ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା: ୩% ବଢ଼ିଲା ଅଶୋଧିତ ତୈଳ ଦର, ପ୍ରଭାବିତ ହେବେ ଭାରତ, ଚୀନ

Published By : Prameya | January 12, 2025 11:51 AM

ନୂଆଦିଲ୍ଲୀ,୧୨/୦୧: ଆମେରିକା ଏବଂ ଜାପାନ ଶୁକ୍ରବାର ରୁଷ ବିରୋଧରେ ୟୁକ୍ରେନ ଯୁଦ୍ଧକୁ ନେଇ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି ।  ୟୁଏସ୍‌ ଡିପାର୍ଟମେଣ୍ଟ ଅଫ୍‌ ଷ୍ଟେଟ ମୁତାବକ, ଆମେରିକା ରୁଷର ୨୦୦ରୁ ଉଦ୍ଧ୍ୱର୍ କମ୍ପାନି ଏବଂ ବ୍ୟକ୍ତି  ବିଶେଷଙ୍କ ସହ୧୮୦ରୁ ଉଦ୍ଧ୍ୱର୍ ଜାହାଜ ଉପରେ  ବ୍ୟାନ ଲଗାଇ ଦେଇଛି । ଏହା ସହ ଭାରତୀୟ  କମ୍ପାନି ସ୍କାଏହାର୍ଟ ମ୍ୟାନେଜମେଣ୍ଟ ସର୍ଭିସେସ ଏବଂ ଏଭିଜନ ମ୍ୟାନେଜମେଣ୍ଟ ସର୍ଭିସେସ ଉପରେ ମଧ୍ୟ ନିଷେଧାଦେଶ ଲାଗିଛି । ଏଥିଯୋଗୁ ଭାରତ ଏବଂ  ଚୀନ ଭଳି ଦେଶ ଗୁଡିକ ଉପରେ ମଧ୍ୟ ପ୍ରଭାବ  ପଡିବ ବୋଲି ଆଶଙ୍କା କରାଯାଇଛି ।  

ବାଇଡେନ ସରକାର କହିଛନ୍ତି, ଏହି ୨ ଭାରତୀୟ କମ୍ପାନି ରୁଷର ଏଲଏନ୍‌ଜି ପରିବହନ  କରିଥିଲେ । ଯାହା ଆମେରିକା ପ୍ରତିବନ୍ଧକର ଉଲ୍ଲଘଂନ। ଜାପାନ ମଧ୍ୟ ବିଭିନ୍ନ ରୁଷ ନାଗରିକ ଏବଂ  ସମ୍ପତ୍ତିକୁ ଫ୍ରିଜ କରି ଦେଇଛି । ରୁଷକୁ ସହାୟତା କରିଥିବା କମ୍ପାନି ଏହା ମଧ୍ୟରେ ସାମିଲ ରହିଛି । ଆମେରିକାର ପ୍ରତିବଦ୍ଧକ ଯୋଗୁ ଏବେ ଅଶୋଧିତ  ତୈଳ ଦର ୩% ଯାଏ ବୃଦ୍ଧି ହୋଇଛି । ଅଶୋଧିତ  ତେଲ ଦର ବ୍ୟାରେଲ ପିଛା ୮୦ ଡଲାର ଟପିଛି । 

ଏଭଳି ପ୍ରତିବନ୍ଧକ ଯୋଗୁ ଭାରତ ଏବଂ ଚୀନ୍‌  ଭଳି ତୈଳ ଆମଦାନି ଦେଶ ଗୁଡିକ ପାଇଁ ସଙ୍କଟ  ସ୍ଥିତି ଉପୁଜିପାରେ । ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ  ତେଲ ଦରରେ ଉତ୍ଥାନ ପତନ ଜାରି ରହିଛି । ୨୦୨୨ ମେରେ ଏହା ବ୍ୟାରେଲ ପିଛା ୧୨୩ ଡଲାର  ଛୁଇଁଥିଲା । ସେହିଭଳି ୨୦୨୨ ସେପ୍ଟେମ୍ବରରେ ୮୪  ଡଲାର, ୨୦୨୩ ସେପ୍ଟେମ୍ବରରେ ୯୩ ଡଲାର, ୨୦୨୪ ମାର୍ଚ୍ଚରେ ୮୪ ଡଲାର ଏବଂ ୨୦୨୫ ଜାନୁଆରିରେ ୮୦ଡଲାର ସ୍ତରରେ ଥିଲା ବୋଲି  ମାକ୍ରୋଟ୍ରେଣ୍ଡସ ଡାଟାରୁ ଜଣାପଡିଛି । 

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି  ବ୍ଲିଙ୍କନ କହିଛନ୍ତି, ତେଲ ଉତ୍ସରୁ ହେଉଥିବା ରୁଷର  ଆୟକୁ ପ୍ରଭାବିତ କରିବା ଲାଗି ଏଭଳି କଟକଣା  ଲାଗିଛି । ରୁଷ, ୟୁକ୍ରେନ ବିରୋଧରେ ଚଳାଇଥିବା  ଯୁଦ୍ଧକୁ ଜାରି କରିବା ଲାଗି ଆର୍ôଥକ ସଙ୍କଟ ସାମ୍ନା  କରିପାରେ । ଜାପାନ ସରକାର ବୟାନ ଜାରି କରି  କହିଛନ୍ତି, ୧୧ ବ୍ୟକ୍ତି, ୨୯ ସଙ୍ଗଠନ ଏବଂ ୩  ରୁଷିୟ ବ୍ୟାଙ୍କ ଉପରେ କଟକଣା ଲାଗିଛି ।  ଏହାବାଦ ରୁଷକୁ ସହାୟତା କରୁଥିବା ଅଭିଯୋଗରେ ଉତ୍ତର କୋରିଆ ଏବଂ ଜର୍ଜିଆର  ଏକ ବ୍ୟାଙ୍କ ବିରୋଧରେ ମଧ୍ୟ କଟକଣା ଜାରି କରାଯାଇଛି । ଜାପାନର ମୁଖ୍ୟ କ୍ୟାବିନେଟ ସଚିବ ୟୋଶିମାସା ହମାସି କହିଛନ୍ତି, ୟୁକ୍ରେନକୁ ସହାୟତା  କରିବା ଦିଗରେ ଏହା ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି ।  

ଆମେରିକାର ଏହି କଟକଣା ପରେ ରୁଷ  ରାଷ୍ଟ୍ରପତି କାର୍ଯ୍ୟାଳୟ ପ୍ରବକ୍ତା ଦିମିତ୍ରୀ ପେସକୋଭ  କହିଛନ୍ତି, ବାଇଡେନ ପ୍ରଶାସନ ନୂଆ ସରକାରଙ୍କ  ଲାଗି ସଙ୍କଟ ସୃଷ୍ଟି କରୁଛନ୍ତି । ଆମେ ଜାଣିଛୁ ଯେ,  ବାଇଡେନ ପ୍ରଶାସନ ଯିବା ବେଳେ ଟ୍ରମ୍ପଙ୍କ ଲାଗି  ଲାଗି କିଛି ସମସ୍ୟା ଛାଡି ଯିବାକୁ ଚେଷ୍ଟା କରିବେ ।  ୨୦୨୨ର ରୁଷ ୟୁକ୍ରେନ ଯୁଦ୍ଧ ପରେ ଭାରତ  ଏବଂ ଚୀନ ରୁଷ ତେଲ ଉପରେ ବିଶେଷ  ଭାବେ ନିର୍ଭରଶୀଳ ହୋଇଛନ୍ତି । 

ରୟଟର୍ସ  ମୁତାବକ, ଭାରତୀୟ ତୈଳ ବିଶୋଧନାଗାର  ଗୁଡିକ ପ୍ରତିବନ୍ଧକ ଲାଗିଥିବା ରୁଷ ଜାହାଜ  ଗୁଡିକ ବ୍ୟବହାର କରିବାକୁ ଏତେଟା ଇଛୁକ  ହେବେନି । ଫଳରେ ରୁଷ ତେଲ ଆହୁରି ଶସ୍ତା  ହୋଇପାରେ । ଭାରତୀୟ ରିଫାଇନାରୀର ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରତିବନ୍ଧକ କାରଣରୁ  ରୁଷ ତେଲ ବ୍ୟାରେଲ ପିଛା ୬୦ ଡଲାର ଯାଏ  ଖସିପାରେ । ବିଶ୍ୱର ତେଲ ଉତ୍ପାଦନରେ ରୁଷର  ଅଂଶ ୧୦% ରହିଛି । 

ଯୁଦ୍ଧ ପରେ ଭାରତ ରୁଷ ଠାରୁ ତେଲ କିଣା  ବଢ଼ାଇଚାଲିଛି । ନ୍ୟାଶନାଲ ବ୍ୟୁରୋ ଅଫ୍‌ ଏସିଆନ  ରିସର୍ଚ୍ଚ ମୁତାବକ, ୨୦୨୧-୨୨ରେ ଭାରତ ରୁଷ  ଠାରୁ ୨.୫୦ ବିଲିୟନ ଡଲାରର ତେଲ କ୍ରୟ  କରିଥିଲା । ଏହା ୨୦୨୨-୨୩ରେ ଏହା ୩୧  ଡଲାରକୁ ବୃଦ୍ଧି ହୋଇଥିଲା । ୨୦୨୩-୨୪ରେ  ଏହା ୧୪୦ ବିଲିୟନ ଡଲାରକୁ ବୃଦ୍ଧି ହୋଇଛି । 

ଆମେରିକା ଇଣ୍ଟରନ୍ୟାଶନାଲ ଇକୋନୋମିକ୍ସ  ଡେପୁଟି ନ୍ୟାଶନାଲ ସିକ୍ୟୁରିଟି ଆଡଭାଇଜର  ଦିଲ୍ଲୀପ ସିଂହ କହିଛନ୍ତି, ପ୍ରତିବନ୍ଧକ ସଫଳ କରିବା  ଲାଗି ଏହା ସ୍ଥାୟୀ ଭାବେ ଲାଗୁ ହେବା ଜରୁରି ।  ଯେଉଁ ଲକ୍ଷ୍ୟ ରଖି ଏହାକୁ ଲାଗୁ କରାଯାଇଛି ସେ  ଉପରେ ଆମେରିକା ଧ୍ୟାନ କେନ୍ଦ୍ରିତ କରିବା ଉଚିତ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.