ନୂଆଦିଲ୍ଲୀ,୦୮/୧୨: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ରାଜନୀତି ସହ ରାମ୍ପ ୱାକରେ ଜଲୱା ଦେଖାଇଛନ୍ତି । ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଅଷ୍ଟଲକ୍ଷ୍ମୀ ମହୋତ୍ସବରେ ଫ୍ୟାସନ ଶୋରେ ଭାଗ ନେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କ ସହିତ ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମଦାର ମଧ୍ୟ ସାମିଲ ଥିଲେ । ତେବେ ଦୁଇ ମନ୍ତ୍ରୀ ଯେଉଁଭଳି ରାମ୍ପ ୱାକ କରିଥିଲେ ତାହା ସମସ୍ତଙ୍କୁ ଚକିତ କରିଛି । କହିବାକୁ ଗଲେ ବଡ ବଡ ମଡେଲ ମଧ୍ୟ ତାଙ୍କ ଆଗରେ ଫିକା ପଡିଯିବେ ।
ନର୍ଥଇଷ୍ଟ ଫ୍ୟାଶନକୁ ପ୍ରୋତ୍ସାହିତ କରିବାକୁ ସିନ୍ଧିଆ ଓ ମଜୁମଦାର ନର୍ଥଇଷ୍ଟ ଡିଜାଇନ ଜ୍ୟାକେଟ ପିନ୍ଧିଥିଲେ । ଉଭୟ କେଉଁ ମଡେଲଠୁ ମଧ୍ୟ କମ୍ ନଥିଲେ । ଷ୍ଟାଇଲିସ୍ ଅନ୍ଦାଜରେ ଉଭୟ ୱାକ କରିଥିଲେ । ପୋଜ୍ ମଧ୍ୟ ଦେଇଥିଲେ । ମଡେଲ ଭଳି ଚାଲି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସିନ୍ଧିଆଙ୍କର ଏହି ଅନ୍ଦାଜକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ କ୍ରିମ୍ ରଙ୍ଗର ଜ୍ୟାକେଟ ପିନ୍ଧିଥିଲେ । ବେକରେ ଲାଲ ରଙ୍ଗର ମଫଲର ଥିଲା । ସେହିପରି ସୁକାନ୍ତ ମଜୁମଦାର ସମାନ ରଙ୍ଗର ଜ୍ୟାକଟ ପିନ୍ଧିଥିବା ଦେଖିବାକୁ ମିଳିଥିଲେ । ଦୁଇ ଜଣଙ୍କ ୱାକ ମଧ୍ୟରୁ ସିନ୍ଧିଆଙ୍କ ଚାଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
#WATCH | Delhi | Union Minister Jyotiraditya Scindia, along with MoS Sukanta Majumdar walked the ramp at the Ashtalakshmi Mahotsav fashion show, at Bharat Mandapam.
— ANI (@ANI) December 7, 2024
(Source: Office of Jyotiraditya Scindia) pic.twitter.com/xO7F4o51d2
ଏହି ଫ୍ୟାସନ ସୋ ବିଷୟରେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଏକ୍ସରେ ସିନ୍ଧିଆ ଲେଖିଛନ୍ତି, ଏହା ସଂସ୍କୃତି ଓ ସୃଜନଶୀଳତାର ଉତ୍ସବ । ଉତ୍ତର-ପୂର୍ବ ଭାରତର ଚିତ୍ତାକର୍ଷକ ପ୍ରଦର୍ଶନ କରୁଥିବା ଫ୍ୟାସନ ଶୋରେ ସୁନ୍ଦର ସମୟ ବିତାଇଲି । ପ୍ରତି ରାଜ୍ୟରୁ ମଡେଲମାନେ ସୁନ୍ଦର ଭାବରେ ପ୍ରତିନିଧିତ୍ବ କରିଥିଲେ । ମୁଁ ସହକର୍ମୀ ସୁକାନ୍ତ ମଜୁମଦାରଙ୍କ ସହ ଏଥିରେ ସାମିଲ ହୋଇ ଗର୍ବିତ ଅନୁଭବ କରୁଛି ।
ଦୁଇ ମନ୍ତ୍ରୀଙ୍କ ରାମ୍ପ ୱାକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉଭୟଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଦୁଇ ନେତା ବଡ ବଡ ବଲିଉଡ ଷ୍ଟାରଙ୍କୁ ପଛରେ ପକାଇ ଦେବେ ବୋଲି ୟୁଜର୍ସ କମେଣ୍ଟରେ କହିଛନ୍ତି ।