ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମହମ୍ମଦ ଶାମୀ ଅଷ୍ଟ୍ରେଲିଆରେ ବର୍ଡର –ଗାଭାସ୍କର ସିରିଜ ଖେଳିବେ କି ନାହିଁ ଅପଡେଟ୍ ଦେଲେ ଅଧିନାୟକ ରୋହିତ ଶର୍ମା

Published By : Gurupada Nath | October 15, 2024 2:01 PM

ନୂଆଦିଲ୍ଲୀ, ୧୫/୧୦ : ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ଶାମୀ ଏବେ ପର୍ଯ୍ୟନ୍ତ ଦଳକୁ ଫେରି ନାହାନ୍ତି । ଧିରେ ଧିରେ ବର୍ଡର ଗାଭାସ୍କର ଟ୍ରଫି ପ୍ରାୟ ନିକଟତର ହେବାରେ ଲାଗିଛି, ଯେଉଁଥିରେ ଶାମୀ ଟିମ୍ ଇଣ୍ଡିଆ ଲାଗି ଗୁରୁତ୍ବପୂର୍ଣ୍ଣ ହେବେ ।  ଏବେ ଅଧିନାୟକ ରୋହିତ ଶର୍ମା ଶାମୀଙ୍କ ବର୍ଡ଼ର- ଗାଭାସ୍କର ଟ୍ରଫିରେ ଖେଳିବାକୁ ନେଇ ବଡ଼ ଅପେଡଟ୍ ଦେଇଛନ୍ତି । ଭାରତୀୟ ଅଧିନାୟକ ନିଜ ଜବାବରେ ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ କରି ଦେଇଛନ୍ତି ।

ଏକ ସାକ୍ଷାତକାରରେ ରୋହିତ ଶର୍ମା ଶାମୀଙ୍କ ବିଷୟରେ ଅପଡେଟ ଦେଇଛନ୍ତି । ସେ କହିଛନ୍ତି କି ଆଣ୍ଠୁରେ ଆଘାତ କାରଣରୁ ଶାମୀ ପୁଣି ଥରେ ଫେରିଯାଇଛନ୍ତି । ଏହାବ୍ୟତୀତ ସେ ଏହି କଥା ବି ସ୍ପଷ୍ଟ କରିଛନ୍ତି କି ବର୍ଡର ଗାଭାସ୍କର ଟ୍ରଫିରେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଫେରାଇବାକୁ ଚାହୁଁଛୁ ।

ସେ ଆହୁରି ମଧ୍ୟ କହିଛନ୍ତି କି, ଶାମୀଙ୍କୁ ସାମାନ୍ୟ ଝଟକା ଲାଗିଛି ଏବଂ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଯେଉଁଥିପାଇଁ ସେ କିଛିମାତ୍ରାରେ ପଛକୁ ଚାଲିଯାଇଛନ୍ତି ଏବଂ ତାଙ୍କୁ ପୁଣିଥରେ ଆରମ୍ଭ କରିବାକୁ ପଡ଼ିବ । ସେ ଏନସିଏରେ ଡାକ୍ତର ଏବଂ ଫିଜିଓଙ୍କ ସହ ଅଛନ୍ତି । ଆମେ ଅଧା ପ୍ରସ୍ତୁତ ଶାମୀଙ୍କୁ ଅଷ୍ଟ୍ରେଲିଆକୁ ନେବାକୁ ଚାହୁଁ ନାହୁଁ । ଆମେ ଅଙ୍ଗୁଳି କ୍ରଶ କରି ରଖୁଛୁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.