ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦”; ସବୁଜ ସୁନ୍ଦର ଅନୁଗୁଳ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ସଂକଳ୍ପ ନେଲେ ଜିଲ୍ଲାବାସୀ

Published By : Harapriya Sethi | July 3, 2025 2:27 PM

ତାଳଚେର,୦୩/୦୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ତାଳଚେର ହାଣ୍ଡିଧୁଆ ଗ୍ରାମର ଖେଳପଡ଼ିଆ ଏବଂ ଗୋପାଳପ୍ରସାଦ ରିଜର୍ଭ ଫରେଷ୍ଟରେ ପୃଥକ ପୃଥକ ଭାବରେ “ଏକ୍ ପେଡ୍ ମା’ କେ ନାମ ୨.୦” ବୃକ୍ଷରୋପଣ ଅଭିଯାନ ଓ ୭୬ତମ ବନମହୋତ୍ସବ-୨୦୨୫ରେ ଯୋଗଦେଇଛନ୍ତି । ଏହି ଅବସରରେ ସେ ସ୍କୁଲ ଛାତ୍ରଛାତ୍ରୀ ଓ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନଙ୍କ ସହ ମିଶି ଗଛ ଲଗାଇଛନ୍ତି । ଏହା ସହ ଅନୁଗୁଳ ଜିଲ୍ଲାରେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦ଲକ୍ଷ ଗଛ ଲଗାଇବା ପାଇଁ ସଂକଳ୍ପ ନେବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । 

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିକଳ୍ପିତ “ମା’ ପାଇଁ ଗଛଟିଏ” ଏକ ଭାବନାତ୍ମକ ବିଚାର । ପ୍ରକୃତି ମାତାକୁ ସୁରକ୍ଷା ଦେବା ପାଇଁ ସାରାଦେଶରେ ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଅଭିଯାନ ଏପରି ଏକ ଭବିଷ୍ୟତ ପ୍ରତି ସମର୍ପଣ, ଯେଉଁଠି ପ୍ରକୃତିର ସମ୍ମାନ; ଆମର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଗଣିତ ହେବ । ତାଳଚେର ସମେତ ଅନୁଗୁଳ ଜିଲ୍ଲାରେ କୋଇଲା ଉତ୍ପାଦନ ହେବା କାରଣରୁ ଏଠାରେ ବହୁମାତ୍ରାରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି । ଦେଶରେ ପ୍ରଗତି ପାଇଁ କୋଇଲା ଉତ୍ପାଦନ ସହ ପରିବେଶର ସୁରକ୍ଷା କରିବା ମଧ୍ୟ ଜରୁରି । ତେଣୁ ପ୍ରଦୂଷଣ ହ୍ରାସ ପାଇଁ ଆମେ ସମସ୍ତେ ଗଛ ଲଗାଇବା ଦରକାର । ସ୍କୁଲ ସ୍ତରରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବ ସଂଗଠନ, ସରକାରୀ ଅନୁଷ୍ଠାନ, ମାତୃଶକ୍ତି, ସ୍ୱେଚ୍ଛାସେବୀମାନଙ୍କୁ  "ଏକ୍ ପେଡ୍ ମା’ କେ ନାମ ୨.୦" ଅଭିଯାନରେ ଯୋଡି ଅନୁଗୁଳକୁ ସବୁଜ ସହରରେ ପରିଣତ କରିବାର ଦାୟିତ୍ୱ ନେବା ଦରକାର ।

ସେ ଆହୁରି କହିଛନ୍ତି, ଚଳିତଥର ଅନୁଗୋଳ ବନଖଣ୍ଡରେ ପୂର୍ବ ବର୍ଷ ଅପେକ୍ଷା ଦୁଇ ଗୁଣା ଅର୍ଥାତ୍ ୭ ଲକ୍ଷ ୫୦ ହଜାର ଗଛ ଲଗାଯିବାର ଯୋଜନା ରହିଛି । ତେବେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଅନୁଗୁଳରେ ୧୦ ଲକ୍ଷ ଚାରା ଲଗାଇବା ସହ ଏହି ପରମ୍ପରାକୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଅବ୍ୟାହତ ରଖିବା ପାଇଁ ଆମେ ସଂକଳ୍ପ ନେବା ଦରକାର । ଗଛର ଯତ୍ନ ନେବା ସହ ଏହାକୁ ଜନ ଆନ୍ଦୋଳନର ରୂପ ଦେବା । ବନୀକରଣରେ ତାଳଚେର ସମେତ ଅନୁଗୁଳର ପରିଚୟ ସୃଷ୍ଟି କରିବାକୁ ସେ ଅପିଲ୍ କରିଛନ୍ତି ।   

ଏହି ଅବସରରେ ସେ ଅନୁଗୁଳ ବନଖଣ୍ଡରେ ଭ୍ରାମ୍ୟମାଣ ଚାରା ବିତରଣ ରଥ, ସୂଚନା ରଥ, ସବୁଜ ଅନୁଗୁଳ ମୋବାଇଲ ଆପ୍, ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଟ୍ରକ୍, ଅନୁଗୁଳ ଫରେଷ୍ଟ ଡିଭିଜନ ୱେବସାଇଟ୍ ଓ ଅନ୍ୟାନ୍ୟ ପୋର୍ଟାଲ ଆଦି ଶୁଭାରମ୍ଭ କରିଥିଲେ । ଅନୁଗୁଳରେ ବୃକ୍ଷରୋପଣ ଅଭିଯାନକୁ ଏକ ଜନଆନ୍ଦୋଳନର ରୂପ ଦେବା ସହ ଜନସାଧାରଣଙ୍କ ମଧ୍ୟରେ ସମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଏପରି ପଦକ୍ଷେପକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.