ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ରାଜ୍ୟରେ ୧୧ରୁ ‘ଆୟୁଷ୍ମାନ ଭାରତ’, ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା

Published By : Prameya | April 5, 2025 11:36 AM

Image Courtesy: livemint

ଭୁବନେଶ୍ୱର,୦୫/୦୪: ଆସନ୍ତା ୧୧  ତାରିଖରେ ରାଜ୍ୟରେ ଶୁଭାରମ୍ଭ ହେବ ‘ଆୟୁଷ୍ମାନ  ଭାରତ’ ଯୋଜନା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର  ଶୁଭାରମ୍ଭ କରିବେ । ସାଂସଦ ଓ ବିଧାୟକଙ୍କ  ପାଇଁ ଆୟୋଜିତ ଏକ ପ୍ରଶିକ୍ଷଣ ଶିବିରକୁ ମଧ୍ୟ ସେ ସମ୍ବୋଧିତ କରିବେ ବୋଲି ଦଳୀୟ  ସୂତ୍ରରୁ ସୂଚନା ମିଳିଛି । ୧୦ ତାରିଖ ସନ୍ଧ୍ୟାରେ  ଶ୍ରୀ ନଡ୍ଡା ଓଡ଼ିଶାରେ ପହଞ୍ଚିବେ । ୧୧ ତାରିଖରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରିବେ ।  ପରେ ଦଳୀୟ ବୈଠକରେ ସାମିଲ ହେବେ ।  ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାଂସଦ ଓ  ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ  ଗୁରୁମନ୍ତ୍ର ଦେବେ । ବିଜେପି ରାଜ୍ୟ ସଭାପତି  ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି । ୧୨  ତାରିଖ ସନ୍ଧ୍ୟାରେ ଶ୍ରୀ ନଡ୍ଡା ଦିଲ୍ଲୀ ଫେରିଯିବେ । 

ଦୀର୍ଘବର୍ଷର ଅପେକ୍ଷା ପରେ ଏହି ବହୁ  ପ୍ରତୀକ୍ଷିତ କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଲାଗୁ  ହେବାକୁ ଯାଉଛି । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ  ହେବ । ଉଭୟ ସ୍ୱାସ୍ଥ୍ୟ ଯୋଜନାରେ ରାଜ୍ୟର  ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ପରିବାର ପିଛା ବାର୍ଷିକ ୫ ଲକ୍ଷ  ଓ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର କ୍ୟାସଲେସ୍‌ ଚିକିତ୍ସା  ସୁବିଧା ମିଳିବ । ଦେଶର ୨୯ ହଜାର ଘରୋଇ ଓ ସରକାରୀ  ହସ୍ପିଟାଲରେ ଏହି ଯୋଜନାରେ ଚିକିତ୍ସା ସୁବିଧା ମିଳିପାରିବ ।  ଦୁଇ ଯୋଜନା ଲାଗୁ ହେବା ପରେ ଆଉ ୬ ଲକ୍ଷ ନୂଆ  ହିତାଧିକାରୀ ଏଥିରେ ଯୋଡ଼ି ହେବେ । ୭୦ ବର୍ଷରୁ ଅଧିକ  ବୟସ୍କ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା ଲାଗୁ କରାଯିବ । ସେମାନଙ୍କ ପରିବାରକୁ ସର୍ବାଧିକ ୧୫ ଲକ୍ଷ ଟଙ୍କାର  ଚିକିତ୍ସା ସୁବିଧା ମିଳିବ । ଯୋଜନା ଶୁଭାରମ୍ଭ ପାଇଁ ରାଜ୍ୟର  ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ ।  ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେଚନତା  ଅଭିଯାନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି । 

ସରକାରୀ ଡାକ୍ତରଖାନାରେ ସବୁ ନାଗରିକଙ୍କ ପାଇଁ ମାଗଣା  ଚିକିତ୍ସା ସେବା ମିଳିବ । ଏପ୍ରିଲରୁ ଏହି ଯୋଜନା ଆରମ୍ଭ ହେବ  ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ଏକ ସଭାରେ  ଘୋଷଣା କରିଥିଲେ । ରାଜ୍ୟରେ ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ  ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ପାଇଁ ଗତ ଜାନୁଆରୀ ୧୩  ତାରିଖରେ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟ ସରକାର  ଚୁକ୍ତି ସ୍ୱାକ୍ଷର କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.