ପ୍ରମୂଖ ଖବର
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

Published By : Harapriya Sethi | April 20, 2025 10:22 AM

ରିଆମାଳ,୨୦/୦୪; ରିଆମାଳ ଥାନା ତେଲିମୁଣ୍ଡା ନିକଟସ୍ଥ ଏକ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ଅଜଣା ଶବକୁ ପୋଲିସ ଉଦ୍ଧାର କରିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡି ନାହିଁ । ଘଟଣା ସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ସୂଚନା ମୁତାବକ, ରବିବାର କିଛି ଲୋକ ପତ୍ର ତୋଳିବାକୁ ଯାଇଥିଲେ । ତେଲିମୁଣ୍ଡା ଶୁଣ୍ଢୀକଟା ନିକଟରେ ଥିବା ଜଙ୍ଗଲର ଏକ ଆମ୍ବ ଗଛରେ ଏକ ଶବ ଝୁଲୁଥିବା ଦେଖିଥିଲେ ଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି ରିଆମାଳ ପୋଲିସ । ଉକ୍ତ ସ୍ଥାନରେ ପାରିପାର୍ଶ୍ଵିକ ସ୍ଥିତିରୁ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡି ନଥିବା ବେଳେ ଶବଟି ଆଠରୁ ଦଶ ଦିନ ହେବ ଓହଳୁ ଥିବା ଅନୁମାନ କରାଯାଉଛି । ପୋଲିସ ଏବଂ ସାଇଣ୍ଟିଫିକ ଦଳର ତଦନ୍ତ ପରେ ଘଟଣା ଜଣା ପଡିବ ବୋଲି ଆଶା କରାଯାଉଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.