ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଶାରୀରିକ ଅସୁସ୍ଥତା ସତ୍ତ୍ୱେ ‌ଭାରତ ଆସିବାକୁ ଯୋଜନା କରୁଛନ୍ତି କିଙ୍ଗ୍‌ ଚାର୍ଲସ ତୃତୀୟ ଏବଂ କ୍ବିନ୍‌ କ୍ୟାମିଲା

Published By : Tapas Panda | November 25, 2024 8:25 PM

ନୂଆଦିଲ୍ଲୀ: ବ୍ରିଟେନ୍‌ର ରାଜା ଚାର୍ଲସ୍‌ ତୃତୀୟ ଭାରତ ଆସିବା ପାଇଁ ଯୋଜନା କରୁଛନ୍ତି । ଆସନ୍ତା ବର୍ଷ (୨୦୨୫) ଆରମ୍ଭରେ ତାଙ୍କ ପତ୍ନୀ ଏବଂ ବ୍ରିଟେନ୍‌ର ରାଣୀ କ୍ୟାମିଲାଙ୍କ ସହ କିଙ୍ଗ ଚାର୍ଲସ୍‌ ତୃତୀୟ ଭାରତକୁ ଆସିପାରନ୍ତି । କର୍କଟ ରୋଗରେ ପୀଡ଼ିତ ଚାର୍ଲସ୍‌ ତୃତୀୟ ଶାରୀରିକ ଅସୁସ୍ଥତା ସତ୍ତ୍ୱେ ‌ ଭାରତ ଗସ୍ତରେ ଆସିବେ ବୋଲି ଯୋଜନା କରୁଛନ୍ତି । ଏହି ଗସ୍ତ ରାଜାଙ୍କୁ ମାନସିକ ଭାବେ ଖୁସି ଦେଇପାରେ ଏବଂ ତାଙ୍କର ସ୍ବାସ୍ଥ୍ୟ ପାଇଁ ଭଲ ହୋଇପାରେ ବୋଲି ବ୍ରିଟେନ୍‌ ଗଣାମଧ୍ୟମରେ କୁହାଯାଇଛି । 

ଏହି ଯାତ୍ରା ସମୟରେ ବ୍ରିଟେନ୍‌ର ରାଜା ଭାରତ ସମେତ ପାକିସ୍ତାନ ଏବଂ ବାଂଲାଦେଶ ଯିବେ । ବ୍ରିଟେନ୍‌ ରାଜପରିବାର ସହ ଜଡ଼ିତ ଜଣେ ଅଧିକାରୀଙ୍କ ସୂଚନାକୁ ନେଇ ପ୍ରକାଶିତ ଖବର ଅନୁସାରେ, ଆସନ୍ତା ବର୍ଷ ରାଜାଙ୍କ ବିଦେଶ ଗସ୍ତ ନେଇ ଏକ ସୂଚୀ ତିଆରି କରାଯାଉଛି । ସେପଟେ କମନଓ୍ବେଲ୍‌ଥ ରାଷ୍ଟ୍ରଗୁଡ଼ିକ ସହ ସୁସଂପର୍କ ସ୍ଥାପନ ଲାଗି ବ୍ରିଟେନ୍‌ ସରକାର ମଧ୍ୟ ପ୍ରୟାସ କରୁଛନ୍ତି । ୟୁରୋପ ବାହାରେ ମଧ୍ୟ ସମ୍ବନ୍ଧ ସ୍ଥାପନ ଦିଗରେ ବ୍ରିଟେନ୍‌ ସରକାର ଚିନ୍ତା କରୁଛନ୍ତି ।

ଏହା ପୂର୍ବରୁ ଚାର୍ଲସ୍‌ ତୃତୀୟ ଭାରତକୁ ଆନୁଷ୍ଠାନିକ ଗସ୍ତ କରିବାକୁ ଯୋଜନା କରିଥିଲେ । କିନ୍ତୁ ୨୦୨୨ରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ ହୋଇଯିବାରୁ ସେ ଆସିପାରି ନଥିଲେ ।  ସେ ଯାହା ହେଉ, ଗତ ମାସରେ ରାଜା ଓ ରାଣୀ ଉଭୟ ବେଙ୍ଗାଲୁରୁର ଏକ ଘରୋଇ ରିସୋର୍ଟରେ ରହିଥିଲେ । ସେମାନେ ଅଷ୍ଟ୍ରେଲିଆରୁ ବ୍ରିଟେନ୍‌ ଫେରିବା ବେଳେ ବେଙ୍ଗାଲୁରୁରେ ରହିଥିଲେ ବୋଲି ଗଣାମଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ‘ଦ ମିରର୍‌’ରେ ପ୍ରକାଶିତ ଖବର ଅନୁସାରେ, ଆସନ୍ତା ବର୍ଷ ରାଜାଙ୍କ ଯାତ୍ରା ଲାଗି ବ୍ରିଟେନ୍‌ର ବୈଦେଶିକ ମନ୍ତ୍ରାଳୟ ପ୍ରସ୍ତୁତି ଆରମ୍ଭ କରିସାରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.