ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବେଗୁନିଆରେ ଏଥର ରୋଚକ ଲଢ଼େଇ, ଜାନକୀଙ୍କ ପୁଅ-ଶିଷ୍ୟ ମୁହାଁମୁହିଁ

ଖୋର୍ଦ୍ଧା, ୧।୫: ଆସନ୍ତା ୨୫ ତାରିଖରେ ଭୋଟ । ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି । ବେଗୁନିଆ ଏଥର ଦେଖିବ ରୋଚକ ଲଢ଼େଇ । ମୁହାଁମୁହିଁ ହେବାକୁ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ଓ ଶିଷ୍ୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ଶିଷ୍ୟ ପ୍ରଦୀପ ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି । କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଳଭ ପଟ୍ଟନାୟକ । ବିଜେପି ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି । ଦିନ ଥିଲା ବେଗୁନିଆ ନିର୍ବାଚନମଣ୍ଡଳୀ କଂଗ୍ରେସ ଗଡ଼ ଥିଲା । ୧୯୯୫ ଉପନିର୍ବାଚନରେ ସ୍ୱର୍ଗତ ଜାନକୀବଲ୍ଳଭ ପଟ୍ଟନାୟକ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୪ରେ ୫୯ ହଜାର ୬୫୮ ଭୋଟ୍‌ ପାଇ ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକ ବିଧାୟକ ହେବା ସହ ବିରୋଧୀଦଳ ନେତା ଆସନ ଅଳଙ୍କୃତ କରିଥିଲେ । ୨୦୦୯ରେ ପ୍ରଦୀପ ସାହୁ ୩୪ ହଜାର ୭୩୮ ଭୋଟ୍‌ ପାଇଥିବା ବେଳେ ବିଜେଡି ଓ ଏନସିପି ମେଣ୍ଟ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ ୪୫ ହଜାର ୩୫୫ ଖଣ୍ଡ ଭୋଟ୍‌ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲା । 

୨୦୧୪ରେ ପ୍ରଦୀପ ସାହୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା’ ପାର୍ଟିରୁ ନିର୍ବାଚନ ଲଢ଼ିଥିଲେ । ସେ ୩୦ ହଜାର ୫୫୯ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡିର ପ୍ରଶାନ୍ତ ଜଗଦ୍ଦେବ ୭୩ ହଜାର ୯୮୪ ଖଣ୍ଡ ଭୋଟ୍‌ ପାଇଁ ବିଧାୟକ ହୋଇଥିଲେ । ୨୦୧୯ରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଦୀପ ସାହୁ ଲଢ଼ିଥିଲେ । ବିଜେଡି ପ୍ରାର୍ଥୀ ଶ୍ରୀ ସାହୁ ୭୩ ହଜାର ୧୭୮ ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ୨୦ ହଜାର ୪୮ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ । ପ୍ରଦୀପ ସାହୁ କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ଦଳ ତାଙ୍କୁ ଏଥର ପ୍ରାର୍ଥୀ କରିଛି । ଜାନକୀ ବଲ୍ଳଭଙ୍କଠାରୁ ରାଜନୀତି ଶିକ୍ଷା କରିଥିବା ବିଜେଡି ପ୍ରାର୍ଥୀ ଶ୍ରୀ ସାହୁଙ୍କୁ କଂଗ୍ରେସ ୨୦୦୩ରେ ବେଗୁନିଆ ଯୁବ କଂଗ୍ରେସ ସଭାପତି, ୨୦୦୫ରେ ଜିଲ୍ଲା କଂଗ୍ରେସ ଉପ-ସଭାପତି, ୨୦୦୯ରେ ପ୍ରଦେଶ କଂଗ୍ରେସ ସଭ୍ୟ ପଦରେ ଅବସ୍ଥାପିତ କରିଥିଲା । ଏହା ସହ କଂଗ୍ରେସ ସମର୍ଥନରେ ଥରେ ସାରୁଅ ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ପରିବାର ସହିତ ତାଙ୍କର ନିବିଡ଼ ସମ୍ପର୍କ ରହିଛି । ରାଜନୈତିକ ଗୁରୁ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀବଲ୍ଳଭଙ୍କ ବିରୋଧରେ ଲଢ଼ୁଛନ୍ତି ପ୍ରଦୀପ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.