ଭୁବନେଶ୍ବର,୭/୨ : ଭାରତ ଏବେ ବିଶ୍ଵର ଚତୁର୍ଥ ବୃହତ୍ ଅର୍ଥନୀତି । ଚଳିତ ବଜେଟ ଯୁବ ଆଧାରିତ ବଜେଟ । ୪.୧୮ଟ୍ରିଲିଅନ ଆମ ଅର୍ଥନୀତି । ୨ ଟ୍ରିଲିଅନ ଡଲାର ହେବା ପାଇଁ ୬୭ବର୍ଷ ଲାଗିଥିଲା । ମୋଦିଙ୍କ ଶାସନରେ ୧୦ବର୍ଷରେ ୨.୧୮ ଟ୍ରିଲିଅନ ହେଲା । ୨୦୪୭ସୁଦ୍ଧା ୩୦ଟ୍ରିଲିଅନ ଡଲାର ଅର୍ଥନୀତି ହେବ । ୬.୮ରୁ ୭.୨ଆମର ଅଭିବୃଦ୍ଧି ହାର ଏବେ ଅଛି । ୨୦୧୬ଆର୍ଥିକ ବର୍ଷକୁ ଛାଡ଼ିଲେ ବାକି ପୁରା ସମୟ ଅର୍ଥନୀତି ଅଭିବୃଦ୍ଧି ହାର ୬.୨ ରହିଛି । ଭାରତ ବିଶ୍ଵର ସପ୍ତମ ବୃହତ୍ତମ ସର୍ଭିସ୍ ଏକ୍ସପୋର୍ଟ ।

ଆମ ଦେଶରେ ୨୦୧୩-୧୪ରେ ବିଦେଶ ପୁଞ୍ଜି ନିବେଶ ୩୬ବିଲିଅନ ଡଲାର ଥିଲା । ୨୦୨୪-୨୫ରେ ତାର ସଂଖ୍ୟା ହୋଇଛି ୮୧ବିଲିଅନ ଡଲାର । ମୁଦ୍ରାସ୍ପିତି ନିୟନ୍ତ୍ରଣ ଭିତରେ ଅଛି । ବାର୍ଷିକ ଭାରତ ସରକାରଙ୍କ ଖର୍ଚ୍ଚ ୨ଲକ୍ଷ କୋଟି ଟଙ୍କା ହେଉଥିଲା । GST ସଂଗ୍ରହ ଦୁଇ ଗୁଣା ହୋଇଛି । ଆମ ଦେଶରେ ଉତ୍ପାଦନ ଅଭିବୃଦ୍ଧି । ୨୦୧୬ରେ ଭାରତରେ ୫୦୦ଟି ଷ୍ଟାର୍ଟ ଅପ୍ ଥିଲା । ଏବେ ୨ଲକ୍ଷ ଷ୍ଟାର୍ଟ ଅପ୍ କାମ କରୁଛନ୍ତି । ଆଗରୁ ଆମେରିକାରୁ ଗହମ କିଣାଯାଉଥିଲା ଏବେ ଭାରତ ପୃଥିବୀର ସବୁଠୁ ଅଧିକ ଚାଉଳ ଉତ୍ପାଦନକାରୀ ଦେଶ ହୋଇଛି । ଚୀନ ଆମଠାରୁ ପଛରେ ଅଛି । ଓଡ଼ିଶା ପାଇଁ ଫ୍ରେଟ କରିଡର, ଜାତୀୟ ଜଳପଥ, ଇକୋନମିକ କରିଡର, ଏଆଇ ଡାଟା ସେଣ୍ଟର ବଡ଼ ଉପଲବ୍ଧି ।

ପ୍ରମେୟ ଖବର କାଗଜର ଉଦାହରଣ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ବଜେଟକୁ ନେଇ ପ୍ରମେୟରେ ପ୍ରକାଶିତ ଖବରକୁ ନେଇ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅରେଞ୍ଜ ଇକୋନୋମି ବିଷୟରେ ସମ୍ପାଦକୀୟ ପ୍ରକାଶିତ ହୋଇଥିଲା ।