ପ୍ରମୂଖ ଖବର
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜିଏସ୍‌ଟି ନୋଟିସକୁ ଭୟ: ବେଙ୍ଗାଲୁରୁରେ ୟୁପିଆଇରୁ ମୁହଁ ଫେରାଉଛନ୍ତି କ୍ଷୁଦ୍ର ବ୍ୟବସାୟୀ

Published By : Prameya | July 15, 2025 1:58 PM

ନୂଆଦିଲ୍ଲୀ,୧୫/୦୭: କ୍ଷୁଦ୍ର ଷ୍ଟୋର ଗୁଡ଼ିକରେ ୟୁପିଆଇ ସ୍କାନର ଦ୍ୱାରା ପେମେଣ୍ଟ ଏବେ ସହଜ ହେଉଛି । ମାତ୍ର ବେଙ୍ଗାଲୁରୁ ଭଳି  ଦେଶର ବଡ଼ ସହରରେ ଏହାର ବ୍ୟତୀକ୍ରମ ଦେଖାଯାଉଛି । ଏଠାରେ ଛୋଟ ଦୋକାନୀମାନେ  ୟୁପିଆଇ ବ୍ୟବସ୍ଥାଠାରୁ ମୁହଁ ଫେରାଇ ନେଲେଣି । ଷ୍ଟୋର ଗୁଡ଼ିକରେ ଡିଜିଟାଲ ପେମେଣ୍ଟ ସ୍କାନର ପରିବର୍ତ୍ତେ ହାତ ଲେଖାଥିବା ନୋ ୟୁପିଆଇ ଓନଲି  କ୍ୟାସ୍‌ ବୋର୍ଡ ଦେଖାଯାଉଛି । ଜିଏସ୍‌ଟି ନୋଟିସ  ମିଳିବା ଯୋଗୁ ୟୁପିଆଇ ପ୍ଲାଟଫର୍ମକୁ ବ୍ୟବସାୟୀ ବାଦ ଦେଉଥିବା କୁହାଯାଉଛି ।  

ପୂର୍ବରୁ ବାଙ୍ଗାଲୋର ଡିଜିଟାଲ ପେମେଣ୍ଟ  କ୍ଷେତ୍ରରେ ଆଗରେ ଥିଲା । ମାତ୍ର ଏବେ ଏଭଳି  ଭିନ୍ନ ସ୍ଥିତି ଦେଖିବାକୁ ମିଳୁଛି । ଦୋକାନୀ ମାନେ ଗ୍ରାହକଙ୍କୁ କ୍ୟାଶ ଦିଅନ୍ତୁ ବୋଲି ମଧ୍ୟ ଅନୁରୋଧ  କରୁଛନ୍ତି । ଇଟି ପକ୍ଷରୁ ହୋଇଥିବା ଏକ ସର୍ଭେ  ମୁତାବକ, ଦୋକାନୀ ମାନେ ୟୁପିଆଇ ବ୍ୟବହାର  ଛାଡିଛନ୍ତି କିମ୍ବା ଏହି ଆପ୍‌ ବ୍ୟବହାର କମ୍‌  କରୁଛନ୍ତି । ଅଧିକାଂଶ ବ୍ୟବସାୟୀ ଜିଏସ୍‌ଟି ଡିମାଣ୍ଡ  ନୋଟିସ ପାଉଥିବାରୁ ଅନଲାଇନ ପେମେଣ୍ଟ  ଆପ୍‌ ଛାଡୁଥିବା ଦେଖାଯାଉଛି । ବେଙ୍ଗାଲୁରୁରର  ଶଙ୍କର ନାମକ ଜଣେ ବ୍ୟବସାୟୀ କହିଛନ୍ତି,  ଦିନକୁ ୩ ହଜାର ଟଙ୍କାର କାରବାର କରୁଛି ।  ଏଥିରୁ ଲାଭ କିଞ୍ଚିତ ବାହାରିଥାଏ । ୟୁପିଆଇ  ଗ୍ରହଣ କରିହେବନି । ବେଙ୍ଗାଲୁରୁ ଉଠାଦୋକାନୀ  ମହାସଂଘର ଯୁଗ୍ମ ସମ୍ପାଦକ ବିନୟ କୁମାର  ଶ୍ରୀନିବାସ କହିଛନ୍ତି, ଜିଏସ୍‌ଟି ଅଧିକାରୀଙ୍କ ଭୟ  ଯୋଗୁ ଦୋକାନୀ ମାନେ ୟୁପିଆଇ ଛାଡୁଛନ୍ତି ।  

ଜିଏସ୍‌ଟି ନିୟମ ଅନୁସାରେ ବାର୍ଷିକ ୪୦  ଲକ୍ଷର ସାମଗ୍ରୀ ଏବଂ ୨୦ ଲକ୍ଷର ସେବା ଯୋଗାଣ କରୁଥିଲେ ଟିକସ ଦେବାକୁ ପଡ଼ିବ । ବାଣିଜ୍ୟିକ ଟିକସ ବିଭାଗ ମୁତାବକ, ୨୦୨୧-୨୨ର ୟୁପିଆଇ  ନେଣଦେଣରେ କାରବାର ସୀମା ଆଧାରରେ ଡିମାଣ୍ଡ  ନୋଟିସ ପଠାଯାଇଛି । ବ୍ୟବସାୟୀ ମାନେ ଜିଏସ୍‌ଟି  ପଞ୍ଜୀକରଣ ନେବା ସହ ଟିକସ ଭରିବା ଆବଶ୍ୟକ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.