ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭାରତର ବ୍ରହ୍ମୋସ ଆଗରେ ବିଫଳ ପାକ୍‌-ଚାଇନା ଏୟାର ଡିଫେନ୍ସ ସିଷ୍ଟମ , ଆମେରିକୀୟ ବିଶେଷଜ୍ଞ କଲେ ପ୍ରଶଂସା

Published By : Prameya | May 16, 2025 5:34 PM

ନୂଆଦିଲ୍ଲୀ : ଭାରତ ବିଗତ ଦିନରେ ଯେଉଁ ସଠିକତା ଓ ସତର୍କତାରେ ଅପରେସନ ସିନ୍ଦୂରକୁ ସଫଳ କରିଛି, ଏଥିରେ ଦେଶ ବିଦେଶର ଏକ୍ସପର୍ଟସ ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀର ପିଠି ଥାପୁଡାଉଛନ୍ତି। ଏହି କ୍ରମରେ ଆମେରିକାର ଜଣାଶୁଣା ୱାରଫେୟାର ଏକ୍ସପର୍ଟ ଜନ୍‌ ସ୍ପେନ୍ସର ଅପରେସନ ସିନ୍ଦୂରକୁ ଖୁବ୍ ପ୍ରଶଂସା କରିଛନ୍ତି। ଜନ୍ ସ୍ପେନ୍ସର କହିଛନ୍ତି ଯେ, ଏହି ଅପରେସନ ଓ ପରେ ପାକିସ୍ତାନକୁ ଜବାବ ଦେବାରେ ଭାରତ ଆଟାକ୍‌ ଓ ଡିଫେନ୍ସର ଅଜବ ସଙ୍ଗମ ଦେଖାଇଛି। ସେ କହିଛନ୍ତି ଯେ, ଭାରତ ଏହି ସନ୍ଦେସ ମଧ୍ୟ ଦେଇଛି ଯେ, ସେ ପାକିସ୍ତାନରେ କେଉଁଠି ବି କେବେ ବି ହମଲା କରିପାରେ।

କହି ରଖୁଛୁ ଯେ, ଜନ୍ ସ୍ପେନ୍ସର ମଡର୍ନ ୱାର ଇନଷ୍ଟିଚ୍ୟୁଟ୍‌ରେ ଅର୍ବାନ ୱାରଫେୟାର ଷ୍ଟଡିଜ୍‌ର ଅଧ୍ୟକ୍ଷ ରୂପେ କାର୍ଯ୍ୟରତ ଅଛନ୍ତି। ରିଟାୟର୍ଡ କର୍ଣ୍ଣଲ ଜନ ସ୍ପେନ୍ସର ଅପରେସନ ସିନ୍ଦୂରକୁ ନେଇ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ପାକିସ୍ତାନ ଯେଉଁ ଚାଇନା ଏୟାର ଡିଫେନ୍ସ ସିଷ୍ଟମର ବ୍ୟବହାର କରିଥାଏ , ସେ କେବେ ବି ଭାରତର ବ୍ରହ୍ମୋସ ମିସାଇଲର ମୁକାବିଲା କରି ପାରିବ ନାହିଁ। ସ୍ପେନ୍ସର ଇଣ୍ଡିଆ ଟୁଡେକୁ କହିଛି, ଅପରେସନ ସିନ୍ଦୂର ବେଳେ ଭାରତ ପାକିସ୍ତାନରେ ପଶି ହମଲା କରିଥିଲା। ସେଠାରେ ଭାରତ ପାକିସ୍ତାନୀ ଡ୍ରୋନ୍‌ ଓ ମିସାଇଲକୁ ମଧ୍ୟ ସଫଳତାପୂର୍ବକ ପ୍ରତିହତ କରିଥିଲା। 

ସ୍ପେନ୍ସର ଆହୁରି କହିଛନ୍ତି, ବ୍ରହ୍ମୋସ ମିସାଇଲ ପାକିସ୍ତାନ ଦ୍ୱାରା ବ୍ୟବହୃତ କରାଯାଉ ଥିବା କୌଣସି ବି ଚାଇନା ବାୟୁପ୍ରତିରକ୍ଷା ସିଷ୍ଟମକୁ ଭେଦ କରିବାର କ୍ଷମତା ରଖିଥାଏ। ସେ କହିଛନ୍ତି , ଚାଇନା ବାୟୁ ପ୍ରତିରକ୍ଷା ପ୍ରଣାଳୀ ଓ ମିସାଇଲ ଭାରତର ସିଷ୍ଟମର ତୁଳନାରେ ଦୁର୍ବଳ । ଭାରତର ସନ୍ଦେସ ସ୍ପଷ୍ଟ ଥିଲା। ଭାରତ ପାକିସ୍ତାନରେ କେଉଁଠି ବି କେବେ ବି ହମଲା କରିପାରେ। 

ଉଲ୍ଲେଖନୀୟ ଯେ, ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଆତଙ୍କବାଦ ଉପରେ କଡ଼ା ପ୍ରହାର କରି ଅପରେସନ ସିନ୍ଦୂର ଅନୁସାରେ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରରେ ଅନେକ ଆତଙ୍କୀ ଠିକଣାକୁ ଧ୍ୱଂସ ବିଧ୍ୱଂସ କରିଦେଇ ଥିଲା। ଏହାପରେ ପାକିସ୍ତାନ ଭାରତ ଉପରେ ଭୀରୁତାପୂର୍ଣ୍ଣ ହମଲା ଆରମ୍ଭ କରି ଦେଇ ଥିଲା। ହେଲେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଅଧିକାଂଶ ହମଲାକୁ ଅସଫଳ କରି ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.