ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

ଅଦିନିଆ ବର୍ଷାରେ ଉଜୁଡ଼ିଲା ରବି ଧାନ ଚାଷ, ଚିନ୍ତାରେ ଚାଷୀ

Published By : Gurupada Nath | May 31, 2025 4:18 PM

କୋକସରା,୩୧/୫ : କୋକସରା ବ୍ଲକରେ ଅଦିନିଆ ବର୍ଷାରେ ଉଜୁଡ଼ିଲା ରବି ଧାନ ଚାଷ, ଚିନ୍ତାରେ ଚାଷୀକୁଳ । କ୍ଷତିପୂରଣ ଦାବି କଲେ ଚାଷୀ। ଗତ କିଛି ଦିନ ଧରି କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିଲା। ଏହି କାଳବୈଶାଖୀ ବର୍ଷାରେ ବ୍ଲକର କାଶିବାହଲ, କନ୍ଦାବୁଟ୍ରା, ମୋଟେର ପଞ୍ଚାୟତରେ ଚାଷୀଙ୍କ ଅମଳକ୍ଷମ ଧାନ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । କୋକସରା ବ୍ଲକର ଏହି ୩ପଞ୍ଚାୟତ ଇନ୍ଦ୍ରାବତୀ ବାମ କେନାଲରୁ ଉଭୟ ଖରିଫ ଓ ରବି ଚାଷ ପାଇଁ ଜଳସେଚନ ସୁବିଧା ରହିଥିବାବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାଷୀମାନେ ଚାଷ କରିଥିଲେ। ତେବେ ଗତ କିଛିଦିନ ଧରି କାଳବୈଶାଖୀ ଓ ଲଘୁଚାପ ଜନିତ ପ୍ରଭାବରେ ଲାଗି ରହିଥିବା ବର୍ଷା ଯୋଗୁଁ ଏହି ୩ପଞ୍ଚାୟତର ଅନେକ ଚାଷୀଙ୍କ ଧାନ ଅମଳ ହେବା ପୂର୍ବରୁ କିଆରିରେ ବର୍ଷା ପାଣିରେ ବୁଡ଼ି ନଷ୍ଟ ହେବା ସହ ଗଜା ହୋଇଥିବା ଜଣାପଡ଼ିଛି । ବିଶେଷ କରି କାଶିବାହଲ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । 

କାଶିବାହଲ ପଞ୍ଚାୟତର ନୂଆପଡ଼ା, ପୁଝାରି ପଡ଼ା ଚଞ୍ଚରା ପଡ଼ା, ସିଆଲଲଟିପଡାର ଚାଷୀ ଲୋକନାଥ ଚଣ୍ଡି, ଶିବ ମାଝୀ, ଭାନୁ ମାଝୀ, ଅକ୍ରୁର ମାଝୀ, ପଦୁ ମାଝୀ, ନୀଳକଣ୍ଠ ମାଝୀ, ଦୁଷ୍ମନ୍ତ ପୁଝାରି, ଭାଗିରଥି ବେହେରା, ସଦାନନ୍ଦ ନାଗ, ରତ୍ନାକର ନାଗ ଓ ଅନ୍ୟ ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ସମବାୟ ସମିତି, ଫାଇନାନ୍ସ କମ୍ପାନୀରୁ ଋଣ କରି ଚାଷ କରିଥିଲେ । ତେବେ ଅଦିନିଆ ବର୍ଷା ତାଙ୍କ ସୁନାର ଫସଲକୁ ଚୁନା କରି ଦେଇଛି। କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ କୋକସରା ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀଙ୍କ ପ୍ରତିକ୍ରିୟା ନେବାରୁ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ କୃଷି କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବା ପରେ ଆମେ ବିଭାଗକୁ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ଦେବୁ। ସରକାରୀ ନିୟମ ଅନୁଯାୟୀ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେବ ବୋଲି କହିଛନ୍ତି। 

ତେବେ କୋକସରା ବ୍ଲକ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମତେ ବ୍ଲକରେ ଗତ ୨୬ତାରିଖରେ ୧୦ମିମି, ୨୭ତାରିଖରେ ୨୫ମିମି, ୨୮ତାରିଖରେ ୬ମିମି, ୨୯ତାରିଖରେ ୧୦ମିମି ଓ ୩୦ତାରିଖରେ ୪୫ମିମି ବର୍ଷା ରେକର୍ଡ଼ ହୋଇଥିବାବେଳେ ବିଗତ ୫ଦିନରେ ୯୬ମିମି ବର୍ଷା ହୋଇଥିବା ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.