ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ନବରଙ୍ଗପୁର ନିର୍ବାଚନ: ଏଥର ରହିଛନ୍ତି ୪ ନୂଆ ମହିଳା ପ୍ରାର୍ଥୀ

ନବରଙ୍ଗପୁର, ୨୪।୪: ନବରଙ୍ଗପୁର ନିର୍ବାଚନ ରଣାଙ୍ଗନରେ ଏଥର ରହିଛନ୍ତି ୪ ନୂଆ ମହିଳା ପ୍ରାର୍ଥୀ । ୨ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ୨୦୨୪ ପାଇଁ ଖେଳିଛନ୍ତି ମହିଳା କାର୍ଡ । ଜିଲ୍ଲାରେ ଅଧିକ ମହିଳା ଭୋଟର ଥିବାରୁ ସେମାନେ ମହିଳା ପ୍ରତିନିଧିତ୍ୱକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ବିଜେଡିରୁ ନବରଙ୍ଗପୁର ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ଏବଂ ଉମରକୋଟ ଆସନରୁ ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କ ସ୍ତ୍ରୀ ତଥା ରାଇଘର ବ୍ଲକ ଅଧ୍ୟକ୍ଷା ନବୀନା ନାୟକଙ୍କୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସ ପକ୍ଷରୁ ଝରିଗାଁ ଆସନରୁ ଫାୟାର୍‌ବ୍ରାଣ୍ଡ ନେତ୍ରୀ ହାରାବତୀ ଗଣ୍ଡ ଓ ଡାବୁଗାଁରୁ ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଡା. ଲିପିକା ମାଝୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ନବରଙ୍ଗପୁର ପ୍ରାର୍ଥୀ କୌଶଲ୍ୟା ରାଜନୀତିରେ ନୂଆ ଚେହେରା । ତାଙ୍କ ସ୍ୱାମୀ ତଥା ବିଧାୟକ ସଦାଶିବ ରହିଛନ୍ତି ତାଙ୍କ ପାଖେ ପାଖେ । 

ପ୍ରଚାରର ମଙ୍ଗ ଧରିବା ସହ ହାତ ଧରି ତାଙ୍କୁ ରାଜନୀତି ଶିଖାଉଛନ୍ତି । ବିଜେଡି ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ଉଭୟ ସ୍ୱାମୀ-ସ୍ତ୍ରୀ ଦିନରେ ଗାଁଗଣ୍ଡାରେ ଏବଂ ରାତିରେ ନବରଙ୍ଗପୁର ସହର ବୁଲି ପ୍ରଚାର ଚଳାଇଛନ୍ତି । ନିର୍ବାଚନମଣ୍ଡଳୀରେ ପୁଣି ଥରେ ବାଜିମାତ୍‌ ଲକ୍ଷ୍ୟ ରଖିଛନ୍ତି । ଉମରକୋଟର ପୂର୍ବତନ ବିଧାୟକ ସୁବାସଙ୍କ ପତ୍ନୀ ନବୀନା ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହାନ୍ତି । ବିଜେଡିରୁ ପ୍ରାର୍ଥୀ ହେବା ପରେ ପ୍ରଚାର କାମ ଆରମ୍ଭ କରିଛନ୍ତି । ରାଜନୀତିରେ ପଞ୍ଚାୟତ ନିର୍ବାଚନରୁ ମଇଦାନକୁ ଓହ୍ଲାଇ ସାରିଛନ୍ତି । ବିଧାୟକ ପ୍ରାର୍ଥୀ ହେବା ତାଙ୍କ ପାଇଁ ନୂଆ । ସେ ତାଙ୍କ ସ୍ୱାମୀ ସୁବାସଙ୍କ ସହ ଗାଁଗାଁ ବୁଲି ସଂଗଠନକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି । ଉମରକୋଟ ଆସନ ଏବେ ବିଜେପି ହାତରେ ରହିଛି । ୨୦୨୪ରେ ବିଜେଡିକୁ ବିଜୟୀ କରିବା ଲକ୍ଷ୍ୟରେ ଆଗେଇଛନ୍ତି । ଡାବୁଗାଁରୁ ପୂର୍ବତନ ବିଧାୟକ ଭୁଜବଳଙ୍କ ଡାକ୍ତର ଝିଅ ଲିପିକା ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ବାପାଙ୍କ ରାଜନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବା କରିବାକୁ ଆଗେଇ ଆସିଛନ୍ତି । ୨୦୨୨ ପଞ୍ଚାୟତ ନିର୍ବାଚନରେ ସେ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇ ରାଜନୀତିରେ ପାଦ ଥାପିଥିଲେ । ଜିଲ୍ଲାର ୨୬ଟି ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ପାପଡ଼ାହାଣ୍ଡି ଜୋନ୍‌-୨ର ଜଣେ ମାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । 

ଏଥର କଂଗ୍ରେସର ଗଡ଼ କୁହାଯାଉଥିବା ଡାବୁଗାଁ ଆସନକୁ ପୁଣି ଥରେ ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛନ୍ତି । ଝରିଗାଁ ଆସନରେ ହାରାବତୀଙ୍କୁ କଂଗ୍ରେସ ଟିକଟ ଦେଇ ମଇଦାନକୁ ଓହ୍ଲାଇଛି । ରାଜନୀତିରେ ନୂଆ ଚେହେରା ହୋଇଥିଲେ ବି ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ ଅଧିକାର ପାଇଁ ସେ ଲଢ଼େଇ କରିଛନ୍ତି । ଏଭଳି ଫାୟାରବ୍ରାଣ୍ଡ ମହିଳାଙ୍କ ଉପରେ ଭରସା କରିଛି ଦଳ । ଆଗାମୀ ଦିନରେ ଜନତା ଜନାର୍ଦ୍ଦନ ଏହି ୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ କେଉଁମାନଙ୍କୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଉଛନ୍ତି, ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ । 

ସୂଚନାଥାଉ କି, ଦୀର୍ଘ ୧୯ ବର୍ଷ ପରେ ମହିଳା ଭୋଟର ବହୁଳ ଜିଲ୍ଲା ନବରଙ୍ଗପୁରରେ ମହିଳାଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି । ଜିଲ୍ଲାର ନିର୍ବାଚନ ଇତିହାସ ଦେଖିଲେ ୨୩ ବର୍ଷ ତଳେ କେବଳ କଂଗ୍ରେସ ୩ ଜଣ ମହିଳାଙ୍କୁ ବିଧାୟିକା ହେବାର ସୁଯୋଗ ଦେଇଥିଲା । ଉମରକୋଟରୁ ଦଳର ପରମା ପୂଜାରୀ ୪ ଥର ବିଧାୟିକା ହୋଇଥିଲେ । ମନ୍ତ୍ରୀ ହେବାର ବି ସୌଭାଗ୍ୟ ପାଇଥିଲେ । ୧୯୮୦ରେ କଂଗ୍ରେସ ଟିକଟରେ ଲଢ଼ି ସ୍ୱର୍ଗତ ଫୁଲମଣୀ ସାନ୍ତା ଡାବୁଗାଁ ଆସନରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ୧୯୮୫ରେ ତତ୍କାଳୀନ କୋଡ଼ିଙ୍ଗା ନିର୍ବାଚନମଣ୍ଡଳୀ ଥିବାବେଳେ କଂଗ୍ରେସରୁ ଲଢ଼ି ସ୍ୱର୍ଗତା ଭଗବତୀ ପୂଜାରୀ ନିର୍ବାଚିତ ହୋଇଥିଲେ । ଏହି ୩ ମହିଳାଙ୍କୁ କେବଳ କଂଗ୍ରେସ ସୁଯୋଗ ଦେଇଥିଲା । ୧୯ ବର୍ଷ ପରେ କଂଗ୍ରେସ ଓ ବିଜେଡି ୪ ଜଣ ମହିଳାଙ୍କୁ ସୁଯୋଗ ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.