ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ସୋସିଆଲ ମିଡିଆରେ ଉର୍ବଶୀଙ୍କ ଦାବୀ, ଲିଓନାର୍ଡୋ ତାଙ୍କୁ ‘କାନ୍‌ର କୁଇନ୍‌’ କହିଥିଲେ!

Published By : Krishna Priya | May 30, 2025 2:43 PM

ମୁମ୍ବାଇ ୩୦/୦୫: ଖବରରେ ରହିବାର ଟ୍ରିକ୍‌ ବେଶ ଭଲଭାବେ ଜାଣନ୍ତି ଉର୍ବଶୀ ରୌତେଲା । ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଦାବି କରିଛନ୍ତି, ହଲିଉଡ୍‌ ଷ୍ଟାର୍‌ ଲିଓନାର୍ଡୋ ଡିକାପ୍ରିଓ ତାଙ୍କୁ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ର କୁଇନ୍‌ କହିଥିଲେ । ଲିଓନାର୍ଡୋଙ୍କ ସହ ନିଜର ଏକ ସେଲ୍‌ଫି ପୋଷ୍ଟ୍‌ କରି ସେ ଏହି ଦାବି କରିଛନ୍ତି । ଗୁରୁବାର ଉର୍ବଶୀ ଏକ ପୁରୁଣା ସେଲ୍‌ଫି ଶେୟାର କରିଥିଲେ, ଯେଉଁଥିରେ ସେ ହଲିଉଡ୍‌ ଷ୍ଟାର୍‌ ଲିଓନାର୍ଡୋଙ୍କ ସହ ନଜର ଆସିଛନ୍ତି । ଫଟୋଟି ୨୦୨୨ରେ ଉଭୟଙ୍କ ସାକ୍ଷାତର । 

ଫଟୋ ସହିତ ଉର୍ବଶୀ କ୍ୟାପ୍‌ସନ ଲେଖିଛନ୍ତି ‘ଯେତେବେଳେ ଲିଓନାର୍ଡୋ ଡିକାପ୍ରିଓ ତୁମକୁ କାନ୍‌ର ରାଣୀ କହନ୍ତି! ଧନ୍ୟବାଦ ଲିଓ.. ଏହା ଏକ ଟାଇଟାନିକ୍‌ କମ୍ପ୍ଲିମେଣ୍ଟ୍‌ ।’ ଏହି ପୋଷ୍ଟ୍‌ ପାଇଁ ୟୁଜର୍‌ ଉର୍ବଶୀଙ୍କୁ ଖୁବ୍‌ ଥଟ୍ଟା କରୁଛନ୍ତି । ତେବେ ପ୍ରଥମ ଥର ଉର୍ବଶୀ ଲିଓନାର୍ଡୋଙ୍କୁ ନେଇ ଏଭଳି ଦାବି କରିନାହାନ୍ତି । ୩ ବର୍ଷ ତଳେ ମଧ୍ୟ କାନ୍‌ରେ ତାଙ୍କ ଉପସ୍ଥିତିକୁ ନେଇ ଲିଓନାର୍ଡୋ କମ୍ପ୍ଲିମେଣ୍ଟ୍‌ ଦେଇଥିଲେ ବୋଲି ଉର୍ବଶୀ କହିଥିଲେ । ଲିଓନାର୍ଡୋ ତାଙ୍କୁ ଜଣେ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ କହିଥିଲେ ବୋଲି ଉର୍ବଶୀ ଲେଖିଥିଲେ । ଏଥିପାଇଁ ତାଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.