ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗୌତମ ଆଦାନୀଙ୍କୁ ବଡ଼ ଝଟ୍‌କା, ଆରେଷ୍ଟ ୱାରେଣ୍ଟ ଜାରି କଲା ଆମେରିକା କୋର୍ଟ

Published By : Swapna Ray | November 21, 2024 12:08 PM

ନୂଆଦିଲ୍ଲୀ, ୨୧।୧୧: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ବଡ଼ ଝଟ୍‌କା । ନୂଆ ବିବାଦରେ ଫସିଲେ ବିଶିଷ୍ଟ ଉଦ୍ୟୋଗପତି ତଥା ଭାରତର ସବୁଠାରୁ ଧନୀ ଏବଂ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ । ଆମେରିକା ଆଣିଲା ଗୁରୁତର ଅଭିଯୋଗ । ଆମେରିକାରେ ସୋଲାର କଣ୍ଟ୍ରାକ୍ଟ ହାସଲ ପାଇଁ ଦେଇଥିଲେ ୨ହଜାର କୋଟି ଲାଞ୍ଚ । ଆଦାନୀଙ୍କ ସମେତ ୮ ଜଣ କୋଟି କୋଟି ଟଙ୍କାର ଠକେଇରେ ସାମିଲ । 

ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଲାଞ୍ଚ ଦେଇ ଠକିଛନ୍ତି । କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି । ଏହି ସମଗ୍ର ବିଷୟ ଆଦାନୀ ଗ୍ରୁପ୍ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଅନ୍ୟ ଏକ ସଂସ୍ଥା ସହିତ ଜଡ଼ିତ । ନ୍ୟୁୟର୍କର ଫେଡେରାଲ କୋର୍ଟରେ ହୋଇଥିବା ଏକ ଶୁଣାଣିରେ ଗୌତମ ଆଦାନୀଙ୍କ ସମେତ ୮ ଜଣ ଲୋକ କୋଟି କୋଟି ଟଙ୍କାର ଠକେଇ କରିଥିବା ବେଳେ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । 

ବୁଧବାର ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡର ଅଧିକାରୀ ତଥା ଅନ୍ୟ ଏକ ସଂସ୍ଥା ଆଜୁର୍ ପାୱାର୍ ଗ୍ଲୋବାଲ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ସିରିଲ୍ କାବାନ୍ସଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛି । ରିପୋର୍ଟରେ କୁହାଯାଇଛି ଯେ, ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଓ ଅନ୍ୟ ୭ ଜଣ ସେମାନଙ୍କର ରିନ୍ୟୁଏବଲ ଏନର୍ଜୀ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଭାରତର ସର୍ବବୃହତ୍ ସୋଲାର ପ୍ୟାନେଲ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୨୬୫ ନିୟୁତ ଡଲାର୍ର ଲାଞ୍ଚ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ରିପୋର୍ଟରେ କୁହାଯାଇଛି ଯେ, ଏହି ଚୁକ୍ତିନାମା ମାଧ୍ୟମରେ ଆଦାନୀ ଗ୍ରୁପ୍ ୨୦ ବର୍ଷ ମଧ୍ୟରେ ୨ ବିଲିୟନ ଡଲାରରୁ ଅଧିକ ଲାଭ ପାଇବ ବୋଲି ଆଶା କରିଥିଲା । ଅଭିଯୋଗ ହୋଇଛି ଯେ, ୨୦୨୦ ରୁ ୨୦୨୪ ମଧ୍ୟରେ ଅଧିକାରୀମାନଙ୍କୁ ଏହି ଲାଞ୍ଚ ଦିଆଯାଇଥିଲା । ଏହି ଲାଭ ପାଇଁ ଆମେରିକା ସମେତ ଅନ୍ୟ ଦେଶର ନିବେଶକ ଏବଂ ବ୍ୟାଙ୍କଗୁଡ଼ିକୁ ମିଛ କହି ଠକିଥିଲା ଆଦାନୀ ଗ୍ରୁପ । ସାଗର ଆଦାନୀ ଓ ବିନିତ ଜୈନ୍‌ ଗ୍ରୀନ୍‌ ଏନର୍ଜୀ ଲିମିଟେଡ୍‌ର ଅଧିକାରୀ ଅଟନ୍ତି । ସାଗର ହେଉଛନ୍ତି ଗୌତମ ଆଦାନୀଙ୍କ ପୁତୁରା । ରୟଟର୍ସର ରିପୋର୍ଟ ମୁତାବକ, ଗୌତମ ଆଦାନୀ ଓ ସାଗରଙ୍କ ବିରୋଧରେ ଆମେରିକା କୋର୍ଟ ଗିରଫ ଓ୍ୱାରେଣ୍ଟ ଜାରି କରିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.