ନୂଆଦିଲ୍ଲୀ, ୨୦/୧୧ : ଆମେରିକା ଦେବ ବ୍ରହ୍ମାସ୍ତ୍ର। ଆହୁରି ଶକ୍ତିଶାଳୀ ହେବ ଭାରତ। ଦିଲ୍ଲୀ-ୱାଶିଂଟନ୍ ଭିତରେ ବଡ଼ ଡିଫେନ୍ସ ଡିଲ୍। ଭୟରେ ଶତ୍ରୁ ଥରହର, ହଜିଲା ପାକିସ୍ତାନ ନିଦ। ଏହି ଅସ୍ତ୍ର ଆଗରେ ତିଷ୍ଠି ପାରିବନି ପାକିସ୍ତାନୀ ଟ୍ୟାଙ୍କର। ଆମେରିକା ଭାରତକୁ ଜାଭେଲିନ ମିସାଇଲ୍ ସିଷ୍ଟମ ବିକ୍ରି କରିବ। ଏଥିପାଇଁ ଆମେରିକୀୟ ବୈଦେଶିକ ବିଭାଗ ମଞ୍ଜୁରି ଦେଇଛି। ଦୁଇ ଦେଶ ମଧ୍ୟରେ ୯୨.୮ ମିଲିୟନ ଡଲାରର ଡିଲ୍ ହୋଇଛି। ଜାଭେଲିନ୍ ମିସାଇଲ୍ ସିଷ୍ଟମ ସହ ଜରୁରୀ ଉପକରଣ ଏବଂ ସପୋର୍ଟ ସିଷ୍ଟମ ସାମିଲ ରହିଛି। ପ୍ରତିରକ୍ଷା ସୁରକ୍ଷା ସହଯୋଗ ସଂସ୍ଥା ଏନେଇ ସୂଚନା ଦେଇଛି। 

ଜାଭେଲିନ୍ ଏକ ଉନ୍ନତ ଆଣ୍ଟି ଟ୍ୟାଙ୍କ ମିସାଇଲ୍। ଏହା ଭୂମିରୁ ନିକ୍ଷେପ କରାଯାଇପାରିବ। ଶତ୍ରୁର ଟ୍ୟାଙ୍କର ଓ ଠିକଣାକୁ ନଷ୍ଟଭ୍ରଷ୍ଟ କରିଦେବ। ଦୁଇ ଦେଶ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୪୫.୭ ମିଲିୟନ ଡଲାରର ଡିଲ୍ ହେବ। ପ୍ରଥମ ପ୍ୟାକେଜ୍‌ରେ ଜାଭେଲିନ୍ ଏଫଜିଏମ୍-୧୪୮ ମିସାଇଲ୍, ୧ ଟେଷ୍ଟ ଫ୍ଲାଇ-ଟୁ-ବାଏ ମିସାଇଲ, ୨୫ ଜାଭେଲିନ ଲାଇଟୱେଟ୍ କମାଣ୍ଡ ଲଞ୍ଚ ୟୁନିଟ୍ ସାମିଲ ରହିଛି। ଏହି ପ୍ୟାକେଜରେ ଅନ୍ୟ ପ୍ରମୁଖ ରକ୍ଷା ଉପକରଣ ବି ସାମିଲ ରହିଛି। 

୪୭.୧ ମିୟନ ଡଲାରର ଦ୍ଵିତୀୟ ପ୍ୟାକେଜ୍ ରହିଛି। ଏହି ପ୍ୟାକେଜ୍‌ରେ ଏକ୍ସକ୍ୟାଲିବର ପ୍ରୋଜେକ୍ଟାଇଲ୍ସ ଏବଂ ସମ୍ବନ୍ଧିତ ଉପକରଣ ବିକ୍ରି ପାଇଁ ମଞ୍ଜୁରି ମିଳିଛି। ଏହି ଡିଲ୍ ଯୋଗୁଁ ଦୁଇ ଦେଶର ସମ୍ପର୍କରେ ସୁଧାର ଆସିବ। 

FGM-148 ଜାଭେଲିନର ବିଶେଷତ୍ତ୍ଵ
-ଜାଭେଲିନ ମିସାଇଲ୍ ଉତକ୍ଷେପଣ କରିବା ପରେ ଅପରେଟରଙ୍କୁ ଲକ୍ଷ୍ୟ ଆଡ଼କୁ ଦେଖିବା ଆବଶ୍ୟକ ନାହିଁ।
-ଏହା ଟ୍ୟାଙ୍କରର ଉପର ଭାଗ ଉପରେ ଆକ୍ରମଣ କରେ। ଯାହାକି ସବୁଠୁ ଦୁର୍ବଳ ଅଂଶ।
-ଲକ୍ଷ୍ୟକୁ ଲକ୍ କରିବା ପାଇଁ ଉନ୍ନତ ଆଇଆର ସିକର ବ୍ୟବହାର କରେ।
-ଆଧୁନିକ ଟ୍ୟାଙ୍କର ବିରୋଧରେ ଅଧିକ ପ୍ରଭାବୀ।
-୨୫୦୦ ମିଟରରୁ ଅଧିକ ରେଞ୍ଜ୍।
-ହାଲୁକା ହୋଇଥିବାରୁ ଦୁଇ ଜଣ ସୈନିକ ଏହାକୁ ଟେକି ପାରିବେ। 
-ରାତିରେ ବି ଲକ୍ଷ୍ୟଭେଦ କରିପାରିବ। 
-ଘର କିମ୍ଵା କବର ପଛପଟୁ ଏହାକୁ ଉତକ୍ଷେପଣ କରିହେବ।
-ଲକ୍ଷ୍ୟ ପଥରୁ ନିବୃତ୍ତ ହେବା ସମ୍ଭାବନା ଖୁବ୍ କମ୍।