ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

କୋକସରାରେ ମହାପ୍ରଭୁଙ୍କ ନିଆରା ବାହୁଡ଼ା ଯାତ୍ରା; ଦେବାଦେବୀଙ୍କ ଲାଠିଯାତ୍ରାରେ ବାହୁଡ଼ିଲେ ତିନି ଠାକୁର

Published By : Swapna Ray | July 6, 2025 9:42 AM

କଳାହାଣ୍ଡି, ୭।୬: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗୋତୋମୁଣ୍ଡା ଗ୍ରାମରେ ନିଆଁରା ପରମ୍ପରାରେ ବାହୁଡ଼ା ଯାତ୍ରା ସମାପନ ହୋଇଛି । ଗ୍ରାମବାସୀଙ୍କ କହିବାନୁସାରେ, ଏହି ଅଞ୍ଚଳରେ ରଥଯାତ୍ରା ପାଳନ ହେବା ପଛରେ ଏକ କାହାଣୀ ରହିଛି । ବହୁ ବର୍ଷ ଆଗରୁ ଜଣେ ବୈଷ୍ଣବ ସଂପ୍ରଦାୟର ବ୍ୟକ୍ତି ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ଧରି ଗୋତୋମୁଣ୍ଡା ଆସିଥିଲେ । ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ସ୍ଥାପନା କରି ପୂଜା କରିବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । ସେହି ସମୟରେ ଗୋତୋମୁଣ୍ଡା ଗାଁର ଗୌନ୍ତିଆ ନଥିବାରୁ ଜଗନ୍ନାଥଙ୍କ ବିଗ୍ରହକୁ ରଖିବା ଲାଗି ଗ୍ରାମବାସୀ ମନା କରିଥିଲେ ।

ଯାହା ପରେ ବୈଷ୍ଣବ ବ୍ୟକ୍ତି ଜଣକ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଅନ୍ୟତ୍ର ଚାଲି ଯାଇଥିଲେ । ଗାଁର ଗୌନ୍ତିଆ ଗୋତୋମୁଣ୍ଡା ଫେରିବା ପରେ ଗ୍ରାମବାସୀ ଘଟଣା ସମ୍ପର୍କରେ କହିଥିଲେ । ତା’ ପରଦିନ ଗୌନ୍ତିଆ ସଂପୃକ୍ତ ବ୍ୟକ୍ତିଙ୍କୁ ଖୋଜି ଆଣିବା ପାଇଁ ଗ୍ରାମବାସୀକୁ କହିଥିଲେ । ବୈଷ୍ଣବ ବ୍ୟକ୍ତି ଜଣକ ଛତିଶଗଡ଼ର ବରିଗାଁରେ ଥିବା ଖବର ପାଇଥିଲେ । ଯାହା ପରେ ଗ୍ରାମବାସୀମାନେ ତାଙ୍କୁ ଭେଟି ଗୋତୋମୁଣ୍ଡା ଆସିବାକୁ ନିମନ୍ତ୍ରଣ କରିଥିଲେ । ପରବର୍ତ୍ତୀ ସମୟରେ ବୈଷ୍ଣବ ବ୍ୟକ୍ତି ଗୋତମୁଣ୍ଡା ପହଞ୍ଚି  ଗୌନ୍ତିଆଙ୍କୁ ସାକ୍ଷାତ କରି ବିଗ୍ରହ ସ୍ଥାପନ କରି ପୂଜା କରିବା ପାଇଁ ଅନୁରୋଧ କରିଥିଲେ । ଏହି ସମୟରେ ଜଗନ୍ନାଥଙ୍କ ଘୋଷଯାତ୍ରା ସରି ଯାଇଥିବା ବେଳେ ଆଗକୁ ବାହୁଡ଼ା ଯାତ୍ରା ଥିଲା । ବାହୁଡ଼ା ଯାତ୍ରା ଦିନ ବ୍ୟକ୍ତି ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ଧରି ଗୋତୋମୁଣ୍ଡା ଗ୍ରାମକୁ ପହଞ୍ଚିଥିଲେ । ବାହୁଡ଼ା ଯାତ୍ରା ଦିନ ଗୋତୋମୁଣ୍ଡା ଗ୍ରାମର ଇଷ୍ଟଦେବୀ ମା’ ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣି ସମେତ ଅନ୍ୟ ଦେବାଦେବୀଙ୍କ ମଣ୍ଡେଇ ଯାତ୍ରା ରହିଥିଲା । ଗୋତୋମୁଣ୍ଡା ଗୌନ୍ତିଆ ମଣ୍ଡେଇ ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଦେବାଦେବୀଙ୍କ ଲାଠି, କୁର୍ସି, କାଳିଶି ସହ ବାଜା ବଜାଇ ଜଗନ୍ନାଥ ମହାପ୍ରଭୁଙ୍କୁ ସ୍ୱାଗତ କରି ଗାଁକୁ ପାଛୋଟି ନେଇଥିଲେ । ସେହି ଦିନରୁ ଆଜି ପର୍ଯ୍ୟନ୍ତ ଉକ୍ତ ପରମ୍ପରା ଅନୁସାରେ ଗୋତୋମୁଣ୍ଡା ଗାଁରେ ବାହୁଡ଼ା ଯାତ୍ରା ହୋଇଆସୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.