ନୂଆଦିଲ୍ଲୀ,୬/୧୧ : ଆମେରିକା ରାଷ୍ଟ୍ରପତି ଭାବେ ପୁନଃର୍ବାର ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ତାଙ୍କର ଏହି ବିଜୟ ପରେ ଟ୍ରମ୍ପ- ବିରାଟଙ୍କ ସମ୍ପର୍କକୁ ନେଇ ହେଉଛି ଆଲୋଚନା । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ ଟ୍ରମ୍ପଙ୍କ ଜିତିବାରେ ବିରାଟଙ୍କ କ’ଣ ରହିଛି ସମ୍ପର୍କ । ମାତ୍ର ଯେତବେଳେ ଟ୍ରମ୍ପ ପ୍ରଥମ ଥର ଆମେରିକାର ରାଷ୍ଟ୍ରପତି ହୋଇଥିଲେ ସେତେବେଳେ ବିରାଟ କୋହଲୀଙ୍କ ସ୍ବର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଥିଲା । ଡୋନାଲ୍ଡ ଟ୍ରମ୍ପ ଆମେରିକାରର ୪୫ତମ ରାଷ୍ଟ୍ରପତି ଭାବେ ୨୦ଜାନୁଆରୀ ୨୦୧୭ରୁ ନେଇ ୨୦ଜାନୁଆରୀ ୨୦୨୧ପର୍ଯ୍ୟନ୍ତ ରହିଥିଲେ । ଏହି ସମୟରେ ବିରାଟ କୋହଲି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ରାଜ୍ କରିଥିଲେ । ବିରାଟ କୋହଲୀ ଏହି ସମୟରେ ୧୪୭ମ୍ୟାଚର ୧୬୭ପାଳିରେ ୬୨.୨୮ପ୍ରତିଶତରେ ୮୭୨୦ରନ୍ କରିଥିଲେ । ଏହି ସମୟରେ ତାଙ୍କ ବ୍ୟାଟରୁ ୨୮ଶତକ ଏବଂ ୪୦ଅର୍ଦ୍ଧଶତକ ଆସିଥିଲା । ବିରାଟ କୋହଲୀଙ୍କ ସର୍ବଶ୍ରେଷ୍ଠ ସ୍କୋର ଏହି ସମୟରେ ୨୫୪ରନ୍ ଥିଲା ।
୨୦୧୭ରୁ ନେଇ ୨୦୨୦ପର୍ଯ୍ୟନ୍ତ ବିରାଟ କୋହଲି ୩୪ମ୍ୟାଚର ୫୭ପାଳିରେ ୫୮.୬୬ ପ୍ରତିଶତରେ ୩୧୦୯ରନ୍ କରିଥିଲେ । ଏହି ସମୟରେ ତାଙ୍କ ବ୍ୟାଟରୁ ୧୨ଶତକ ଏବଂ ୯ଅର୍ଦ୍ଧଶତକ ଆସିଥିଲା । ବିରାଟଙ୍କ ସର୍ବଶ୍ରେଷ୍ଠ ରେକର୍ଡ଼ ଏହି ସମୟରେ ୨୫୪ରହିଥିଲା । ପ୍ରକାଶ ଯେ, ବିରାଟଙ୍କଠାରୁ ଅଧିକ କେବଳ ଏହି ସମୟରେ ଜୋ ଋଟ୍ କରିଥିଲେ । ଜୋ ଋଟ ୪୫ମ୍ୟାଚର ୮୧ପାଳିରେ ୩୪୫୯ରନ୍ କରିଥିଲେ। ଏହି ସମୟରେ ତାଙ୍କ ବ୍ୟାଟରୁ ୭ଶତକ ଏବଂ ୨୨ଅର୍ଦ୍ଧଶତକ ଆସିଥିଲା । ଠିକ୍ ସେହିଭଳି ଦିନିକିଆ ହେଉ କିମ୍ବା ଟି-୨୦ରେ ମଧ୍ୟ ବହୁତ ଭଲ ପାଳି ଖେଳିଥିଲେ ବିରାଟ ।
ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୦ରେ ନିର୍ବାଚନରେ ପରାଜୟ ହେବାକୁ ପଡ଼ିଥିଲା ଏବଂ ଏହାପରେ ବିରାଟଙ୍କ ବ୍ୟାଟରୁ ବି ରନ୍ ବାହାରିବା ବନ୍ଦ ହୋଇଥିଲା । ୨୦ଜାନୁଆରୀ ୨୦୨୧ପରେ ବିରାଟ ୩୧ଟେଷ୍ଟରେ ୩୩.୧୧ପ୍ରତିଶତରେ ୧୭୨୨ରନ୍ କରିଥିଲେ । ଦିନିକିଆରେ ୪୪ମ୍ୟାଚରୁ ୫୧.୮୩ପ୍ରତିଶତରେ ୧୮୬୬ରନ୍ କରିଥିଲେ । ଯାହାକି ୪୦ଟି-୨୦ ଅନ୍ତରାଷ୍ଟ୍ରୀୟରେ ସେ ୧୨୬୦ରନ୍ କରିଥିଲେ । ମାତ୍ର ଏହା ବି ସତ୍ୟ କି ବିରାଟ କୋହଲୀ ନିଜ କ୍ୟାରିୟରର ଆରମ୍ଭରୁ ଟ୍ରମ୍ପଙ୍କ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ୧୩ହଜାରରୁ ଅଧିକ ରନ୍ କରିସାରିଥିଲେ । ଏହି ସମୟରେ ସେ ଦିନିକିଆରେ ୭୭୦୦ରୁ ଅଧିକ ରନ୍ କରିଥିଲେ , ଯାହାକି ଟେଷ୍ଟରେ ସେ ୪ହଜାରରୁ ଅଧିକ ରନ୍ କରିଥିଲେ ।
ଏବେ ଟ୍ରମ୍ପ୍ ଜିତିବା ପରେ ଟ୍ରମ୍ପ – ବିରାଟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜାରି ରହିଛି କି ଟ୍ରମ୍ପ ଆସିବା ପରେ ଏବେ ବିରାଟଙ୍କ ଯୁଗ ପୁଣି ଫେରିବ କି ?