ନୂଆଦିଲ୍ଲୀ,୨୫/୦୧: ଉତ୍ତର ପ୍ରଦେଶରେ ଏନକାଉଣ୍ଟର। ନିଜ ସାବତ ଭାଇ ଓ ପରିବାର ୫ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା  କରିଥିବା ଅପରାଧୀ ନଇମ୍‌କୁ ପୋଲିସ ଏନକାଉଣ୍ଟର କରିଛି । ସାବତ ଭାଇର ପରିବାରକୁ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା । ଏନେଇ ଅପରାଧୀ ନଇମ୍‌କୁ ଧରିବା ପାଇଁ ପୋଲିସ  ଖୋଜାଖୋଜି ଜାରି ରଖିଥିବା ବେଳେ ୫୦ ହାଜର ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଥିଲା।  

ତେବେ ଏହି ଘଟଣା ଜାନୁଆରୀ ୯ ତାରିଖରେ ଘଟିଥିଲା ।  ପୋଲିସକୁ ହତ୍ୟା ସୂଚନା ମିଳିବା ପରେ ତୁରନ୍ତ ସେଠାରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ପରେ ତଦନ୍ତଙ୍କୁ ପୋଲିସ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ନାଇମ୍ ଷଡ଼ଯନ୍ତ୍ର କରି ଏହି ହତ୍ୟାକାଣ୍ଡ କରିଥିଲା। ଅଭିଯୁକ୍ତ ଫେରାର୍ ହେବା ପରେ ବାରମ୍ବାର ବେଶ ବଦଳାଇ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଲୁଚି କରି ରହୁଥିଲା । ଉଭୟ ରାଜ୍ୟରେ ମଧ୍ୟ ନଇମ୍ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତ ନଇମକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ କ୍ୟାମ୍ପେନ ଚଲାଇଥିଲା ଏଥିପାଇଁ ଅଭିଯୁକ୍ତକୁ ଧରିଲେ ୫୦ ହଜାର ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ତେବେ ଏହାରି ମଧ୍ୟରେ ଲଗାତାର ଛାନଭିନ୍ କରି ମିରଟ୍ ପୋଲିସ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ।