ନୂଆଦିଲ୍ଲୀ,୧୧/୨: H-1 ଭିସା କାର୍ଯ୍ୟକ୍ରମକୁ ଶେଷ କରିବା ଲାଗି ଆମେରିକା ସଂସଦରେ ଏକ ବିଲ୍ ପାରିତ । ଫ୍ଲୋରିଡାରୁ ରିପବ୍ଲିକାନ ସାଂସଦ ଗ୍ରେଗ୍ ଷ୍ଟ୍ୟୁବେ ଏହାକୁ ଉପସ୍ଥାପନ କରିଛନ୍ତି । ଏହି ବିଲ୍କୁ ଏଣ୍ଡିଂ ଏକ୍ସପ୍ଲୋଇଟେଟିଭ୍ ଲେବର୍ ଇମିଗ୍ରେସନ ଆଇନ ବା ଏକ୍ଜାଇଲ ଆଇନ ନାମ ଦିଆଯାଇଛି । ଏହା ଜରିଆରେ ଇମିଗ୍ରେସନ ଏବଂ ନ୍ୟାଶନାଲିଟି ଆକ୍ଟକୁ ସଂଶୋଧନ କରାଯାଇ ଏଚ୍-୧ ବି ଭିସା କାର୍ଯ୍ୟକ୍ରମକୁ ୨୦୨୭ ସୁଦ୍ଧା ଶେଷ କରିବାକୁ ପ୍ରସ୍ତାବ ରଖାଯାଇଛି । ଆମେରିକା ଏଚ୍-୧ ବି ଏବଂ ଏଚ୍ ୪ ଭିସାକୁ ନେଇ ଏକ କଠୋର ଆଭିମୁଖ୍ୟ ଦେଖାଇଛି । ଏଭଳି ସ୍ଥିତିରେ ଆସିଛି ଏହି ବିଲ୍ । ଏହି ବିଲ୍ ପାସ ହେଲେ ଆମେରିକା ଯାଉଥିବା ଅତିକୁଶଳୀ ପ୍ରଫେଶନାଲଙ୍କ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ । ଆମେରିକା ସଂସଦରେ ଗ୍ରେଗ୍ ଷ୍ଟ୍ୟୁବେ ଏଚ୍୧ ଭିସାର ଦୁରୋପଯୋଗ ନେଇ ଅଭିଯୋଗ ଆଣିଛନ୍ତି । ଏଥିଯୋଗୁ ଆମେରିକା ନାଗରିକଙ୍କ ନିଯୁକ୍ତି ଉପରେ ବଡ଼ ପ୍ରଭାବ ପଡୁଥିବା ସେ କହିଛନ୍ତି । ଏଭଳି ଭିସା କାର୍ଯ୍ୟକ୍ରମ ଯୋଗୁ ଅନେକ ଆମେରିକୀୟ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡିଛି ।
୨୦୨୫ରେ ୯ ହଜାରରୁ ଅଧିକ ଏଚ୍-୧ ଭିସା ମଞ୍ଜୁର ହେବା ସତ୍ତ୍ବେ ମଧ୍ୟ ମାଇକ୍ରୋସଫ୍ଟ ୧୬ ହଜାର କର୍ମଚାରୀଙ୍କୁ ହଟାଇ ଦେଇଥିବା ଅଭିଯୋଗ ଆସିଛି । ବର୍ତ୍ତମାନ ଏହି ବିଲ୍କୁ ଆମେରିକା ସଂସଦର ନିମ୍ନ ସଦନ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ଉପସ୍ଥାପନ କରାଯାଇଛି । ଏହା ଉପରେ ଚର୍ଚ୍ଚା ହେବା ସହ ଭୋଟିଂର ସମୟ ସୀମା ନିର୍ଦ୍ଧାରଣ କରାଯାଇଛି । ବିଲ୍ ମଞ୍ଜୁରି ପାଇଲେ ଏହା ଉଚ୍ଚ ସଦନ ସିନେଟକୁ ଯିବ । ସେଠାରେ ମଧ୍ୟ ଚର୍ଚ୍ଚା ଓ ଭୋଟିଂ ହେବ । ଉଭୟ ସଦନରେ ପାସ୍ ହେବା ପରେ ଏହା ରାଷ୍ଟ୍ରପତିଙ୍କ ମଞ୍ଜୁରି ଲାଗି ଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଏହା ଆଇନରେ ରୁପାନ୍ତରିତ ହେବ ।
ଅଧିକ ପଢନ୍ତୁ-ଏପ୍ଷ୍ଟିନ୍ର ପ୍ରାଇଭେଟ୍ ଜେଟ୍ ‘ଲୋଲିତା ଏକ୍ସପ୍ରେସ୍’, ଅଧିକ ଫାଇଲ ରିଲିଜ କରିବାକୁ ଦାବି