ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Harapriya Sethi | August 9, 2025 11:41 AM

ବ୍ରହ୍ମପୁର, ୦୯/୦୮: ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସହରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଆଜି ଠାରୁ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଅଛନ୍ତି । ଶନିବାର ସକାଳେ କେନ୍ଦ୍ରମନ୍ତ୍ରୀ ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି । ସେଠାରୁ କେନ୍ଦ୍ରମନ୍ତ୍ରୀ ରାମଲିଙ୍ଗେଶ୍ୱର ପାର୍କ ଅଭିମୁଖେ ଯାଇଥିଲେ। ପାର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ପାର୍କ ସମ୍ମୁଖରୁ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ଟାଉନ ହଲ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ଏହାପରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। 

କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ଯୁବ ବିଜେପି ସଭାପତି ଶିବ ନାୟକ ତିରଙ୍ଗା ରାଲିରେ ସାମିଲ ହୋଇଥିଲେ। ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଭିମୁଖେ ପ୍ରସ୍ଥାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦିନ ୧୧ଟାରେ ବିଶ୍ଵବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହା ପରେ ଦିନ ୧ଟାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ବାହାରି ଆଇଜର୍ (ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ) ଯିବେ। ଆଇଜର୍ ସମାବର୍ତ୍ତନ ଅପରାହ୍ନ ୩ଟାରେ ଆଇଜର ଉତ୍ସବରେ ଯୋଗଦେବେ ଅପରାହ୍ନ ୫ଟାରେ ଆଇଜର୍ ସେଣ୍ଟ୍ରାଲ୍ ଆନାଲିଟିକାଲ୍ ଫେସିଲିଟି, ବଏଜ୍ ହଷ୍ଟେଲ ଷ୍ଟାଫ୍ ଉଦ୍‌ଘାଟନ କରିବେ । ସନ୍ଧ୍ୟା ୬ଟା୩୦ରେ ଆଇଜର ସମୀକ୍ଷା ବୈଠକରେ ଯୋଗଦେଇ ଗୋପାଳପୁର ଫେରିବାର କାର୍ଯ୍ୟକ୍ରମ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.