ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାପାଙ୍କ ଅତ୍ୟାଚାର ସହି ନପାରି ଛାଡିଥିଲେ ଘର, ମଡେଲର୍‌ରୁ ବନିଥିଲେ ସୋସିଆଲ୍ ମିଡିଆ ସେନ୍‌ସେସନ୍‌

Published By : Krishna Priya | October 15, 2024 12:06 PM

ନୂଆଦିଲ୍ଲୀ ୧୫/୧୦: OTT ବିଗ୍ ବସ୍ ଫେମ୍‌ ଉର୍ଫି ଜାଭେଦ୍ ନିଜର ଅତରଙ୍ଗୀ ଫ୍ୟାସନ୍‌ ସେନ୍ସ ହେତୁ ବେଶ୍‌ ଜଣାଶୁଣା। ଯାହାକୁ ନେଇ ସେ ଖୁବ୍‌ ଟ୍ରୋଲ୍‌ ବି ହୁଅନ୍ତି। ହେଲେ ଉର୍ଫିଙ୍କୁ ଏହା କୌଣସି ପ୍ରକାରର ଫରକ ପଡେ ନାହିଁ। ସେ ସର୍ବଦା ତାଙ୍କ ଟ୍ରୋଲର୍ସଙ୍କୁ କଡା ଜବାବ ବି ଦିଅନ୍ତି। ଆଜି ଉର୍ଫି ତାଙ୍କର ୨୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନ ଅବସରରେ ଆସନ୍ତୁ ଜାଣନ୍ତୁ ତାଙ୍କ ସହ ଜଡିତ କିଛି କଥା। 

ଅକ୍ଟୋବର ୧୫, ୧୯୯୬ ରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ଜନ୍ମଗ୍ରହଣ କରିଥିବା ଉର୍ଫି ପ୍ରଥମେ ମଡେଲିଂ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ, ୨୦୧୬ ମସିହାରୁ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ସେ ଏକ ଟିଭି ସୋ’ ସହିତ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ଏବଂ ଆଜି ସେ ନିଜର ଅଜବ ଫ୍ୟାଶନ୍ ସେନ୍ସ ପାଇଁ ଜଣାଶୁଣା । ଆଜିର ସମୟରେ, ଉର୍ଫିଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ କୌଣସି ବଲିଉଡ ଅଭିନେତ୍ରୀଙ୍କ ତୁଳନାରେ କମ୍ ନୁହେଁ। ଇନଷ୍ଟାଗ୍ରାମରେ ୪ ମିଲିୟନରୁ ଅଧିକ ଫ୍ୟାନ୍ସ ତାଙ୍କୁ ଫଲୋ କରୁଛନ୍ତି। 

ତେବେ, ଉର୍ଫିଙ୍କ ଏପର୍ଯ୍ୟନ୍ତ କ୍ୟାରିୟରର ଯାତ୍ରା ଏତେ ସହଜ ନଥିଲା, ଯାହା ବିଷୟରେ ଅଭିନେତ୍ରୀ ନିଜେ ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ ଯେ ତାଙ୍କ ବାପା ତାଙ୍କୁ ଏବଂ ତାଙ୍କ ମା’ଙ୍କୁ କିପରି ମାଡ ମାରୁଥିଲେ। ପାଞ୍ଚ ପିଲାଙ୍କ ମଧ୍ୟରେ ଉର୍ଫି ଦ୍ୱିତୀୟ ସନ୍ତାନ ଥିଲେ।ସେମାନଙ୍କ ପ୍ରତି ତାଙ୍କ ବାପାଙ୍କ ଦୁର୍ବ୍ୟବହାର ଏକ ନିତିଦିନିଆ ଘଟଣା ହୋଇଯାଇଥିଲା । ସେ ଚେତାଶୂନ୍ୟ ନହେବା ପର୍ଯ୍ୟନ୍ତ ତାଙ୍କୁ ପିଟୁଥିଲେ । ଏହି କାରଣରୁ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ତାଙ୍କ ବାପା ଘରୁ ବାହାରକୁ ଯିବାକୁ ଦେଉନଥିଲେ। ଶେଷରେ ଅତି କଷ୍ଟରେ ଉର୍ଫି ଘର ଛାଡିଥିଲେ। ପିଲାଦିନରୁ ଟିଭି ଦେଖି ଫ୍ୟାଶନ ପ୍ରତି ଆଗ୍ରହ ପ୍ରକାଶ କରିଥିବା ଉର୍ଫି ଫ୍ୟାସନ୍‌ ଦୁନିଆରେ ଏଣ୍ଟ୍ରି କରିଥିଲେ। 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.