ପ୍ରମୂଖ ଖବର
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସମ୍ଭଲରେ ଧୁମ୍‌ଧାମରେ ପାଳନ ହେଉଛି ହୋଲି,ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Published By : prameya | March 14, 2025 12:02 PM

ନୂଆଦିଲ୍ଲୀ,୧୪/୦୩:ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ହୋଲିକୁ ନେଇ  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଗତବର୍ଷ ନଭେମ୍ବରରେ ଘଟିଥିବା ହିଂସା ପରଠାରୁ ସହରର ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି  ପ୍ରଶାସନ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିଛି। ଚଳିତ ବର୍ଷ ହୋଲି ଏବଂ ଜୁମା ଗୋଟିଏ ଦିନରେ ପଡିଛି। ଏନେଇ ସହରରେ ଯେପରି କୌଣସି ଅପ୍ରୀତିକର ଘଟଣା ନ ଘଟେ ତାହା ସୁନିଶ୍ଚିତ କରିବା ପାଇଁ, ସମ୍ଭଲର ଜିଲ୍ଲା ଏସପି ନିଜେ ଦାୟିତ୍ୱ ନେଇଛନ୍ତି ଏବଂ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛନ୍ତି।

ଏହା ମଧ୍ୟ ପଢନ୍ତୁ-ପାଣିପାଗ ପରିବର୍ତ୍ତନରୁ ବିପଦରେ ଭାରତର ସହର, କେଉଁଠି ଭୀଷଣ ବର୍ଷା ତ ଆଉ କେଉଁଠି ମରୁଡ଼ି

ଶୁକ୍ରବାର ଦିନ ଅର୍ଥାତ ଆଜି ସମ୍ଭଲରେ ହୋଲିକୁ ନେଇ ସମ୍ଭଲ ପୋଲିସ ଅଧୀକ୍ଷକ (ଏସପି) କେକେ ବିଷ୍ଣୋଇ କହିଛନ୍ତି ଯେ, ଏହି ଉତ୍ସବ ପାଇଁ ସହର ସାରା ଶୋଭାଯାତ୍ରାକୁ ଅନୁମତି ଦିଆଯିବ ।  ଦିନ ୨:୩୦ ପରେ ନମାଜ ପାଠ କରାଯିବ ଏବଂ ୨:୩୦ ସୁଦ୍ଧା ଶୋଭାଯାତ୍ରା ସମାପ୍ତ ହେବ। ସକାଳୁ ସମ୍ଭଲରେ ହୋଲି ବେଶ ଉତ୍ସାହର ସହିତ ପାଳନ କରାଯାଉଥିବା ବେଳେ ଶାହି ମସଜିଦ ନିକଟରେ ବ୍ୟାରିକେଡିଂ ମଧ୍ୟ କରାଯାଇଛି। ଯାହା ଦ୍ୱାରା କୌଣସି ଉତ୍ତେଜନା ସୃଷ୍ଟି ହେବ ନାହିଁ । ଏନେଇ ଏସପି ଆହୁର ମଧ୍ୟ କହିଛନ୍ତି, “ସହରର ସମସ୍ତ ସ୍ଥାନରେ ହୋଲି ଶୋଭାଯାତ୍ରା ବାହାରିବ ଏବଂ ଲୋକମାନେ ଅପରାହ୍ନ ୨:୩୦ ପୂର୍ବରୁ ହୋଲି ଖେଳିବେ,ତା'ପରେ ଶୁକ୍ରବାର ନମାଜ ପାଠ କରାଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.