ପ୍ରମୂଖ ଖବର
  • କେନ୍ଦୁଝର : ଗଛ ତଳେ ବସିଥିଲେ, ବଜ୍ରପାତରେ ଚାଳିଗଲା ଦମ୍ପତିଙ୍କ ଜୀବନ
  • ||
  • ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍
  • ||
  • ବାରିପଦା : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ପୁଅକୁ ଗୁଳି, ମାଆକୁ ଛୁରାମାଡ
  • ||
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ହ୍ବାଟସଆପ୍‌ ଉପରେ ଲାଗିବ ବ୍ୟାନ୍ ? ଆମେରିକା ସରକାରଙ୍କ ବଡ଼ ପଦକ୍ଷେପ, ରହିଛି ହ୍ୟାକିଂ ଭୟ

Published By : Harapriya Biswal | June 24, 2025 8:00 PM

ନୂଆଦିଲ୍ଲୀ,୨୪।୬: ହ୍ୱାଟସଆପ୍ ବିଷୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି, ଯେଉଁଥିରେ ଦାବି କରାଯାଇଛି ଯେ ଆମେରିକାର ନେତାମାନଙ୍କୁ ମେସେଜିଂ ଆପ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ସଂସଦର ସଦସ୍ୟଙ୍କୁ ସେମାନଙ୍କ ମୋବାଇଲରୁ ହ୍ୱାଟସଆପ୍ ହଟାଇବାକୁ ପରାମର୍ଶ ଦିଆଯାଇଛି। ଏହି ନିର୍ଦ୍ଦେଶ କେବଳ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସ୍ମାର୍ଟଫୋନ୍ ପାଇଁ ରହିଛି। 

ରିପୋର୍ଟ ଅନୁସାରେ, ସୋମବାର ଏକ ଅଫିସିଆଲ ଅର୍ଡର ଜାରି କରିଥିଲା, ଯାହାକି ଇମେଲ ଜରିଆରେ ହାଉସ ଅଫ୍ ରିପ୍ରେଜେଣ୍ଟିଭ ପର୍ଯ୍ୟନ୍ତ ପହଁଞ୍ଚିଛି। ହାଉସ ଅଫ୍‌ ଆଡମିନଷ୍ଟେ୍ରଟିଭ ଅଫିସ ଅନୁସାରେ, କାମ କରୁଥିବା ସାଇବର ସିକ୍ୟୁରିଟି ଅଫିସ ପକ୍ଷରୁ କୁହାଯାଇଛି ଯେ, ହ୍ବାଟସଆପ୍‌‌ ପ୍ରତି ବିପଦ ବଢିଯାଇଛି। ଏହାର ଡାଟା ଲିକ୍ ହେବାର ସମ୍ଭାବନା ବହୁତ ଅଧିକ।

ରିପୋର୍ଟ ଅନୁସାରେ,  ୟୁଏସ୍ ହାଉସ ଅଫ୍ ରିପ୍ରେଜେନଟିଭ ଓ ଅଫିସର୍ସଙ୍କ ପାଇଁ ଜରୁରୀ ନିର୍ଦେଶ ଜାରି କରାଯାଇଛି। ଏହାର ସରକାରୀ ଡିଭାଇସ୍‌ରୁ ହ୍ବାଟସଆପ୍ ରିମୁଭ କରିବାକୁ କୁହାଯାଇଛି। ତେବେ ଆମେରିକା ସରକାର ଏହି ଇମେଲ୍‌କୁ ନେଇ ପବ୍ଲିକାଲି କୌଣସି ଅଫିସିଆଲ ଡିଟେଲ୍ସ ସେୟାର କରି ନାହାନ୍ତି। ରିପୋର୍ଟରେ କୁହାଯାଇଛି ସବୁ ୟୁଏସ୍ ହାଉସ୍‌ର ରିପ୍ରେଜେଣ୍ଟିଭ୍ ଓ ତାଙ୍କ ଅଫିସରଙ୍କୁ ମୋବାଇଲ ଫୋନ୍ ଡେସ୍କଟପ୍‌, କମ୍ପ୍ୟୁଟର ଓ ଓ୍ବେବ୍ ବ୍ରାଉଜର ଆଦି ହ୍ବାଟସଆପ୍‌ ରିମୁଭ କରିବାକୁ କୁହାଯାଇଛି। ରିପୋର୍ଟ ଅନୁସାରେ, ଅର୍ଡରରେ ଏହା ମଧ୍ୟ କୁହାଯାଇଛି ଯେଉଁ ଲୋକଙ୍କ ଡିଭାଇସ୍‌ରେ ଏହି ହ୍ବାଟସଆପ ଅଛି, ତାହା ରିମୁଭ କରିବା ପାଇଁ ଅଫିସରେ କଣ୍ଟାକ୍ଟ କରିପାରିବେ। ହ୍ବାଟସଆପ୍‌ ସ୍ଥାନରେ ଅନ୍ୟ କୌଣସି ମେସେଜିଂ ଆପ୍‌ର ବ୍ୟବହାର କରିବାର ପରାମର୍ଶ ଦିଆଯାଇଛି। ଯେଉଁଥିରେ ସିଗନାଲ, ମାଇକ୍ରୋସଫ୍ଟ ଟିମ୍‌, Wickr, Apple ର  iMessage ଓ FaceTime ର ନାଁ ରହିଛି। ଏହା ସହ ଷ୍ଟାଫ୍‌ଙ୍କୁ ଅଜଣା ମେସେଜ୍‌ରୁ ଆସୁଥିବ ବିପଦଜନକ ମେସେଜ୍‌ ଓ ଫିଶିଂ ଆଟାକ୍‌ରୁ ଦୂରେଇ ରହିବାକୁ କୁହାଯାଇଛି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.