ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, କ୍ରାଉନ୍ ଫ୍ରିନ୍ସଙ୍କ ସହ ଏହି ମୁଦ୍ଦାରେ ହେବ ଚର୍ଚ୍ଚା

Published By : Ankita S | April 22, 2025 9:07 AM

ନୂଆଦିଲ୍ଲୀ,୨୨/୦୪: ଆଜିଠୁ ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଉଦି ଆରବ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ସାଉଦି ଯିବେ । ପୂର୍ବରୁ ୨୦୧୬ ଓ ୨୦୧୯ରେ ପ୍ରଧାନମନ୍ତ୍ରୀ ସାଉଦ ଆରବ ଗସ୍ତ କରିଥିଲେ । ଏହା ତାଙ୍କର ତୃତୀୟ ଗସ୍ତ । ମୋଦିଙ୍କ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।

ଭାରତ ଓ ସାଉଦି ଆରବ ମଧ୍ୟରେ ସାମାଜିକ, ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ବନ୍ଧ ରହିଛି । ପ୍ରତିରକ୍ଷା, ପୁଞ୍ଜି ନିବେଶ, ଶକ୍ତି ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବିଡ଼ ସମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦୁଇଦେଶ ମଧ୍ୟରେ ସମ୍ପର୍କରୁ ଆହୁରି ସୃଦୁଢ କରିବ । ଦୁଇ ନେତାଙ୍କ ମଧ୍ୟରେ ବୈଶ୍ୱିକ ମୁଦ୍ଦା ଉପରେ ଆଲୋଚନା ହେବ । ୨୦୨୩ ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିଥିଲେ ସାଉଦି ଆରବ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ । ଏହି ଅବସରରେ ଭାରତ-ସାଉଦି ଆରବ ଦ୍ୱିପାକ୍ଷିକ ସହଯୋଗୀ ପରିଷଦ ବୈଠକରେ ସେ ଅଧକ୍ଷତା କରିଥିଲେ । ସାଉଦିରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।

ଅଧିକ ପଢନ୍ତୁ...ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ; ଆଲୋଚନାରେ ବାଣିଜ୍ୟିକ ବୁଝାମଣା ଉପରେ ରହିପାରେ ଫୋକସ୍

କେଉଁ ମୁଦ୍ଦା ଉପରେ ହେବ ଚର୍ଚ୍ଚା ? ବିଦେଶ ସଚିବଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଭାରତରେ ୧୦୦ବିଲିୟନ ଆମେରିକୀୟ ଡଲାର ନିବେଶ ଯୋଜନାକୁ ସୁବିଧାଜନକ କରିବାକୁ ପଦକ୍ଷେପ ନେବା ଉପରେ ଚର୍ଚ୍ଚା ହେବ । ଯେମିତି କି ୨୦୧୯ରେ କ୍ରାଉନ୍ ଫ୍ରିନ୍ସ ଭାରତ ଗସ୍ତରେ ଆସି ଘୋଷଣା କରିଥିଲେ । ସେ କିଛି ମୁଦ୍ଦା ଉଠାଇଥିଲେ ଏବଂ ଆମେ ତାହା ଉପରେ କାମ କରିଛୁ । ପ୍ରସ୍ତାବିତ ନିବେଶରେ ଗତି ଆଣିବାକୁ ୨୦୨୩ ଅକ୍ଟୋବରରେ ଉଚ୍ଚସ୍ତରୀୟ ଟାକ୍ସ ଫୋର୍ସ (HLTFI) ସ୍ଥାପନ ହୋଇଥିଲା ।

ବିଦେଶ ସଚିବ ଆହୁରି କହିଛନ୍ତି, ପିଏମ୍ ମୋଦି ଓ ସାଉଦି ଆରବ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନାରେ ବହୁ ମହତ୍ତ୍ୱାକାକ୍ଷୀଂ ଭାରତ-ମଧ୍ୟ-ପୂର୍ବ-ୟୁରୋପ-ଆର୍ଥିକ (ଆଇଏମଇସି) ପରିଯୋଜନା ରହିଛି । ଏହା ସହିତ ଇସ୍ରାଏଲ- ହମାସ ଯୁଦ୍ଧ ସହିତ ଋଷ-ୟୁକ୍ରେନ ସ୍ଥିତି ଉପରେ ଚର୍ଚ୍ଚା ହୋଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.