ପ୍ରମୁଖ ଖବର
  • କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାର, ତାଲିକାରେ ବହୁ ହେବିଓ୍ବେଟ୍
  • ||
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ଓଡ଼ିଶା ଆସୁଛନ୍ତି ରାଜନୀତିର ଚାଣକ୍ୟ ଅମିତ ଶାହ, ସୋନପୁର ସଭାରେ ଭୋଟ୍ ମାଗିବେ

ଭୁବନେଶ୍ୱର/ସୋନପୁର,୨୫/୦୪: ଗୁରୁବାର ଓଡ଼ିଶା ଆସୁଛନ୍ତି ଜାତୀୟ ରାଜନୀତିର ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ୍‌ ଶାହ । ସେ ସୋନପୁରକୁ ଯାଇ ନିର୍ବାଚନୀ ସଭାରେ ଯୋଗ ଦେବେ । ସଭାରେ ଦଳ ପାଇଁ ଭୋଟ୍‌ ମାଗିବେ । ନିର୍ବାଚନ ପ୍ରଚାର ପାଇଁ ଏହା ଶାହଙ୍କ ପ୍ରଥମ ଓଡ଼ିଶା ଗସ୍ତ । ବିଜେଡି ପ୍ରତି ଶାହଙ୍କ ଆଭିମୁଖ୍ୟ କ’ଣ ରହିବ? ନିଶାନା କରିବେ ନା ନରମ ହେବେ? ତା ଉପରେ ସମସ୍ତଙ୍କ ନଜର ।

ଶାହଙ୍କ ସୋନପୁର ଗସ୍ତ ପାଇଁ ବିଜେପି ଶିବିରର ଜୋଶ୍‌ ବଢ଼ିଯାଇଛି । ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ହେବାକୁ ଥିବା ବିଶାଳ ଜନସଭାକୁ ସେ ସମ୍ବୋଧିତ କରିବେ । ପଶ୍ଚିମ ଓଡ଼ିଶାରେ ବିଜେପି ଯେଭଳି ଭଲ ପ୍ରଦର୍ଶନ କରିବ, ତାକୁ ନିଶ୍ଚିତ କରିବାକୁ ଏହି ସ୍ଥାନ ବଛାଯାଇଛି । ସୋନପୁର ସଭା ପରେ ଶାହ ଭୁବନେଶ୍ୱର ଆସିବେ । ଏଠାରେ ରାଜ୍ୟର ଶୀର୍ଷ ନେତୃତ୍ୱ ଓ ବିଭିନ୍ନ ଦଳୀୟ ପଦାଧିକାରୀଙ୍କୁ ଭେଟିବେ । କିଛି ପ୍ରାର୍ଥୀ ମଧ୍ୟ ଶାହଙ୍କୁ ଭେଟି ଆଲୋଚନା କରିବେ । ବିଜେପିର ବିଜୟ ବାନା ଯେମିତି ଉଡ଼ିବ ସେଥିପାଇଁ ଶାହ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ମିଳିଛି ।

ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡ଼ୋଶୀ ବଲାଙ୍ଗିର, ବୌଦ୍ଧ, ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି । ସୋନପୁର ସଭାରେ ପ୍ରାୟ ୫୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ସମାଗମ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଗୁରୁବାର ଅପରାହ୍ନ ୩ଟାରେ ଶାହ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ । ସୋନପୁର ସଭା ପରେ ୬.୫୫ରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । 

ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ସୋନପୁର ସହରର ବିଭିନ୍ନ ସ୍ଥାନରେ ଦଳୀୟ ପୋଷ୍ଟର, ବ୍ୟାନର ଆଦି ଲାଗି ସହର ପଦ୍ମମୟ ହୋଇଉଠିଥିବା ଦେଖିବାକୁ ମିଳିଛି । ବିଜେପି ନେତା ଏବଂ କର୍ମୀ ସମସ୍ତେ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ଏଥର ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢୁଥିବାରୁ ବିଜେପି ଏହାକୁ ଗୁରୁତର ସହ ନେଇଛି । ଏହାକୁ କାଉଣ୍ଟର କରିବାକୁ ଶାହ ପ୍ରଥମେ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.