ନ୍ୟୁୟର୍କ,୩୧।୧୨: ଶପଥ ପୁର୍ବରୁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଝଟକା। ଲେଖିକାଙ୍କୁ ଯୌନ ଉତ୍ପୀଡନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଟ୍ରମ୍ପ। ତାଙ୍କୁ ୫ ମିଲିୟନ ଡଲାର ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଜାନୁଆରୀ ୨୦ରେ ଟ୍ରମ୍ପ ଶପଥ ନେବେ ହେଲେ ତା ପୂର୍ବରୁ ଫେଡେରାଲ୍ ଅପିଲ କୋର୍ଟରୁ ଲାଗିଛି ବଡ ଝଟକା । ଟ୍ରମ୍ପ କୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କ ଉପରେ ଲାଗିଥିବା ଜୋରିମାନା ରାୟକୁ ସଂରକ୍ଷିତ ରଖିଛନ୍ତି ।
କୋର୍ଟ ୧୯୯୬ ମସିହାର ମାମଲାରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଣେ ଲେଖିକାଙ୍କୁ ଯୌନ ଉତ୍ପୀଡନ ଅଭିଯୋଗରେ ଟ୍ରମ୍ପଙ୍କୁ ମ୍ୟାନହଟନ କୋର୍ଟ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ଦୋଷମୁକ୍ତ ହେବା ପାଇଁ ଆମେରିକାର ଦ୍ୱିତୀୟ ସର୍କିଟ୍ ଅପିଲ୍ କୋର୍ଟରେ ଟ୍ରମ୍ପ ଆବେଦନ କରିଥିଲେ। କୋର୍ଟ କହିଛନ୍ତି ଯେ ମ୍ୟାନହଟନ୍ ବିଚାରପତିଙ୍କ ରାୟକୁ ରଦ୍ଦ କରାଯିବ ନାହିଁ। ଇ-ଜିନ କ୍ୟାରୋଲଙ୍କ ଯୌନ ଉତ୍ପୀଡନ ଓ ମାନହାନି ପାଇଁ ଟ୍ରମ୍ପଙ୍କୁ ୫ ମିଲିୟନ ଡଲାର ଜୋରିମାନା ଦେବାକୁ ପଡିବ।
ଏହି ମାମଲା ମ୍ୟାନହଟନ୍ର ଏକ ଡିପାର୍ଟମେଣ୍ଟାଲ ଷ୍ଟୋରରେ ଘଟିଥିଲା। ଏକ ବନ୍ଧୁତ୍ବପୂର୍ଣ୍ଣ ସାକ୍ଷାତ ସମୟରେ ଟ୍ରମ୍ପ ଷ୍ଟୋରର ଡ୍ରେସିଂ ରୁମ୍ରେ ହଠାତ ପଶିଯାଇଥିଲେ। ଏହାପରେ ସେ ଲେଖିକା ଇ.ଜିନ୍ କେରୋଲଙ୍କ କରିଥିଲେ ଯୌନ ଶୋଷଣ। ଇ.ଜିନ୍ ଏକ ପତ୍ରିକାର ସମ୍ଭକାର ମଧ୍ୟ ରହିସାରିଛନ୍ତି। ଟ୍ରମ୍ପ ଏଭଳି କୌଣସି ଘଟଣା ଘଟି ନାହିଁ ବୋଲି ବାରମ୍ବାର ଖଣ୍ଡନ କରି ଆସୁଛନ୍ତି। ଏହି ମାମଲାରେ ମ୍ୟାନହଟନ୍ କୋର୍ଟ ଗତ ବର୍ଷ ୯ ଦିନ ପର୍ଯ୍ୟନ୍ତ ଚାଲିଥିବା ଏକ ସିଭିଲ କେସ୍ ପରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ମ୍ୟାନହଟନ୍ କୋର୍ଟଙ୍କ ରାୟ ବିରୋଧରେ ଯଦିଓ ଟ୍ରମ୍ପ ଅପିଲ କରିଥିଲେ, କିନ୍ତୁ ଏହାକୁ କୋର୍ଟ ଖାରଜ କରିଛନ୍ତି। ସେପେଟ ଟ୍ରମ୍ପଙ୍କ ମୁଖପାତ୍ର ଷ୍ଟିଭନ୍ ଚେଉଙ୍ଗ କହିଛନ୍ତି, ଏହି ମାମଲାରେ ୫ ମିଲିୟନ ଡଲାର କ୍ଷତିପୂରଣ ବିରୋଧିରେ ଅପିଲ କରିବେ।