ୱାଶିଂଟନ୍‌,୧୧/୦୪: ଆମେରିକାରେ ଏକ ହାଇପ୍ରୋଫାଇଲ୍‌ ସେକ୍ସ ସ୍କାଣ୍ଡାଲ ମାମଲାରେ ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସିଇଓଙ୍କୁ ଗିରଫ କରାଯାଇଛି । ସେ ହେଉଛନ୍ତି ସ୍ୱଚ୍ଛ ଜଳ ପରିଚାଳନା କରୁଥିବା ଷ୍ଟାର୍ଟଅପ୍‌ ଗ୍ରାଡିଆଣ୍ଟର ସିଇଓ  ଅନୁରାଗ ବାଜପେୟୀ । ହାର୍ଭାର୍ଡ ୟୁନିଭର୍ସିଟି  ନିକଟରେ ଥିବା ଆପାର୍ଟମେଣ୍ଟଗୁଡ଼ିକରେ ହାଇପ୍ରୋଫାଇଲ୍‌ ବେଶ୍ୟାଳୟ ପରିଚାଳିତ ହେଉଥିଲା । ଏଠାକୁ ଡାକ୍ତର, ଓକିଲ, କର୍ପୋରେଟ କାର୍ଯ୍ୟନିର୍ବାହୀ ଏବଂ ସରକାରୀ  ଅଧିକାରୀ ଆସୁଥିଲେ । ଚଳିତବର୍ଷ ଷ୍ଟିଙ୍ଗ୍‌  ଅପରେସନ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଥିଲା । 

ୱାଲ୍‌ ଷ୍ଟ୍ରିଟ୍‌  ଜର୍ନାଲରେ ପ୍ରକାଶିତ ରିପୋର୍ଟ ମୁତାବକ,  ଏହି ହାଇପ୍ରୋଫାଇଲ ବେଶ୍ୟାଳୟରେ ବିଶେଷକରି ଏସୀୟ ମହିଳାଙ୍କୁ ନିୟୋଜିତ କରାଯାଇଥିଲା । ଗ୍ରାହକଙ୍କ ଠାରୁ ଘଣ୍ଟା  ପିଛା ୬୦୦ ଡଲାର (ପ୍ରାୟ ୫୦ ହଜାର  ଟଙ୍କା) ନିଆଯାଉଥିଲା । ତେବେ ଗ୍ରାହକଙ୍କୁ  ନିଜ ପରିଚୟ, କର୍ମସ୍ଥଳୀ ଆଦି ସୂଚନା  ଦେବା ପରେ ହିଁ ବେଶ୍ୟାଳୟରେ ପ୍ରବେଶ  ଅନୁମତି ମିଳୁଥିଲା । 

ଷ୍ଟିଙ୍ଗ୍‌ ଅପରେସନରୁ  ଜଣାପଡ଼ିଥିଲା ଯେ ଅତିକମ୍‌ରେ ୩୦  ହାଇପ୍ରୋଫାଇଲ ବ୍ୟକ୍ତିବିଶେଷ ଏଠାକୁ  ଯାଉଥିଲେ । ବୋଷ୍ଟନ ଅଞ୍ଚଳରେ ଥିବା  ଏହି ବେଶ୍ୟାଳୟରେ ଚଳିତବର୍ଷ ହିଁ  ଷ୍ଟିଙ୍ଗ୍‌ ଅପରେସନ ହୋଇଥିଲା । ଏଥିରେ  ଅନୁରାଗ ବାଜପେୟୀଙ୍କ ସମେତ ଅନ୍ୟ  କେତେକ ସ୍ଥାନୀୟ ସିଇଓ ଓ ଅଧିକାରୀଙ୍କୁ  ଗିରଫ କରାଯାଇଛି । ଜଉମୁଦ କୋର୍ଟ  ଦସ୍ତାବିଜରେ ଏମାନଙ୍କ ନାମ ରହିଛି ।  ଏତେ ବିବାଦ ସତ୍ତେ୍ୱ ଗ୍ରାଡିଆଣ୍ଟ କମ୍ପାନି  ଏହାର ସିଇଓଙ୍କ ସମର୍ଥନରେ ବୟାନ  ଜାରି କରିଛି । 

କମ୍ପାନିର ମୁଖପାତ୍ର ଫେଲିକ୍ସ  ୱାଙ୍ଗ୍‌ କହିଛନ୍ତି, ନ୍ୟାୟ ବ୍ୟବସ୍ଥା ଉପରେ  ଆମର ବିଶ୍ୱାସ ରହିଛି । ଠିକଣା ସମୟରେ  ମାମଲାର ସମାଧାନ ହେବା ନେଇ ଆଶା  କରୁଛୁ । ଗ୍ରାଡିଆଣ୍ଟ ଏହାର ପ୍ରଯୁକ୍ତିଗତ  ସୃଜନଶୀଳତାରେ ଉତ୍କର୍ଷତା ବଜାୟ ରଖିବ  ଏବଂ ସମାଜକୁ ସ୍ୱଚ୍ଛ ଜଳ ଯୋଗାଣକୁ  ସୁନିଶ୍ଚିତ କରିବା ଜାରି ରଖିବ ।

ଘରୋଇ ବିବାଦରେ ସବୁବେଳେ ଦୋଷୀ ନୁହେଁ ପୁରୁଷ, ସ୍ଵାମୀ ଏବଂ ଶାଶୁଘର ଲୋକଙ୍କ ପକ୍ଷ ଶୁଣିବା ଉଚିତ୍ କୋର୍ଟ