ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଜିଓକୁ ଭାରତ ସରକାରଙ୍କ 'ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର' ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ…

Published By : Prameya | March 27, 2025 8:18 PM

ନୂଆଦିଲ୍ଲୀ ୨୭/୦୩: ପ୍ରଯୁକ୍ତି କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ)କୁ ମିଳିଲା ଦୁଇଟି ପ୍ରତିଷ୍ଠିତ ବୌଦ୍ଧିକ ସମ୍ପଦ (ଇଣ୍ଟେଲେକଚୁଆଲ ପ୍ରପର୍ଟି) ପୁରସ୍କାର। ଗୋଟିଏ ପକ୍ଷରେ ଭାରତ ସରକାର ଜିଓ ପ୍ଲାଟଫର୍ମକୁ ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର (ନ୍ୟାସନାଲ ଇଣ୍ଟେଲେକଚୁଆଲ ପ୍ରପର୍ଟି ଆୱାର୍ଡ) ରେ ସମ୍ମାନିତ କରିଛନ୍ତି। ସମାନ ସମୟରେ, ବିଶ୍ୱ ବୌଦ୍ଧିକ ସମ୍ପଦ ସଂଗଠନ (ୱାର୍ଲଡ ଇଣ୍ଟେଲେକଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ) ପକ୍ଷରୁ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ଅସାଧାରଣ ଉତ୍କର୍ଷତା ପାଇଁ ଜିଓ ପ୍ଲାଟଫର୍ମସକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ବିଶ୍ୱ ସ୍ତରରେ, କମ୍ପାନୀ ଗତ ତିନି ବର୍ଷ ମଧ୍ୟରେ ୪ ହଜାରରୁ ଅଧିକ ପେଟେଣ୍ଟ ଦାଖଲ କରିଛି। ଏହି ପେଟେଣ୍ଟ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଟେଲି କମ୍ୟୁନିକେସନ୍, ଡିଜିଟାଲ୍ ପ୍ରଯୁକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦାଖଲ କରାଯାଇଛି। ସରଳ ଭାଷାରେ କହିବାକୁ ଗଲେ, ଅଧିକାଂଶ ପେଟେଣ୍ଟ ୫ଜି, ୬ଜି ଏବଂ ଏଆଇ ପ୍ରଯୁକ୍ତି କୌଶଳର ବିକାଶ ଏବଂ ଏହା ସମ୍ବନ୍ଧିତ ପ୍ରଯୁକ୍ତି କ୍ଷେତ୍ର ସହିତ ଜଡିତ। ଏପର୍ଯ୍ୟନ୍ତ ଏହି ପ୍ରଯୁକ୍ତି ଗୁଡ଼ିକ ଉପରେ ବିଦେଶୀ କମ୍ପାନୀ ମାନଙ୍କ ପ୍ରାଧାନ୍ୟ ବିବେଚନା କରାଯାଉଥିଲା। ଜିଓ ଦ୍ୱାରା ଦାଖଲ ହୋଇଥିବା ବହୁ ସଂଖ୍ୟକ ପେଟେଣ୍ଟ ଦର୍ଶାଉଛି ଯେ ଜିଓ ଭଳି ଏକ ଭାରତୀୟ କମ୍ପାନୀ ଏବେ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅନ୍ୟତମ ଅଗ୍ରଣୀ କମ୍ପାନୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି।

ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ)ର ବରିଷ୍ଠ ଉପସଭାପତି ଆୟୁଷ ଭଟନାଗର ଜେପିଏଲ ତରଫରୁ ପୁରସ୍କାର ଗ୍ରହଣ କରିବା ସମୟରେ କହିଥିଲେ "ଏହି ପୁରସ୍କାର ଗୁଡ଼ିକ ନବସୃଜନ ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ। ଆମେ କେବଳ ପ୍ରଯୁକ୍ତି କୌଶଳ ଉପରେ କାମ କରୁନାହୁଁ; ଆମେ ଏପରି କ୍ଷମତା ସବୁର ବିକାଶ କରୁଛୁ ଯାହା ୫ଜି,୬ଜି ଏବଂ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଜାତୀୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଆମକୁ ଆଗରେ ରଖିବ।"

ସୂଚନାଯୋଗ୍ୟ ଯେ ଭାରତ ସରକାର ୬ଜି ଭିଜନ ବା ଲକ୍ଷ୍ୟକୁ ସାକାର କରିବା ଉପରେ ଧ୍ୟାନକୈନ୍ଦ୍ରିତ କରୁଥିବା ବେଳେ ଜିଓ ବର୍ତ୍ତମାନ ଏହି ପ୍ରଯୁକ୍ତିବିଦ୍ୟା ଦୌଡ଼ରେ ସବୁଠାରୁ ଆଗରେ ରହିଥିବା ଦେଖାଯାଉଛି। କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ ପ୍ରକାଶ କରାଯାଇଛି ଯେ, ଜେପିଏଲର ବୌଦ୍ଧିକ ସମ୍ପଦ ରଣନୀତି ଭାରତ ସରକାରଙ୍କ 'ବିକଶିତ ଭାରତ ୨୦୪୭' ଦୃଷ୍ଟିକୋଣ ସହିତ ସମନ୍ୱୟରେ ରହିଛି, ଯାହାର ଉଦ୍ଦେଶ୍ୟ ରହିଛି ପ୍ରଯୁକ୍ତି ନବସୃଜନ, ଡିଜିଟାଲ ପରିବର୍ତ୍ତନ ଏବଂ ସ୍ୱଦେଶୀ ପ୍ରଯୁକ୍ତି କୌଶଳ କ୍ଷମତାଗୁଡିକର ବିକାଶ ମାଧ୍ୟମରେ ଭାରତକୁ ଏକ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଅର୍ଥବ୍ୟବସ୍ଥାରେ ପରିଣତ କରିବା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.