ନୂଆଦିଲ୍ଲୀ,୭।୧୦: ଦେଶରେ ଡିଜିଟାଲ ପେମେଣ୍ଟ ଆହୁରି ସହଜ ଓ ସୁରକ୍ଷିତ କରିବା ଦିଗରେ ବଡ଼ ଭୂମିକା ଗ୍ରହଣ କରିଛି। ଏବେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ରୁ ଲେଣଦେଣ କରୁଥିବା ୟୁଜରଙ୍କୁ ପିନ୍ ଦେବାର ଦରକାର ପଡିବନି। ଏହାଛଡା ତାହା ଫେସ୍ କିମ୍ବା ଫିଙ୍ଗରପ୍ରିଣ୍ଟ ଜରିଆରେ ନିଜର ଟ୍ରାଞ୍ଜାକସନ୍ ଆପ୍ରୁଭ କରିପାରିବେ। ନୂଆ ସୁବିଧା ୮ ଅକ୍ଟୋବରରୁ ଲାଗୁ ହେବ। ଏହି ପଦକ୍ଷେପ ଆରବିଆଇର ନୂଆ ଗାଇଡଲାଇନ୍ ଅନୁରୂପ ରହିଛି, ଯାହାକି ବୈକଳ୍ପିକ ଅଥଣ୍ଟିକେସନର ଅନୁମତି ଦେଇଥାଏ।
ଏନ୍ପିସିଆଇ ଏହି ଫିଚରକୁ ଗ୍ଲୋବାଲ ଫିନଟେକ୍ ଫେଷ୍ଟିଭାଲ, ମୁମ୍ବାଇରେ ପ୍ରଦର୍ଶିତ କରିବାକୁ ଯାଉଛି। ଏହାଦ୍ବାରା ଡିଜିଟାଲ ପେମେଣ୍ଟ ଆହୁରି ଦ୍ରୁତ, ସୁରକ୍ଷିତ ଓ ସୁବିଧାଜନକ ହେବ। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଏହି ନୂଆ ସୁବିଧା ପେମେଣ୍ଟର ଅଥଣ୍ଟିକେସନ୍ (ଭେରିଫିକେସନ୍) ଭାରତ ସରକାରଙ୍କ ଆଧାର ପ୍ରଣାଳୀରେ ରୁଜୁ ବାୟୋମେଟ୍ରିକ୍ ଡାଟା ମାଧ୍ୟମରେ କରାଯିବ। ଅର୍ଥାତ ୟୁଜର୍ସଙ୍କ ଚେହେରା କମ୍ବା ଫିଙ୍ଗର ପ୍ରିଣ୍ଟ ତାଙ୍କର ଆଧାର ଡାଟା ସହ ମ୍ୟାଚ୍ କରାଯିବ। ଯାହାଫଳରେ ପେମେଣ୍ଟର ଅନୁମତି ମିଳିପାରିବ।
ଉଲ୍ଲେଖନୀୟ ଯେ,ଏହି ପଦକ୍ଷେପ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିକଟରେ ଗାଇଡଲାଇନ୍ ଅନୁରୂପ ରହିଛି, ଯେଉଁଥିରେ ଡିଜିଟାଲ ଟ୍ରାଞ୍ଜାକସନ୍ ପାଇଁ ବୈକଳ୍ପିକ ଅଥଣ୍ଟିକେସନ୍ ପାଇଁ ଅନୁମତି ଦେଇଛି। ଏହାଦ୍ବାରା ଡିଜିଟାଲ ପେମେଣ୍ଟରେ ସୁରକ୍ଷା ଓ ଉପଯୋଗକର୍ତ୍ତାଙ୍କ ଅନୁଭବ ଭଲ କରିବାର ଆଶା ରହିଛି। ବର୍ତ୍ତମାନ ପ୍ରତ୍ୟେକ ୟୁପିଆଇ ଟ୍ରାଞ୍ଜାକସନ୍ ପାଇଁ ୟୁଜର୍ସଙ୍କୁ ୪ କିମ୍ବା ୬ ପଏଣ୍ଟର ପିନ୍ ଦେବାକୁ ପଡିଥାଏ। ନୂଆ ସୁବିଧା ଲାଗୁ ହେବାପରେ ଫେସ୍ ସ୍କାନ୍ କିମ୍ବ ଫିଙ୍ଗରପ୍ରିଣ୍ଟ ସେନ୍ସର ଜରିଆରେ ପେମେଣ୍ଟ ତୁରନ୍ତ ଅଥେଣ୍ଟିକେଟ୍ ହୋଇଯାଇଛି। ଏହାଦ୍ବାରା ଟ୍ରାଞ୍ଜାକସନ୍ ସମୟ ହ୍ରାସ ପାଇବ।