ପ୍ରମୂଖ ଖବର
  • ଝାରସୁଗୁଡ଼ା ଜିଲ୍ଲା କାଲି ବାହାଲ ଗ୍ରାମରେ ବଜ୍ରପାତରେ ୨ ମୃତ
  • ||
  • ଭୁବନେଶ୍ୱର ବାଇ ପାସ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ନିର୍ମାଣ ହେବ ୬ ଲେନ୍ ରିଙ୍ଗ ରୋଡ୍
  • ||
  • ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ,ସ୍ବର୍ଯ୍ୟକୁମାରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ ଭାରତ
  • ||
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ପୂର୍ବଦୋୟ ମିଶନରେ ୮,୩୦୭ କୋଟି ଟଙ୍କାର ପ୍ରକଳ୍ପ ଓଡିଶାର ସଡକ ଭିତ୍ତିଭୂମିକୁ ସୁଦୃଢ କରିବାରେ ଗେମ୍ ଚେଞ୍ଜର ହେବ : ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | August 19, 2025 9:31 PM

ନୂଆଦିଲ୍ଲୀ/ଭୁବନେଶ୍ବର, ୧୯।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୬ ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅବ ରିଂ ରୋଡ୍ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁର ମିଳିଛି।  ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରାୟ ୮,୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଓଡିଶାର ସଡକ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗ‌ରେ  ଗେମ ଚେଞ୍ଜର ହେବ। ଖୋର୍ଦ୍ଧା, ଭୁବନେଶ୍ବର, କଟକ ଓ ଢେଙ୍କାନାଳକୁ ସଂଯୋଗ କରିବାକୁ ଥିବା ଏହି ରାଜପଥ ରାମେଶ୍ବରରୁ ବିଲିପଡା, ବିଲିପଡାରୁ ଗୋବିନ୍ଦପୁର ଏବଂ ଗୋବିନ୍ଦପୁରରୁ ଟାଙ୍ଗୀ ପର୍ଯ୍ୟନ୍ତ ୩ଟି ପ୍ୟାକେଜରେ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଦୈତ ସହରରେ ପ୍ରାୟ ୧୧୧ କିଲୋମିଟର ବିଶିଷ୍ଟ  ଏହି ଭୁବନେଶ୍ବର ବାଇପାସ ପ୍ରକଳ୍ପ ଟ୍ରାଫିକ ଭିଡକୁ ନିୟନ୍ତ୍ରଣ କରିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୂର୍ବରୁ ଏହି କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍ ପ୍ରକଳ୍ପ ନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଅନେକ ଥର ଆଲୋଚନା କରିଛନ୍ତି।୨୦୧୭ ମସିହାରୁ ଶ୍ରୀ ପ୍ରଧାନ ଭୁବନେଶ୍ବର କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ନିର୍ମାଣ ଅଗ୍ରଗତି ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଅନୁରୋଧ କରି ଆସୁଥିଲେ। ଏନଏଚଏଆଇ ଅଧିକାରୀଙ୍କ ସହ ସମୀକ୍ଷା କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ।  ରାଜ୍ୟରେ ବିଜେପି ସରକାର ହେବା ପରେ ଏହି କାମ ଆଗେଇଛି, ଆଜିର କ୍ୟାବିନେଟ ନିଷ୍ପତ୍ତି ସେ ଦିଗରେ ପ୍ରତିଫଳନ। ଓଡିଶାର ବିକାଶକୁ ସର୍ବଦା ପ୍ରାଥମିକତା ଦେବା ପାଇଁ   ଡବଲ ଇଞ୍ଜିନ ସରକାରକୁ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ  ଆହୁରି  କହିଛନ୍ତି  ଯେ ମୋଦୀ ସରକାରଙ୍କ ପ୍ରାଥମିକତାରେ ଓଡିଶା ରହିଛି। ମୋଦୀ ସରକାରରେ ପାରାଦୀପ ବିଶୋଧନାଗାର ପୂର୍ଣ୍ଣାଙ୍ଗ ସହ ୭୫   ହଜାର କୋଟି ଟଙ୍କା ବ୍ୟୟରେ  ପେଟ୍ରୋକେମିକାଲ କମ୍ପଲେକ୍ସ ଓ ଆନୁଷଙ୍ଗିକ ଶିଳ୍ପ ବିକାଶ ହୋଇଛି। ଭଦ୍ରକରେ ଟେକ୍ସଟାଇଲ ପାର୍କ, ବିରଳ ମୃତ୍ତିକାରେ ସଂସ୍କାର, ପିଏମ ଆବାସ ୨.୦ ଯୋଜନାରେ ଓଡିଶା ହିଁ ବିଶେଷ ଲାଭବାନ ହେବ। ଡବଲ ଇଞ୍ଜିନ ସରକାରରେ ଓଡ଼ିଆ ଲୋକଙ୍କ ସ୍ବାର୍ଥ ସୁରକ୍ଷିତ ହୋଇଛି। ବିକାଶର ଗତି ଦୁଇ ଗୁଣା ହେଉଛି ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ  କୋଟା-ବୁନ୍ଦିରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ରାଜସ୍ଥାନବାସୀଙ୍କ ପାଇଁ ଖୁସିର ଖବର। ଏକ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଆଗାମୀ ଦିନରେ ରାଜସ୍ଥାନରେ ବିମାନ ଯାତ୍ରାର ବର୍ଦ୍ଧିତ ଚାହିଦା ପୂରଣ କରିବା ସହ ଲୋକଙ୍କ ସ୍ବପ୍ନ ଓ ଆକାଂକ୍ଷାକୁ ପୂରଣ କରିବ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.