ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସମ୍ବଲପୁର କୃଷି ଭବନର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ 'କୃଷି ଭବନ'

Published By : Swapna Ray | June 1, 2025 1:11 PM

ସମ୍ବଲପୁର, ୧।୬: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ‘ଶୀତଳ ଷଷ୍ଠୀ’ର ପବିତ୍ର ଅବସରରେ ସମ୍ବଲପୁରରେ କୃଷି ଭବନର ଉଦଘାଟନ କରିଛନ୍ତି । ପରେ ମୂର୍ତ୍ତିକା ଭବନ ମଧ୍ୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମ୍ବଲପୁର ଏକ କୃଷି ପ୍ରଧାନ ଅଞ୍ଚଳ । ଆଜି ଲୋକାର୍ପିତ ଅତ୍ୟାଧୁନିକ କୃଷି ଭବନ ସମ୍ବଲପୁରର କୃଷି ଗବେଷଣା ସହ କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବା ସହ ଅନ୍ନଦାତାଙ୍କ ଉତ୍ତରୋତ୍ତର ଉନ୍ନତି ଦିଗରେ ବିଶେଷ ସହାୟକ ହେବ । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ସେ ଆହୁରି କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପନାରେ ଓଡ଼ିଶାର ଗରିବ, ଚାଷୀ, ମହିଳା, ଯୁବକଙ୍କ କଲ୍ୟାଣ ଏବଂ ଶିଶୁଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରିବା ଦିଗରେ ଡବଲ ଇଞ୍ଜିନ ସରକାର ସମର୍ପିତ । ନୂଆ ସରକାରର ଶାସନକୁ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଲମ୍ବା ସମୟ ଧରି ଓଡ଼ିଶାର ଥିବା ଆବଶ୍ୟକତାକୁ ଡବଲ ଇଞ୍ଜିନ ସରକାର ପୂରଣ କରୁଛନ୍ତି । ପୂର୍ବ ସରକାର ସୋହେଲାରେ ଧାନ ଉପରେ ୧୦୦ ଟଙ୍କା ଅତିରିକ୍ତ ବୋନସ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାକୁ ପୂରଣ କରିନଥିଲେ । ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ଇନପୁଟ ସବସିଡିକୁ ମିଶାଇ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରାଜ୍ୟର ଖରିଫ ଓ ରବି ଧାନ ସଂଗ୍ରହ ପ୍ରାୟ ୯୦ ହଜାରରୁ ୧ ଲକ୍ଷ ମେଟ୍ରିକ୍ ଟନ୍ କିଣାଯାଉଛି । ରାଜ୍ୟ ସରକାର ଧାନ କିଣା ବାବଦକୁ ନିଜସ୍ୱ ବଜେଟରୁ ପ୍ରାୟ ୮୦୦୦ କୋଟି ଟଙ୍କା ଚାଷୀମାନଙ୍କୁ ଦେଉଛନ୍ତି । 

ସୁଭଦ୍ରା ଯୋଜନାରେ ପ୍ରାୟ ଏକ କୋଟି ମାଆ ଭଉଣୀମାନଙ୍କୁ ୧୦,୦୦୦ କୋଟି ଦିଆଯାଇଛି, ଯାହା ସେମାନଙ୍କୁ ସଶକ୍ତ କରିଛି । ହିତାଧିକାରୀମାନଙ୍କୁ ଡିବିଟି ଜରିଆରେ ସିଧାସଳଖ ସହାୟତା ରାଶି ପ୍ରଦାନ ସହ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓଡ଼ିଶାର ବିକାଶ ଗତିକୁ ତ୍ୱରାନ୍ୱିତ କରୁଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ବିକଶିତ କରିବାର ଦାୟିତ୍ୱ ନିଆଯାଇଛି । ଶ୍ରୀ ପ୍ରଧାନ ଏହି ଅବସରରେ ସମ୍ବଲପୁର କୃଷି ଭବନ ପରିସରରେ “ମାଆ ପାଇଁ ଗଛଟିଏ” ଅଭିଯାନରେ ବୃକ୍ଷରୋପଣ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଉପସ୍ଥିତ ଥିଲେ ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.