ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଭାରତରେ ଆମେରିକୀୟ ଦୂତାବାସ ଭିସା ଆବେଦନକାରୀଙ୍କ ପାଇଁ ଆଣିଲା ନୂଆ ନିୟମ, ଏମାନଙ୍କ ପାଇଁ ସୋସିଆଲ ମିଡିଆ ବାଧ୍ୟତାମୂଳକ…

Published By : Ladu Kishor | June 26, 2025 6:08 PM

ନୂଆଦିଲ୍ଲୀ: ଭାରତରେ ଥିବା ଆମେରିକୀୟ ଦୂତାବାସ ଆମେରିକା ଭିସା ପାଇଁ ଆବେଦନ କରୁଥିବା ପ୍ରବାସୀ ମାନଙ୍କ ପାଇଁ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ନୂତନ ନିର୍ଦ୍ଦେଶାବଳୀ ଆଧାରରେ, ଆମେରିକୀୟ ବୈଦେଶିକ ବିଭାଗ ଚେତାବନୀ ଦେଇଛି ଯେ, ଯଦି ଆବେଦନକାରୀ ମାନେ ସୋସିଆଲ ମିଡିଆରେ ସେମାନଙ୍କ ଉପସ୍ଥିତି ବିଷୟରେ ଭ୍ରମାତ୍ମକ ଉତ୍ତର ଦେଉଛନ୍ତି, ତେବେ ସେମାନଙ୍କୁ ନିଷିଦ୍ଧ କିମ୍ବା ଭିସା ମନା କରାଯିବ। ଗତ ମାସରେ, ଟ୍ରମ୍ପ ପ୍ରଶାସନ କହିଥିଲା ଯେ, ସମସ୍ତ ଆମେରିକୀୟ ଭିସା ଆବେଦନକାରୀଙ୍କୁ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସେୟାର କରିବାକୁ ପଡିବ।

ଗୁରୁବାର ପ୍ରକାଶିତ ନୂତନ ଘୋଷଣାନାମାରେ,ଭାରତରେ ଥିବା ଆମେରିକୀୟ ଦୂତାବାସ କହିଛି ଯେ,ଆବେଦନକାରୀ ମାନଙ୍କୁ ଅତି କମରେ ପାଞ୍ଚ ବର୍ଷ ଧରି ବ୍ୟବହାର କରୁଥିବା ସୋସିଆଲ ମିଡିଆ ଆକାଉଣ୍ଟ ଗୁଡ଼ିକର ଏକ ତାଲିକା ପ୍ରଦାନ କରିବାକୁ ପଡିବ। ଆବେଦକ ମାନଙ୍କୁ ପ୍ରମାଣିତ କରିବାକୁ ପଡିବ ଯେ, ସେମାନଙ୍କ ଭିସା ଆବେଦନରେ ପ୍ରଦାନ କରାଯାଇଥିବା ସୂଚନା ସ୍ୱାକ୍ଷର କରିବା ଏବଂ ଦାଖଲ କରିବା ପୂର୍ବରୁ ସତ୍ୟ ଏବଂ ସଠିକ୍। ସୋସିଆଲ ମିଡିଆ ସୂଚନାକୁ ବାଦ ଦେବା ଦ୍ୱାରା ଭିସା ପ୍ରତ୍ୟାଖ୍ୟାନ ଏବଂ ଭବିଷ୍ୟତ ଭିସା ପାଇଁ ଅଯୋଗ୍ୟତା ହୋଇପାରେ। 

ଟ୍ରମ୍ଫଙ୍କ ନିୟମ ଅନୁଯାୟୀ,ଆମେରିକୀୟ ସରକାର ସୋସିଆଲ ମିଡିଆରେ ଏହାର ନଜର ବୃଦ୍ଧି କରିଛନ୍ତି। ବିଦେଶୀ ଛାତ୍ର ମାନଙ୍କୁ ସେମାନଙ୍କ ପୋଷ୍ଟ ଆଧାରରେ ଅଟକ ଏବଂ ଭିସା ବାତିଲ ବିଷୟରେ ଚେତାବନୀ ଦିଆଯାଇଛି। ଏହି ସମୟରେ, ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ ଭାବରେ କହିଛି ଯେ, ସେ ଆମେରିକାକୁ ଆସୁଥିବା କିମ୍ବା ରହୁଥିବା ଲୋକଙ୍କ ଯାଞ୍ଚ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରିବେ।

ନିକଟରେ ଏକ ମାମଲାରେ,ଜଣେ ୨୧ ବର୍ଷୀୟ ନରୱେଜିଆନ ଛାତ୍ର ଦାବି କରିଛନ୍ତି ଯେ,ତାଙ୍କ ଫୋନରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ମିମ୍ସ ଥିବାରୁ ତାଙ୍କୁ ନ୍ୟୁୟର୍କ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ଯେତେବେଳେ ମୁଁ ମୋ ଫୋନର ପାସଓ୍ବାର୍ଡ ଦେବାକୁ ମନା କରିଦେଲି,ସେମାନେ ମୋତେ ଅତି କମରେ ୫ ହଜାର ଡଲାର ଜରିମାନା କିମ୍ବା ପାଞ୍ଚ ବର୍ଷ ଜେଲ ଦଣ୍ଡର ଧମକ ଦେଇଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.