ ଯାଉଛି ବୋଲି ଧାମି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.