ପ୍ରମୂଖ ଖବର
  • ଭାରତ ସମର୍ଥନରେ ବାହାରିଲା ଚୀନ୍, ଟ୍ରମ୍ପଙ୍କ ଟାରିଫକୁ ନେଇ ଆମେରିକା ଉପରେ ବର୍ଷିଲା
  • ||
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ୟୁପିଆଇକୁ ନେଇ ଆରବିଆଇର ଚେତାବନୀ; ଫୋନ୍‌ ପେ' ଓ ଗୁଗୁଲ ପେ' ୟୁଜର୍ସଙ୍କ ପାଇଁ ବଡ଼ ଖବର

Published By : Anindita Ratha | August 7, 2025 1:05 PM

ନୂଆଦିଲ୍ଲୀ,୦୭/୦୮: ୟୁପିଆଇକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ଼ ଚେତାବନୀ । PhonePe ଏବଂ Google Pay ୟୁଜର୍ସଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବୁଧବାର ଦିନ କହିଛନ୍ତି ଯେ, ଦେଶରେ ପେମେଣ୍ଟ ସିଷ୍ଟମରେ ବିପ୍ଳବ ଆଣିଥିବା  ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ ବା UPI ସବୁଦିନ ପାଇଁ ମାଗଣା ହୋଇନପାରେ। ସେ ସୂଚିତ କରିଛନ୍ତି ଯେ ଡିଜିଟାଲ ପେମେଣ୍ଟ ଇନଫ୍ରାଷ୍ଟ୍ରକଚର ଚଳାଉଥିବାର ଖର୍ଚ୍ଚ ଉପଭୋକ୍ତାମାନଙ୍କ ଉପରେ ଲଦିବାକୁ ପଡ଼ିପାରେ ବୋଲି ସେ ସଙ୍କେତ ଦେଇଛନ୍ତି। 

 ସଞ୍ଜୟ ମଲହୋତ୍ରା ଏମପିସିର ବୈଠକ ପରେ ଆୟୋଜିତ ପ୍ରେସମିଟରେ  କହିଛନ୍ତି ଯେ, ଏହା ଏବେ ବି ମାଗଣା ନୁହେଁ। ଏଥିପାଇଁ କିଏ ନା କିଏ ପେମେଣ୍ଟ କରୁଛି । ସରକାର ତାଙ୍କୁ ସବସିଡି ଦେଉଛନ୍ତି । ସେହିପରି ମର୍ଚେଣ୍ଟ ଡିସକାଉଣ୍ଟ ରେଟ୍ ଉପଭୋକ୍ତାଙ୍କ ଉପରେ ଲଗାଯାଇପାରେ କି ପ୍ରଶ୍ନ ଉପରେ ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଖର୍ଚ୍ଚ ହେଉଛି ଏବଂ ଏହି ଖର୍ଚ୍ଚ କାହାରିକୁ ନା କାହାରିକୁ ପେମେଣ୍ଟ କରିବାକୁ ପଡ଼ୁଛି। ଏମଡିଆର ସେହି ଶୁଳ୍କ ଯାହା ପେମେଣ୍ଟ ପ୍ରୋସେସିଂ କମ୍ପାନୀଗୁଡ଼ିକ ଦୋକାନ ଏବଂ ବ୍ୟବସାୟଗୁଡ଼ିକରେ ଡିଜିଟାଲ ପେମେଣ୍ଟ ସ୍ୱୀକାର କରିବାରେ ଆଣିଥାଏ। ଜାନୁଆରୀ ୨୦୨୦ରୁ ୟୁପିଆଇ ଟ୍ରାଞ୍ଜାକ୍ସନକୁ ଏମଡିଆରଠାରୁ ମୁକ୍ତ କରାଯାଇଛି।

ସେହିପରି ଅନ୍ୟପଟେ ୟୁପିଆଇ ଅଗଷ୍ଟ ୨ରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। NPCI ତଥ୍ୟ ଅନୁଯାୟୀ, ଗୋଟିଏ ଦିନରେ UPIରେ ୭୦୦ନିୟୁତରୁ ଅଧିକ କାରବାର ହୋଇଛି, ଯାହା ଏହି ବ୍ୟବସ୍ଥାର ଶକ୍ତି ଏବଂ ଲୋକପ୍ରିୟତାକୁ ଦର୍ଶାଉଛି। ଜୁଲାଇ ୨୦୨୫ ରେ, ୟୁପିଆଇ ୧୯.୪୭ ବିଲିୟନ କାରବାର ପ୍ରକ୍ରିୟାକରଣ କରିଥିଲା, ଯାହାର ମୂଲ୍ୟ ପ୍ରାୟ ୨୫.୧ ଲକ୍ଷ କୋଟି ଟଙ୍କା ଥିଲା ଯାହା ଗତ ବର୍ଷ ତୁଳନାରେ ୩୫% ଅଧିକ। ଆଉ ଏହାରି ମଧ୍ୟରେ ICICI ବ୍ୟାଙ୍କ ଅଗଷ୍ଟ ୧ରୁ PhonePe ଏବଂ Google Pay ଭଳି ୟୁଜର୍ସଙ୍କ ଠାରୁ ପ୍ରତି ଟ୍ରାଞ୍ଜକ୍ସନର ଶୁଳ୍କ ଆଦାୟ କରିବା ଆରମ୍ଭ କରିଛି। ଏହି ପଦକ୍ଷେପ ୟୁପିଆଇର ନିଶୁଳ୍କ ମଡେଲର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠାଇଛି ଏବଂ ଡିଜିଟାଲ୍ ପେମେଣ୍ଟର ଭବିଷ୍ୟତ ଉପରେ ଏକ ନୂତନ ବିତର୍କ ଆରମ୍ଭ କରିଛି।


 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.