ନୂଆଦିଲ୍ଲୀ,୨୪।୬: ହ୍ୱାଟସଆପ୍ ବିଷୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି, ଯେଉଁଥିରେ ଦାବି କରାଯାଇଛି ଯେ ଆମେରିକାର ନେତାମାନଙ୍କୁ ମେସେଜିଂ ଆପ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ସଂସଦର ସଦସ୍ୟଙ୍କୁ ସେମାନଙ୍କ ମୋବାଇଲରୁ ହ୍ୱାଟସଆପ୍ ହଟାଇବାକୁ ପରାମର୍ଶ ଦିଆଯାଇଛି। ଏହି ନିର୍ଦ୍ଦେଶ କେବଳ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସ୍ମାର୍ଟଫୋନ୍ ପାଇଁ ରହିଛି। 

ରିପୋର୍ଟ ଅନୁସାରେ, ସୋମବାର ଏକ ଅଫିସିଆଲ ଅର୍ଡର ଜାରି କରିଥିଲା, ଯାହାକି ଇମେଲ ଜରିଆରେ ହାଉସ ଅଫ୍ ରିପ୍ରେଜେଣ୍ଟିଭ ପର୍ଯ୍ୟନ୍ତ ପହଁଞ୍ଚିଛି। ହାଉସ ଅଫ୍‌ ଆଡମିନଷ୍ଟେ୍ରଟିଭ ଅଫିସ ଅନୁସାରେ, କାମ କରୁଥିବା ସାଇବର ସିକ୍ୟୁରିଟି ଅଫିସ ପକ୍ଷରୁ କୁହାଯାଇଛି ଯେ, ହ୍ବାଟସଆପ୍‌‌ ପ୍ରତି ବିପଦ ବଢିଯାଇଛି। ଏହାର ଡାଟା ଲିକ୍ ହେବାର ସମ୍ଭାବନା ବହୁତ ଅଧିକ।

ରିପୋର୍ଟ ଅନୁସାରେ,  ୟୁଏସ୍ ହାଉସ ଅଫ୍ ରିପ୍ରେଜେନଟିଭ ଓ ଅଫିସର୍ସଙ୍କ ପାଇଁ ଜରୁରୀ ନିର୍ଦେଶ ଜାରି କରାଯାଇଛି। ଏହାର ସରକାରୀ ଡିଭାଇସ୍‌ରୁ ହ୍ବାଟସଆପ୍ ରିମୁଭ କରିବାକୁ କୁହାଯାଇଛି। ତେବେ ଆମେରିକା ସରକାର ଏହି ଇମେଲ୍‌କୁ ନେଇ ପବ୍ଲିକାଲି କୌଣସି ଅଫିସିଆଲ ଡିଟେଲ୍ସ ସେୟାର କରି ନାହାନ୍ତି। ରିପୋର୍ଟରେ କୁହାଯାଇଛି ସବୁ ୟୁଏସ୍ ହାଉସ୍‌ର ରିପ୍ରେଜେଣ୍ଟିଭ୍ ଓ ତାଙ୍କ ଅଫିସରଙ୍କୁ ମୋବାଇଲ ଫୋନ୍ ଡେସ୍କଟପ୍‌, କମ୍ପ୍ୟୁଟର ଓ ଓ୍ବେବ୍ ବ୍ରାଉଜର ଆଦି ହ୍ବାଟସଆପ୍‌ ରିମୁଭ କରିବାକୁ କୁହାଯାଇଛି। ରିପୋର୍ଟ ଅନୁସାରେ, ଅର୍ଡରରେ ଏହା ମଧ୍ୟ କୁହାଯାଇଛି ଯେଉଁ ଲୋକଙ୍କ ଡିଭାଇସ୍‌ରେ ଏହି ହ୍ବାଟସଆପ ଅଛି, ତାହା ରିମୁଭ କରିବା ପାଇଁ ଅଫିସରେ କଣ୍ଟାକ୍ଟ କରିପାରିବେ। ହ୍ବାଟସଆପ୍‌ ସ୍ଥାନରେ ଅନ୍ୟ କୌଣସି ମେସେଜିଂ ଆପ୍‌ର ବ୍ୟବହାର କରିବାର ପରାମର୍ଶ ଦିଆଯାଇଛି। ଯେଉଁଥିରେ ସିଗନାଲ, ମାଇକ୍ରୋସଫ୍ଟ ଟିମ୍‌, Wickr, Apple ର  iMessage ଓ FaceTime ର ନାଁ ରହିଛି। ଏହା ସହ ଷ୍ଟାଫ୍‌ଙ୍କୁ ଅଜଣା ମେସେଜ୍‌ରୁ ଆସୁଥିବ ବିପଦଜନକ ମେସେଜ୍‌ ଓ ଫିଶିଂ ଆଟାକ୍‌ରୁ ଦୂରେଇ ରହିବାକୁ କୁହାଯାଇଛି।