ନୂଆଦିଲ୍ଲୀ,୧୧।୪: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଆଜିଠାରୁ ଆରମ୍ଭ ହେଉଛି ଆମେରିକା-ଇରାନ ଆଲୋଚନା। ଏହା ଉପରେ ରହିଛି ସାରା ବିଶ୍ୱର ନଜର। ଏହା ଶାନ୍ତି ପାଇଁ ଆଶା ସୃଷ୍ଟି କରିଛି। ତେବେ ଅନ୍ୟପକ୍ଷେ ପାକିସ୍ତାନର ଏହି ଏହି କୂଟନୈତିକ ଆଲୋଚନା ଭାରତର ବୈଦେଶିକ ନୀତି, ପାକିସ୍ତାନର ବର୍ଦ୍ଧିତ ଭୂମିକା ଏବଂ ବିଶ୍ୱ ସମୀକରଣର ପରିବର୍ତ୍ତନଶୀଳ ସନ୍ତୁଳନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ସେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଦେଶିକ ନୀତିକୁ ଟାର୍ଗେଟଣ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ଉଦୀୟମାନ ସ୍ଥିତିକୁ ଦେଖି ମୋଦି ସରକାରଙ୍କ ‘ବିଶ୍ୱନେତା’ ହେବାର ଦାବି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ଜୟରାମ ରମେଶ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ସେ କହିଛନ୍ତି, ସମଗ୍ର ବିଶ୍ୱ ଏହି ଶାନ୍ତି ପ୍ରକ୍ରିୟାକୁ ଅପେକ୍ଷା କରିଥିବା ବେଳେ, ଭାରତର କୂଟନୈତିକ ବିଫଳତା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି।

ପ୍ରଥମ ପ୍ରଶ୍ନରେ, ସେ ପଚାରିଛନ୍ତି ଏପ୍ରିଲ ୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଏକଘରିଆ କରିବାର ଭାରତ ଦାବି ସତ୍ତ୍ୱେ, ପାକିସ୍ତାନ କିପରି ଅନ୍ତର୍ଜାତୀୟ ସ୍ତରରେ ଏହି ନୂତନ ଭୂମିକା ହାସଲ କରିଛି ? ସେ ଏହାକୁ ମନମୋହନ ସିଂହ ସରକାର ସହିତ ତୁଳନା କରିଥିଲେ। ୨୦୦୮ ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନକୁ ପ୍ରଭାବଶାଳୀ ଭାବରେ ଭାରତ ବିଶ୍ବଦରକାରରେ ଏକଘରିଆ କରିବାରେ ସଫଳ ହୋଇଥିଲା।

ଦ୍ୱିତୀୟ ପ୍ରଶ୍ନରେ, ରମେଶ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଅଭିଯାନ 'ନମସ୍ତେ ଟ୍ରମ୍ପ' ଏବଂ 'ହାଉଡି ମୋଦି' ବିଷୟରେ ଉଲ୍ଲେଖ କରିଥିଲେ ଏବଂ ପ୍ରଶ୍ନ କରିଥିଲେ ଯେ ବିପୁଳ ନିବେଶ ଏବଂ ଏକପାଖିଆ ବାଣିଜ୍ୟ ଚୁକ୍ତି ସତ୍ତ୍ୱେ ଭାରତ କାହିଁକି ଆମେରିକା ଉପରେ ପ୍ରଭାବ ପକାଇପାରିଲା ନାହିଁ, ଯାହା ପାକିସ୍ତାନକୁ ଏହି ନୂତନ ଗୁରୁତ୍ୱ ଦେଉଛି ?

ତୃତୀୟ ପ୍ରଶ୍ନରେ ସେ ଭାରତର ବ୍ରିକ୍ସ + ଅଧ୍ୟକ୍ଷତା ଉପରେ ଅଙ୍ଗୁଳି ଉଠାଇଛନ୍ତି। ସେଭଳି ଇରାନ, ୟୁଏଇ ଓ ସାଉଦି ଆରବ ଭଳି ଦେଶ ଏହି ଗ୍ରୁପର ସଦସ୍ୟ। ତେବେ ଭାରତ କାହିଁକି କୌଣସି ଶାନ୍ତି କିମ୍ବା ମଧ୍ୟସ୍ଥତା ନେଇ କଥା ହୋଇନଥିଲା।

ଶେଷରେ ଚତୁର୍ଥ ପ୍ରଶ୍ନ ପଚାରିଛନ୍ତି ଜୟରାମ ରମେଶ। ଏହା ସହ ଚୀନ୍ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଗତ ୧୮ ମାସରେ ଚୀନ୍ ଆଗରେ ‘କୋଲିବ୍ରେଟେଡ୍ ସରେଣ୍ଡର’ ଦ୍ବାରା ଭାରତକୁ କ’ଣ ମିଳିଛି ? ବିଶେଷ ଭାବରେ ସେତେବେଳେ ଯେଉଁ ସମୟରେ ଚୀନ୍ ‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନର ସାହାଯ୍ୟ କରି ତାକୁ ଲଗାତାର ସମର୍ଥନ ଦେଉଥିଲା। ଶେଷରେ ଜୟରାମ ରମେଶ କହିଛନ୍ତି,ଏହା କେବଳ ଦୁଇଟି ଦେଶ ମଧ୍ୟରେ ଆଲୋଚନା ନୁହେଁ, ବରଂ ଏପରି ଏକ ଯୁଗର ଆରମ୍ଭ ହୋଇପାରେ ଯେଉଁଠାରେ କୂଟନୀତି, ଶକ୍ତି ସନ୍ତୁଳନ ଏବଂ ରଣନୈତିକ ନିଷ୍ପତ୍ତି ଭବିଷ୍ୟତରେ ବିଶ୍ୱ କେଉଁ ଦିଗକୁ ନେବ ତାହା ନିର୍ଣ୍ଣୟ କରିବ।

ଆହୁରି ପଢନ୍ତୁ : ବିଶ୍ୱ ଯୁଦ୍ଧ ଚିନ୍ତା ମଧ୍ୟରେ ଭାରତର 'ମିଶନ ଏନର୍ଜି': ୟୁଏଇରେ ଜୟଶଙ୍କର, ଆମେରିକା ପରେ ଏବେ ୟୁରୋପ ଗସ୍ତରେ ବିଦେଶ ସଚିବ