ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୟାଗଡ଼ ବିଧାନସଭା ଆସନରେ ହେବ କଡ଼ା ଟକ୍କର,୧୫ ବର୍ଷ ପରେ ଅରୁଣ-ହେମେନ୍ଦ୍ର ପରିବାର ମୁକାବିଲା

ନୟାଗଡ଼,୨୬/୦୪: ୧୫ ବର୍ଷ  ପରେ ହେମେନ୍ଦ୍ର ସିଂହଙ୍କ ପରିବାର  (ହେମେନ୍ଦ୍ରଙ୍କ ପତ୍ନୀ ପ୍ରତ୍ୟୁଷା) ଅରୁଣ ସାହୁଙ୍କୁ ଟକ୍କର ହେବାକୁ ପାଦ କାଢ଼ିଛନ୍ତି । ହେମେନ୍ଦ୍ର ସିଂହ ୨୦୦୮ରେ ରାଜନୀତିକୁ ଆସିଥିଲେ ।  କଂଗ୍ରେସରୁ ଟିକଟ ନ ମିଳିବାରୁ ସେ  ପ୍ରଥମେ ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ  ଭାବେ ନୟାଗଡ଼ରୁ ଅରୁଣଙ୍କୁ ଟକ୍କର ଦେଇଥିଲେ । ଅରୁଣ ବିଜେଡି ପ୍ରାର୍ଥୀ  ହୋଇ ୬୭ ହଜାର ୧୦୦ ଭୋଟ ପାଇ  ବିଜୟୀ ହୋଇଥିବାବେଳେ ହେମେନ୍ଦ୍ର  ୩୯ ହଜାର ୭୫୯ ଭୋଟ ପାଇଥିଲେ ।  ତା’ ପରେ ଅରୁଣଙ୍କୁ ନୟାଗଡ଼  ମାଟିରୁ ହଟାଇବାକୁ ଉଦ୍ୟମ କରି କଂଗ୍ରେସରେ ଯୋଗ ଦେଲେ ଓ ଜିଲ୍ଲା  ସଭାପତି ଭାବେ ଦାୟିତ୍ୱ ନେଇଥିଲେ ।  

ପରେ ସବୁ ଓଲଟପାଲଟ  ହୋଇଯାଇଥିଲା । ହେମେନ୍ଦ୍ର କଂଗ୍ରେସ  ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।  ୨୦୧୪ ନିର୍ବାଚନରେ ବିଜେଡି ହେମେନ୍ଦ୍ରଙ୍କୁ କନ୍ଧମାଳ ସାଂସଦ ପ୍ରାର୍ଥୀ  କରି ନିର୍ବାଚନ ମଇଦାନକୁ ଆଣିଥିଲା ।  ହେମେନ୍ଦ୍ର ବିଜୟ ଲାଭ କରି କନ୍ଧମାଳ  ସାଂସଦ ହୋଇଥିଲେ। କିଛି ଦିନ ପରେ  ହେମେନ୍ଦ୍ରଙ୍କ ପରଲୋକ ଘଟିବାରୁ  ତାଙ୍କ ସ୍ଥାନରେ ହେମେନ୍ଦ୍ରଙ୍କ ପତ୍ନୀ  ପ୍ରତ୍ୟୁଷା ସିଂହଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ଏବଂ ପ୍ରତ୍ୟୁଷା ବିଜୟ ଲାଭ  କରି କନ୍ଧମାଳ ସାଂସଦ ହୋଇଥିଲେ ।  

୨୦୧୯ରେ ପ୍ରତ୍ୟୁଷାଙ୍କୁ ବିଜେଡି  ଟିକେଟ ନଦେବାରୁ ସେ ବିଜେଡି ଛାଡ଼ି  ବିଜେପିକୁ ଚାଲିଯାଇଥିଲେ । ଏବେ  ପୁଣି ନୟାଗଡ଼ରୁ ବିଜେପି ଟିକଟରେ  ଲଢ଼ୁଛନ୍ତି । ହେମେନ୍ଦ୍ର ଅରୁଣଙ୍କଠାରୁ  ପରାଜିତ ହୋଇଥିବାବେଳେ ତାଙ୍କ ପତ୍ନୀ  ଏବେ ଅରୁଣଙ୍କ ସହ ଲଢେଇ କରିବାକୁ  ଅଣ୍ଟା ଭିଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.