ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅନାବଶ୍ୟକୀୟ ମେଡିକାଲ ବିଲ୍ ଉପରେ ଲଗାମ ଲଗାଇବେ ସରକାର, ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆସିବ କ୍ଲେମ ପୋର୍ଟାଲ

Published By : Harapriya Biswal | July 10, 2025 8:05 PM

ନୂଆଦିଲ୍ଲୀ,୧୦।୭: ଦେଶରେ ବଢୁଥିବା ମେଡିକାଲ ବିଲ୍ ଓ ଅନାବଶ୍ୟକୀୟ ଖର୍ଚ୍ଚ ଉପରେ ଲାଗିବ ଲଗାମ। କେନ୍ଦ୍ର ସରକାର ଆଣୁଛନ୍ତି ନୂଆ ନିୟମ। ରଏଟର୍ସର ଏକ ରିପୋର୍ଟ ଅନୁସାରେ, ସରକାର ବର୍ତ୍ତମାନର ମେଡିକାଲ ଇନସ୍ୟୁରାନ୍ସ କ୍ଲେମ ପୋର୍ଟାଲକୁ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆଣିବାର ଯୋଜନା ତିଆରି କରୁଛନ୍ତି। ଏହାର ଲକ୍ଷ୍ୟ ହସ୍ପିଟାଲ ଦ୍ବାରା ରୋଗୀ ଓ ବୀମାକୃତ ବ୍ୟକ୍ତିଙ୍କୁ ଅନାବଶ୍ୟକୀୟ ମେଡିକାଲ ବିଲ୍‌ ଉପରେ ଲଗାମ ଲଗାଇବା। ରିପୋର୍ଟ ଅନୁସାରେ, ଯୋଜନାରେ ଏହି କଥା ମଧ୍ୟ ରହିଛି ଯେ, ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDAI) ଏହା ଉପରେ ଦୃଷ୍ଟି ରଖିବ, ଫଳରେ ରୋଗୀଙ୍କ ପକେଟ୍ ଉପରେ ଅନାବଶ୍ୟକୀୟ ବୋଝ ପଡିବନି।

ବୃତ୍ତିଗତ ସେବା ସଂସ୍ଥା ‘ଏଓନ’ ର ଗ୍ଲୋବାଲ୍ ମେଡିକାଲ୍ ଟ୍ରେଣ୍ଡ୍ ରେଟ୍ ରିପୋର୍ଟ ଅନୁଯାୟୀ, ୨୦୨୫ ରେ ଭାରତରେ ସ୍ୱାସ୍ଥ୍ୟ ସେବା ଖର୍ଚ୍ଚ ୧୩ ପ୍ରତିଶତ ବୃଦ୍ଧି ପାଇବାର ଆକଳନ କରାଯାଇଛି, ଯାହାକି ବିଶ୍ୱରେ ହାରାହାରି ୧୦ ପ୍ରତିଶତରୁ ଅଧିକ। ଏକ ବର୍ଷ ପୂର୍ବେ ଏହା ୧୨ ପ୍ରତିଶତ ଥିଲା। ସରକାର ଏବଂ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDAI) ଦ୍ୱାରା ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ହସ୍ପିଟାଲଗୁଡ଼ିକ ରୋଗୀଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରୁଛନ୍ତି ଏବଂ ଅଧିକ କଭର୍ ଥିବା ଲୋକଙ୍କଠାରୁ ଅଧିକ ଅର୍ଥ ଆଦାୟ କରୁଛନ୍ତି।

ରାଷ୍ଟ୍ରୀୟ ସ୍ତରରେ ହେଲଥ୍ କ୍ଲେମ୍ ଏକ୍ସଚେଞ୍ଜ(ଯେଉଁ ବୀମା କମ୍ପାନୀ, ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ଓ ରୋଗୀଙ୍କ ଭିତରେ ଏକ ଲିଙ୍କ୍ ଭାବରେ କାମ କରେ) କଡା ନଜର ରଖିବା ଫଳରେ ଏହା ସୁଧାର ହୋଇପାରିବ।  ବର୍ତ୍ତମାନ ଏକ୍ସଚେଞ୍ଜର ଦେଖାଶୁଣା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ଦ୍ବାରା କରାଯାଏ। ଓ୍ବେବସାଇଟ୍ ଅନୁସାରେ, ଏହାକୁ ବୀମା ନିୟାମକ ସହ ପରାମର୍ଶ ପରେ ବିକଶିତ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.