ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସାମାଜିକ ଗବେଷଣାରେ ନିୟୋଜିତ ହେବା ପାଇଁ ଏକ୍ସଆଇଏମକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Bijay Swain | March 7, 2025 5:57 PM

ଭୁବନେଶ୍ୱର, ୦୭/୦୩: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଏକ୍ସଆଇଏମ) ବିଶ୍ୱବିଦ୍ୟାଳୟରେ ଏକ ନୂତନ ଛାତ୍ରାବାସ ଉଦଘାଟନ କରିଛନ୍ତି । ଏହି ଅବସରରେ ଓଡ଼ିଶା ଓ ଭାରତ ପାଇଁ ଅଧିକ ଗୌରବ ଆଣିବା ପାଇଁ ସାମାଜିକ ଗବେଷଣାରେ ନିୟୋଜିତ ହେବାକୁ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟକୁ ଆହ୍ୱାନ କରିଛନ୍ତି ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱର ସବୁଠାରୁ ସ୍ୱତନ୍ତ୍ର ସ୍ଥାନ । କଳା, ସଂସ୍କୃତି ଏବଂ ମନ୍ଦିରମାଳିନୀର ସହର । ଏହି ସ୍ଥାନରେ ଆଇଆଇଟି, ଆଇଏଲଏସ, ଏମ୍ସ, ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୧୦ରୁ ଅଧିକ ପ୍ରତିଷ୍ଠିତ ଅନୁଷ୍ଠାନ ଗଢିଉଠିଛି । ଏହି ଅନୁଷ୍ଠାନ ସମୂହ ଆଗାମୀ ଦିନରେ ଭୁବନେଶ୍ୱରକୁ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ କରିବ । ଭୁବନେଶ୍ୱରରେ ଅନେକ ପ୍ରତିଭାବାନ ବ୍ୟକ୍ତିବିଶେଷ ଅଛନ୍ତି । ଯଥାର୍ଥରେ ଭୁବନେଶ୍ୱର ହେଉଛି ଜ୍ଞାନର ଏକ ସ୍ଥାୟୀ 'କୁମ୍ଭ' । ସେହି ପରିପ୍ରେକ୍ଷୀରେ ଏଠାରେ ପ୍ରତିଷ୍ଠିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ସମାଜିକ ଗବେଷଣାରେ ଜଡ଼ିତ ହୋଇ କଲ୍ୟାଣକାରୀ ଯୋଜନା ଗୁଡିକର ପ୍ରଭାବକୁ ଜାଣିବା ସହ ସାମାଜିକ ଜୀବନରେ ଉଭା ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ଦରକାର । ନୂତନ ଉତ୍ସାହକୁ ପ୍ରେରଣା ଦେବା ଏବଂ ଓଡ଼ିଶା ଓ ଭାରତ ପାଇଁ ଅଧିକ ଗୌରବ ଆଣିବା ପାଇଁ ସାମାଜିକ ଗବେଷଣାରେ ନିୟୋଜିତ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟକାରିତା ମାଧ୍ୟମରେ ଶିକ୍ଷା, ଉଦ୍ଭାବନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ମାନଦଣ୍ଡ ସୃଷ୍ଟି କରିବା ସହିତ ବିଶ୍ୱ କଲ୍ୟାଣକୁ ଆଗେଇ ନେବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମସ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶୁକ୍ରବାର ଏହି ବିଶ୍ୱବିଦ୍ୟାଳୟର ଓଲଡ କ୍ୟାମ୍ପସ ପରିସରରେ ପ୍ରାୟ ୧୩୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୭ ଏକର ପରିମିତ ଜମିରେ ନିର୍ମିତ ଛାତ୍ରବାସର ଉଦଘାଟନ କରିଛନ୍ତି । ଏହି ଛାତ୍ରାବାସରେ ୯୬୪ଟି ରୁମ, ବାସ୍କେଟ ବଲ୍ ଓ ବ୍ୟାଡମିଣ୍ଟନ କୋର୍ଟ, ଇନଡୋର ଏବଂ ଆଉଡୋର ଆକ୍ଟିଭିଟି ହଲ୍, ଜିମ୍, ଫୁଡକୋର୍ଟ ଏବଂ ଆଦି ଆନୁଷଙ୍ଗିକ ବ୍ୟବସ୍ଥା ରହିଛି । ଏ ସମ୍ପର୍କରେ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଏକ୍ସଆଇଏମବିର ଏକ ଭଲ  ପରମ୍ପରା ରହିଛି । ଆଜି ଉଦଘାଟିତ ହୋଇଥିବା ଛାତ୍ରାବାସ ଅନୁଷ୍ଠାନର ସ୍ଥାୟୀ ପରମ୍ପରାକୁ ଆଗକୁ ବଢାଇବାରେ ସହାୟକ ହେବ । ଏହି ଅବସରରେ କେନ୍ର୍କ ଶିକ୍ଷା ମନ୍ତ୍ରୀ ବୌଦ୍ଧ ଧର୍ମର ଉଦାହରଣ ସହ କଳିଙ୍ଗ ଯୁଦ୍ଧ ଏବଂ ଓଡ଼ିଶାରେ କିପରି ସେ ସମୟରେ ଗଣତନ୍ତ୍ର ଥିଲା, ତାହା ଉପରେ ଆଲୋକପାତ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.