ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଓ ଇରାନ ଭିତରେ ବଢିଥିବା ଯୁଦ୍ଧ ଭିତରେ ଏବେ ବିଶ୍ବ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହା ସହ ରୋଷେଇ ଗ୍ୟାସ ଏବଂ ହସ୍ପିଟାଲକୁ ମଧ୍ୟ ପ୍ରଭାବିତ କରିଛି। ତୈଳ ଓ ଗ୍ୟାସ ସଙ୍କଟ ଭିତରେ ଏବେ ସପ୍ଲାଇ ଚେନ୍ରେ ଆସିଥିବା ବ୍ୟବଧାନ କାରଣରୁ ପଲିମରର ଦାମ୍ ବଢିଛି। ପ୍ଲାଷ୍ଟିକର ଦାମ୍ ଉପରେ ଯୁଦ୍ଧର ପ୍ରଭାବ କାରଣରୁ ଭାରତରେ ଦୈନନ୍ଦିନ ଜିନିଷର ଉତ୍ପାଦନ ଖର୍ଚ୍ଚ ବି ବଢିଛି। ଆଗାମୀ ଦିନରେ ପ୍ଲାଷ୍ଟିକରୁ ତିଆରି ଜିନିଷର ଦାମ୍ ବଢିପାରେ।
ଭାରତୀୟ ତୈଳ ନିଗମ (ଆଇଓସିଏଲ) ନିକଟରେ ୨୫ ମାର୍ଚ୍ଚରେ ପ୍ଲାଷ୍ଟିକର କଞ୍ଚାମାଲ ଦାମ ବୃଦ୍ଧିର ଘୋଷଣା କରାଯାଇଛି। ଏହି ବୃଦ୍ଧି ଅନୁସାରେ, ହୋମପଲିମର ପଲିପ୍ରୋପାଇଲିନ୍ ଅର୍ଥାତ ପିପିଏଚର ଦାମ୍ ପ୍ରାୟ ୪୦୦୦ ଟଙ୍କା ପ୍ରତି ଟନ୍ ବୃଦ୍ଧି କରାଯାଇଛି। ଏହା ସହ କୋପଲିମର ଓ ପଲିଇଥିଲିନ୍ର ଦାମ୍ ବି ପ୍ରାୟ ୭୦୦ ଟଙ୍କା ପ୍ରତି ଟନ୍ ବୃଦ୍ଧି ହୋଇଛି। ପ୍ଲାଷ୍ଟିକର ଅନ୍ୟ ଏକ ପ୍ରକାର ପିଭିସିର ଦାମ୍ ମଧ୍ୟ ଚଳିତ ମାସ ରେକର୍ଡ ବୃଦ୍ଧି ହୋଇଛି। ରିପୋର୍ଟ ଅନୁସାରେ, ଏହି ମାର୍ଚ୍ଚ ମାସରେ ପିଭିସିର ଦାମ୍ ପ୍ରାୟ ୧୩୦୦୦ ଟଙ୍କା ପ୍ରତି ଟନ୍ ହାରରେ ବଢିସାରିଛି। କଞ୍ଚାମାଲର ଅଭାବ ଓ ଲଜିଷ୍ଟିକ୍ ସମସ୍ୟା କାରଣରୁ ଦାମ୍ରେ ଏହି ପରିବର୍ତ୍ତନ ୧,୩ ଓ ୧୧ ମାର୍ଚ୍ଚରେ ହୋଇଥିଲା।
ରୋଷେଇ ଉପରେ ପ୍ରଭାବ
ପଲିମରର ଦାମ୍ ଏତେ ବଢିବାର କାରଣ ହେଉଛି ପ୍ୟାକେଜଡ୍ ଖାଦ୍ୟ ପଦାର୍ଥ ଓ ବୋତଲବନ୍ଦ ପାଣିର ଦାମ୍ ବଢିବାର ପୁରା ଆଶଙ୍କା ରହିଛି। ପିପିଏସ୍ ଓ ପିଇର ବ୍ୟବହାର ବ୍ୟାପକ ଭାବରେ କଣ୍ଟେନର, ବାଲ୍ଟି, ବୋତଲ ଓ ନିତିଦିନିଆ ବସ୍ତୁ ମହଙ୍ଗା ହୋଇପାରେ। ବିଶେଷଜ୍ଞଙ୍କ କହିବା ଅନୁସାରେ କମ୍ପାନୀର ଖର୍ଚ୍ଚ ବଢିବା ଯୋଗୁଁ ଏହି ଦାମ୍ ବଢିବ କିମ୍ବା ନିଜର ପ୍ୟାକେଜିଂର ଆକାର ଛୋଟ କରିପାରିବେ।
ସ୍ୱାସ୍ଥ୍ୟ କ୍ଷେତ୍ର
ଦରଦାମ୍ ବୃଦ୍ଧି ସବୁଠାରୁ ଗମ୍ଭୀର ପ୍ରଭାବ ସ୍ବାସ୍ଥ୍ୟ କ୍ଷେତ୍ର ଓ ମେଡିକାଲ ଡିଭାଇସ୍ ଇଣ୍ଡଷ୍ଟ୍ରୀ ଉପରେ ପଡିବ। ଯାହାକି ସିଧାସଳଖ ରୋଗୀଙ୍କୁ ପ୍ରଭାବିତ କରିବ। ପଲିମରର ଉପଯୋଗ ସିରିଞ୍ଜ, ଆଇଭି ବୋତଲ, ଡାଇଗ୍ନୋଷ୍ଟିକ୍ କିଟ୍ ଓ ଜୀବନ ରକ୍ଷାକାରୀ ଔଷଧର ବାହାର ପ୍ୟାଜିଂ ପାଇଁ ବଡ଼ ପରିମାଣରେ କରାଯାଏ। ଇନପୁଟ୍ ଖର୍ଚ୍ଚରୁ ଏବେ ହସ୍ପିଟାଲରୁ ମିଳୁଥିବା ଚିକିତ୍ସା ସେବା ଓ ଉପକରଣ ପୂର୍ବ ତୁଳନାରେ ଖୁବ୍ ମହଙ୍ଗା ହୋଇପାରେ।
ସପ୍ଲାଇ ଚେନ୍
ବିଶେଷଜ୍ଞଙ୍କ କହିବା ଅନୁସାରେ, ହର୍ମୁଜ ବନ୍ଦ ହେବାଦ୍ବାରା ପ୍ଳାଷ୍ଟିକ୍ର ମୂଲ୍ୟରେ ୫୦ ରୁ୬୦% ବୃଦ୍ଧି ହୋଇଛି। ଏହା ସହ ନିର୍ମାଣ ପ୍ରକିୟାରେ ଲାଗିଥିବା ବିଜୁଳି ଓ ପ୍ୟାକେଜିଂ ଖର୍ଚ୍ଚରେ ୨୦% ବୃଦ୍ଧି ହୋଇଛି। ଏହି ସବୁ କାରଣରୁ ସିରିଞ୍ଜ ଓ ଗ୍ଲୋଭସ୍ ତିଆରି କରୁଥିବା କମ୍ପାନୀ ଲାଭ ଦାମ୍ କମ୍ କରିଛନ୍ତି, ଯାହା ଫଳରେ ମୂଲ୍ୟ;େ ପରିବର୍ତ୍ତନ ଦେଖିବାକୁ ମିଳିବ।
ଗ୍ଲୋଭସ୍ର ଅଭାବ
ଯୁଦ୍ଧ କାରଣରୁ ନାଇଟ୍ରାଇଲ୍ ବ୍ୟୁଟାଡିନ୍ ରବର ଲାଟେକ୍ସ ଭଳି ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲର ଅଭାବ ଦେଖିବାକୁ ମିଳିଛି। ଯାହାଫଳରେ ଉତ୍ପାଦନ ଚ୍ୟାଲେଞ୍ଜିଂ ହୋଇଛି। ବିଶେଷ ଭାବରେ ନାଇଟ୍ରାଇଲ୍ ଗ୍ଳୋଭସ୍ର ମାନୁଫାକଚରିଂ ଖର୍ଚ୍ଚ ବଢିବା କାରଣରୁ ହସ୍ପିଟାଲରେ ଏହାର ଅଭାବ ଦେଖିବାକୁ ମିଳିଛି। ଏପ୍ରିଲ ମାସରୁ ଏହି ସବୁ ମେଡିକାଲ ଉପକରଣର ଦାମ୍ରେ ଔପଚାରିକ ଭାବରେ ସଂଶୋଧନ ଦେଖିବାକୁ ମିଳିପାରେ।
ଭବିଷ୍ୟତର ସଙ୍କଟ
ମୋଟ ଭାବରେ ପ୍ଲାଷ୍ଟିକ୍ ଇନପୁଟ୍ ଖର୍ଚ୍ଚରେ ନିକଟ କିଛି ସପ୍ତାହରେ ପ୍ରବଳ ବୃଦ୍ଧି ଦେଖିବାକୁ ମିଳିଥିଲା। ଦରଦାମ୍ ବୃଦ୍ଧିର ନୂଆ ସମୟ ଆରମ୍ଭ ହୋଇଛି। କମ୍ପାନୀ ଗୁଡିକ ଏବେ ନିଜର ନିର୍ମାଣ ଖର୍ଚ୍ଚକୁ ସନ୍ତୁଳିତ କରିବା ପାଇଁ ବଢିଥିବା ବୋଝକୁ ସିଧାସଳଖ ଭାବରେ ଉପଭୋକ୍ତାଙ୍କ ଉପରେ ପକାଇବାକୁ ପ୍ରସ୍ତୁତି କରୁଛନ୍ତି।