ଧରାକୋଟ,୧୯/୧୦: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବଡ଼ଗଡ଼ ଥାନା ମଛାକୋଟ ଗାଁ ହରଭଙ୍ଗି କେନାଲରେ ଭାସୁଛି ଅଜଣା ବ୍ଯକ୍ତିଙ୍କ ଗଳିତ ମୃତଦେହ । ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ବଡ଼ଗଡ଼ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ କେନାଲରୁ ଉଦ୍ଧାର କରିଛନ୍ତି ।
ସୂଚନା ମୁତାବକ, ମଛାକୋଟ ଗାଁ ହରଭଙ୍ଗି କେନାଲରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବଡଗଡ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ କେନାଲରୁ ଉଦ୍ଧାର କରିଥିଲେ । ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର MKCG ମେଡିକାଲକୁ ପଠାଯାଇଛି । ସେପଟେ ଘଟଣାର ତଦନ୍ତ କରୁଛି ବଡ଼ଗଡ଼ ପୁଲିସ I