ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ତୁରନ୍ତ ଲାହୋର ଛାଡ଼ିବାକୁ ନିର୍ଦ୍ଦେଶ ଦେଲା ଆମେରିକା

Published By : Gurupada Nath | May 8, 2025 4:36 PM

ନୂଆଦିଲ୍ଲୀ,୮/୫ :   ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବହୁ ଅଧିକ ବଢିଯାଇଛି । ପାକିସ୍ତାନ ଭାରତର କେତେକ ସହରକୁ ଟାର୍ଗେଟ କରିଥିଲା ମାତ୍ର ଭାରତୀୟ ଆର୍ମି ସବୁ ଆକ୍ରମଣକୁ ପଣ୍ଡ କରି ଦେଇଛି । ଏହା ମଧ୍ୟରେ ଆମେରିକା ପାକିସ୍ତାନରେ ଥିବା ନିଜ ନାଗରିକଙ୍କୁ ବଡ଼ ନିର୍ଦ୍ଦେଶ ଦେଇଛି । ୟୁଏସ ଲାହୋର ସମେତ ପୂରା ପାକିସ୍ତାନରେ ଉପସ୍ଥିତ ଥିବା ନିଜ ନାଗରିକଙ୍କୁ ତୁରନ୍ତ ଲାହୋର ଛାଡ଼ିବାକୁ ଦେଲା ନିର୍ଦ୍ଦେଶ । 

ଆମେରିକା ଏମ୍ବାସୀ ପାକିସ୍ତାନରେ ଥିବା ନାଗରିକଙ୍କ ଲାଗି ଆଡଭାଇଜରୀ ଜାରି କରିଛି । ସେଥିରେ ସେ କହିଛି କି ଲାହୋର ଏବଂ ତା’ର ଆଖପାଖରେ ଡ୍ରୋନ୍ ଆକ୍ରମଣର ଖବର ମିଳିଛି । ଏଠାରେ ଉପସ୍ଥିତ ସବୁ ଆମେରିକୀୟ ନାଗରିକ ଆଶ୍ରୟସ୍ଥଳୀକୁ ଚାଲିଯାଆନ୍ତୁ । ଯଦି କୌଣସି ପ୍ରକାର ଅସୁବିଧା ହେଉଛି ତେବେ ସମ୍ବନ୍ଧିତ ଅଥରିଟୀଙ୍କ ସହ କଥା ହୁଅ ଏବଂ ଖୁବଶୀଘ୍ର ସେଠାରୁ ବାହାରନ୍ତୁ । ଯଦି ଏୟାରପୋର୍ଟ ପର୍ଯ୍ୟନ୍ତ ପହଞ୍ଚିପାରୁନାହାନ୍ତି ତ ଆଶ୍ରୟସ୍ଥଳୀକୁ ଚାଲିଯାଅ ।

ପ୍ରକାଶ ଯେ, ଅପରେସନ ସିନ୍ଦୂର ପରେ ପାକିସ୍ତାନ ଆକ୍ରମଣାତ୍ମକ ହୋଇଯାଇଛି । ସେ ଭାରତର ୧୫ସହର ଉପରେ ଡ୍ରୋନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତୀୟ ଏୟାର ଡିମ୍ଫେସ ସିଷ୍ଟମ ସବୁ ଆକ୍ରମଣକୁ ପଣ୍ଡ କରି ଦେଇଛି । ଅବନ୍ତୀପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୂରଥଳା, ଜାଳନ୍ଧର, ଲୁଧିୟାନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନଳ, ଫଲୌଦୀ, ଉତ୍ତରଲାଇ ଏବଂ ଭୂଜ ସହ ଉତ୍ତର ଏବଂ ପଶ୍ଚିମୀ ଭାରତରେ ଆକ୍ରମଣର ପ୍ରୟାସ କରାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.