ନୂଆଦିଲ୍ଲୀ,୧୮/୦୩; ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ମହାଯୁଦ୍ଧ । ୧୯ ଦିନରେ ବି ଥମିବାର କୌଣସି ସଙ୍କେତ ନାହିଁ । ଭୟଙ୍କର ବିସ୍ଫୋରଣ । ନିଆଁ, ଧୂଆଁ ଆଉ ଧ୍ୱଂସଲୀଳା ସହ କୁଢ କୁଢ ମୃତଦେହ । ମଧ୍ୟପ୍ରାଚ୍ୟ ସଂଘର୍ଷ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୨,୪୦୦୦ ଲୋକଙ୍କ ଜୀବନ ଯାଇଛି । ସେପଟେ ଇରାନ ବିରୋଧରେ ଇସଲାମିକ ଦେଶ ଏକାଠି ହେବା ନେଇ ଖବର ଆସୁଛି । ସନ୍ଧ୍ୟାରେ ସାଉଦି ଆରବରେ ଗଲ୍ଫ ଦେଶ ମଧ୍ୟରେ ଏହ ବୈଠକ ବସିବ । ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତା ପାଇଁ ବୈଠକ ଡାକିଛି ।

ସାଉଦି ବିଦେଶ ମନ୍ତ୍ରଣାଳୟ ଆଜି ସନ୍ଧ୍ୟାରେ ରିୟାଦରେ ଆରବ ଏବଂ ଇସଲାମିକ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ସହିତ ଏକ ବୈଠକ କରିବ ବୋଲି ସାଉଦି ବିଦେଶ ମନ୍ତ୍ରଣାଳୟ ରେ ଏକ ପୋଷ୍ଟରେ ଘୋଷଣା କରିଛି । ମନ୍ତ୍ରଣାଳୟ ଅନୁଯାୟୀ, "ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଏବଂ ସମନ୍ୱୟ" ପାଇଁ ଏହି ବୈଠକ ଡକାଯାଇଛି । ଏଥିରେ ଆରବ ଏବଂ ଇସଲାମିକ ଦେଶଗୁଡ଼ିକର ଏକ ଗୋଷ୍ଠୀର ବୈଦେଶିକ ମନ୍ତ୍ରୀମାନେ ସାମିଲ ହେବେ । ଏହି ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଇରାନ ଏବଂ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଉଚ୍ଚ ସ୍ତରରେ ରହିଛି । ଗତ କିଛି ସପ୍ତାହ ମଧ୍ୟରେ, ଇରାନ ଅନେକ ଉପସାଗରୀୟ ଦେଶ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଏହି ଆକ୍ରମଣଗୁଡ଼ିକ ଉପସାଗରୀୟ ଦେଶଗୁଡ଼ିକରେ ଚିନ୍ତା ସୃଷ୍ଟି କରିଛି ଏବଂ ଆଞ୍ଚଳିକ ସୁରକ୍ଷା ବିଷୟରେ ଗମ୍ଭୀର ଆଲୋଚନା ଆରମ୍ଭ କରିଛି।

ଏହା ବି ପଢନ୍ତୁ...ହୋର୍ମୁଜ ଷ୍ଟ୍ରିଟ୍ କବ୍ଜା କରିବ କି ଆମେରିକା ? ଇରାନ ମିସାଇଲ ସାଇଟ୍ରେ ଖସିଲା ୨୨୦୦ କିଲୋ ବଙ୍କର ବଷ୍ଟର ବମ୍