ନୂଆଦିଲ୍ଳୀ,୨୮।୪: ମିଡିଲ ଇଷ୍ଟ ଯୁଦ୍ଧ ପୁରା ଦୁନିଆକୁ ଅସ୍ତବ୍ୟସ୍ତ କରିଦେଇଛି। ଏହି ଯୁଦ୍ଧ ଭିତରେ ଗୋଟିଏ ପଟେ ଇରାନର ସବୁଠାରୁ ବ୍ୟସ୍ତ ସମୁଦ୍ର ରାସ୍ତାରୁ ଗୋଟିଏ ଷ୍ଟେ୍ରଟ୍ ଅଫ୍ ହର୍ମୁଜ ଉପରେ କଟକଣା ଲଗାଇ ଦିଆଯାଇଛି। ସେଭଳି ଅନ୍ୟପକ୍ଷେ ଆମେରିକା ଏହାକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରି ରଖିଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କଟକଣା ଭିତରେ ବହୁ ଜାହାଜ ସେଠାରୁ ବାହାରି ମୁମ୍ବାଇ କିପରି ପହଁଞ୍ଚିଛି ?
ଆମେରିକା ନୌସେନା ଓମାନ ଉପକୂଳରେ ମୁତୟନ ରହିଛି। ଇରାନରୁ ଯିବା-ଆସିବା କରୁଥିବା ଜାହାଜକୁ ରୋକି ହେବ, କିନ୍ତୁ ଆମେରିକାର ଦାବି ପରେ ବି ଏହି କଟକରା ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇପାରୁନି। କାରଣ ବହୁ ଟ୍ୟାଙ୍କର ଏହି ଘେରାବନ୍ଦୀକୁ ଭାଙ୍ଗି ସେଠାରୁ ବାହାରିବାରେ ସଫଳ ରହିଛି। ଦାବୀ କରାଯାଉଛି ଯେ, ଏଭଳି ରାସ୍ତା ମଧ୍ୟ ରହିଛି, ଯେଉଁଠୁ ଜାହାଜ ଇରାନର ଖାର୍ଗ ଦ୍ୱୀପରୁ ସିଧା ମୁମ୍ବାଇ ପର୍ଯ୍ୟନ୍ତ ପହଁଞ୍ଚାଇ ପାରିବ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲଙ୍କ କହିବା ଅନୁସାରେ, ଏବେ ବି ପ୍ରାୟ ୧୪ ଭାରତୀୟ ଜାହାଜ ହର୍ମୁଜରେ ଫଶି ରହିଛି।
ଆମେରିକାକୁ ଚକମା ଦେଇ ବାହାରିଲା ୩୪ ଜାହାଜ
ଆମେରିକା ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପ ଯଦିଓ ହର୍ମୁଜରେ କଟକଣା ଲଗାଇବାକୁ ବଡ଼ ସଫଳତା ବୋଲି କହୁଛନ୍ତି, କିନ୍ତୁ ବାସ୍ତବିକତା କିଛି ଅଲଗା ରହିଛି। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଓ ବିଶେଷଜ୍ଞଙ୍କ କହିବା ଅନୁସାରେ, ୧୩ ଅପ୍ରେଲରେ କଟକଣା ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ଇରାନରୁ ଅତି କମରେ ୩୪ ଟ୍ୟାଙ୍କର ଏହି ଘେରାବନ୍ଦୀକୁ ଚକମା ଦେଇ ବାହାରି ସାରିଛି। ଏହାର ସବୁଠାରୁ ତାଜା ଉଦାହରଣ ଭାରତୀୟ ଜାହାଜ ‘ଦେଶ ଗାରିମା’। ଏହି ଟ୍ୟାଙ୍କର କତରର ରାସ୍ ଲଫାନ୍ରୁ ୯୭,୦୦୦ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ନେଇ ଭାରତ ଆସିଥିଲା। ତେବେ ଏହି ରାସ୍ତାରେ ତାକୁ ଇରାନ ପଟୁ ଗୁଳିମାଡର ସାମନା କରିବାକୁ ପଡିଥିଲା, କିନ୍ତୁ ତାହା ଗତ ବୁଧବାର ସୁରକ୍ଷିତ ଭାବରେ ମୁମ୍ବାଇ ବନ୍ଦରରେ ପହଁଞ୍ଚିଥିଲା।
ଆର୍ଥିକ ରଣନୀତିଜ୍ଞ ଜିମ୍ ବିୟାନକୋ ଓ ପୋଡକାଷ୍ଟ ହୋଷ୍ଟ ମାରିୟା ନଭଲ ଦାବି କରିଛନ୍ତି ଯେ, ଭାରତୀୟ ଜାହାଜ ଏଭଳି ଏକ ରାସ୍ତାରେ ଆସୁଛି ଯାହା ଆମେରିକାର ରାଡାରକୁ ଚକମା ଦେଇ ବାହାରି ପାରୁଛି। ଏହି ରାସ୍ତା ଇରାନର କ୍ଷେତ୍ରୀୟ ଜଳ ସହିତ ରହିଛି। ଜାହାଜ ଇରାନର ତଟର ଖୁବ୍ ନିକଟ ଦେଇ ଆଗକୁ ବଡିଥାଏ ଓ ପୁଣି ସିଧା ପାକିସ୍ତାନର ସମୁଦ୍ର କ୍ଷେତରେ ଏଣ୍ଟ୍ରି କରିଥାଏ। କାରଣ ଆମେରିକା ଅନ୍ୟ କୌଣସି ଦେଶର ଜଳ କ୍ଷେତ୍ରରେ ହସ୍ତକ୍ଷେପ କରିପାରିବନି, ତେଣୁ ଏହି ଜାହାଜ ଅନ୍ତର୍ଜାତୀୟ ଜଳକ୍ଷେତ୍ର ନଦେଇ ସୁରକ୍ଷିତ ବାହାରି ଯାଇଥାଏ।
ଇରାନର ଖାର୍ଗ ଦ୍ୱୀପ ( ଯେଉଁଠାରୁ ୯୦% ତୈଳ ଆମଦାନୀ ହୁଏ) ଭାରତ ଆସିବା ପାଇଁ ମୁଖ୍ୟ ଭାବରେ ଦୁଇଟି ରାସ୍ତା ହୋଇପାରେ। ପ୍ରଥମ ପାକିସ୍ତାନ ଉପକୂଳର ରାସ୍ତା, ଯାହାକି ମକରାନ ଉପକୂଳ ସହିତ ଚାଳିଥାଏ। ଏଥିରେ ଜାହାଜ ଇରାନ ସମୁଦ୍ର ସୀମାରୁ ସିଧା ସଳଖ ପାକିସ୍ତାନର ସମୁଦ୍ର ସୀମାରେ ପ୍ରବେଶ କରିଥାଏ। ଏହାଦ୍ବାରା ତାକୁ ଅନ୍ତର୍ଜାତୀୟ ଜଳକ୍ଷେତ୍ରକୁ ଯିବାର କୌଣସି ଆବଶ୍ୟକତା ପଡିନଥାଏ, ଯେଉଁଠି ଆମେରିକା ନୌସେନାର ପ୍ରହରା ରହିଛି। ଦ୍ୱିତୀୟଟି ହେଉଛି ଚାବାହାର ବନ୍ଦର, ଯେଉଁଠାରୁ ଜାହାଜଗୁଡ଼ିକ ଦକ୍ଷିଣ ଦିଗକୁ ମୋଡ଼ ନେଇ ଆନ୍ତର୍ଜାତୀୟ ଜଳସୀମାରେ ପ୍ରବେଶ କରିପାରିବେ। ସେଠାରୁ, ମୁମ୍ବାଇ, ଗୁଜରାଟ କିମ୍ବା କେରଳର ବନ୍ଦରଗୁଡ଼ିକୁ ସିଧାସଳଖ ରାସ୍ତା ରହିଛି।
କ’ଣ ଭାରତୀୟ ଜାହାଜ ପାକିସ୍ତାନୀ ଜଳପଥ ବ୍ୟବହାର କରିପାରିବ?
ଏହା ଏକ ପ୍ରମୁଖ ପ୍ରଶ୍ନ। ଜାତିସଂଘ ଆଇନ (UNCLOS) ଅନୁଯାୟୀ, ପ୍ରତ୍ୟେକ ଉପକୂଳୀୟ ଦେଶ ଏହାର ଉପକୂଳରୁ ୧୨ ନଟିକାଲ ମାଇଲ (ପ୍ରାୟ ୨୨ କିଲୋମିଟର) ପର୍ଯ୍ୟନ୍ତ ନିୟନ୍ତ୍ରଣ କରେ। ବିଦେଶୀ ବାଣିଜ୍ୟ ଜାହାଜଗୁଡ଼ିକର ଏହି ଜଳପଥ ଦେଇ ‘ନିର୍ଦ୍ଦୋଷ ପରିବହନ’ ବା ଇନୋସେଣ୍ଟ ଟ୍ରାଞ୍ଜିଟ୍ କରିବାର ଅଧିକାର ଅଛି।