ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆମେରିକା ସେକ୍ସ ସ୍କାଣ୍ଡାଲ ମାମଲା: ଭାରତୀୟ ବଂଶୋଦ୍ଭବ ଅନୁରାଗ ବାଜପେୟୀ ଗିରଫ

Published By : Prameya | April 11, 2025 10:02 AM

ୱାଶିଂଟନ୍‌,୧୧/୦୪: ଆମେରିକାରେ ଏକ ହାଇପ୍ରୋଫାଇଲ୍‌ ସେକ୍ସ ସ୍କାଣ୍ଡାଲ ମାମଲାରେ ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସିଇଓଙ୍କୁ ଗିରଫ କରାଯାଇଛି । ସେ ହେଉଛନ୍ତି ସ୍ୱଚ୍ଛ ଜଳ ପରିଚାଳନା କରୁଥିବା ଷ୍ଟାର୍ଟଅପ୍‌ ଗ୍ରାଡିଆଣ୍ଟର ସିଇଓ  ଅନୁରାଗ ବାଜପେୟୀ । ହାର୍ଭାର୍ଡ ୟୁନିଭର୍ସିଟି  ନିକଟରେ ଥିବା ଆପାର୍ଟମେଣ୍ଟଗୁଡ଼ିକରେ ହାଇପ୍ରୋଫାଇଲ୍‌ ବେଶ୍ୟାଳୟ ପରିଚାଳିତ ହେଉଥିଲା । ଏଠାକୁ ଡାକ୍ତର, ଓକିଲ, କର୍ପୋରେଟ କାର୍ଯ୍ୟନିର୍ବାହୀ ଏବଂ ସରକାରୀ  ଅଧିକାରୀ ଆସୁଥିଲେ । ଚଳିତବର୍ଷ ଷ୍ଟିଙ୍ଗ୍‌  ଅପରେସନ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଥିଲା । 

ୱାଲ୍‌ ଷ୍ଟ୍ରିଟ୍‌  ଜର୍ନାଲରେ ପ୍ରକାଶିତ ରିପୋର୍ଟ ମୁତାବକ,  ଏହି ହାଇପ୍ରୋଫାଇଲ ବେଶ୍ୟାଳୟରେ ବିଶେଷକରି ଏସୀୟ ମହିଳାଙ୍କୁ ନିୟୋଜିତ କରାଯାଇଥିଲା । ଗ୍ରାହକଙ୍କ ଠାରୁ ଘଣ୍ଟା  ପିଛା ୬୦୦ ଡଲାର (ପ୍ରାୟ ୫୦ ହଜାର  ଟଙ୍କା) ନିଆଯାଉଥିଲା । ତେବେ ଗ୍ରାହକଙ୍କୁ  ନିଜ ପରିଚୟ, କର୍ମସ୍ଥଳୀ ଆଦି ସୂଚନା  ଦେବା ପରେ ହିଁ ବେଶ୍ୟାଳୟରେ ପ୍ରବେଶ  ଅନୁମତି ମିଳୁଥିଲା । 

ଷ୍ଟିଙ୍ଗ୍‌ ଅପରେସନରୁ  ଜଣାପଡ଼ିଥିଲା ଯେ ଅତିକମ୍‌ରେ ୩୦  ହାଇପ୍ରୋଫାଇଲ ବ୍ୟକ୍ତିବିଶେଷ ଏଠାକୁ  ଯାଉଥିଲେ । ବୋଷ୍ଟନ ଅଞ୍ଚଳରେ ଥିବା  ଏହି ବେଶ୍ୟାଳୟରେ ଚଳିତବର୍ଷ ହିଁ  ଷ୍ଟିଙ୍ଗ୍‌ ଅପରେସନ ହୋଇଥିଲା । ଏଥିରେ  ଅନୁରାଗ ବାଜପେୟୀଙ୍କ ସମେତ ଅନ୍ୟ  କେତେକ ସ୍ଥାନୀୟ ସିଇଓ ଓ ଅଧିକାରୀଙ୍କୁ  ଗିରଫ କରାଯାଇଛି । ଜଉମୁଦ କୋର୍ଟ  ଦସ୍ତାବିଜରେ ଏମାନଙ୍କ ନାମ ରହିଛି ।  ଏତେ ବିବାଦ ସତ୍ତେ୍ୱ ଗ୍ରାଡିଆଣ୍ଟ କମ୍ପାନି  ଏହାର ସିଇଓଙ୍କ ସମର୍ଥନରେ ବୟାନ  ଜାରି କରିଛି । 

କମ୍ପାନିର ମୁଖପାତ୍ର ଫେଲିକ୍ସ  ୱାଙ୍ଗ୍‌ କହିଛନ୍ତି, ନ୍ୟାୟ ବ୍ୟବସ୍ଥା ଉପରେ  ଆମର ବିଶ୍ୱାସ ରହିଛି । ଠିକଣା ସମୟରେ  ମାମଲାର ସମାଧାନ ହେବା ନେଇ ଆଶା  କରୁଛୁ । ଗ୍ରାଡିଆଣ୍ଟ ଏହାର ପ୍ରଯୁକ୍ତିଗତ  ସୃଜନଶୀଳତାରେ ଉତ୍କର୍ଷତା ବଜାୟ ରଖିବ  ଏବଂ ସମାଜକୁ ସ୍ୱଚ୍ଛ ଜଳ ଯୋଗାଣକୁ  ସୁନିଶ୍ଚିତ କରିବା ଜାରି ରଖିବ ।

ଘରୋଇ ବିବାଦରେ ସବୁବେଳେ ଦୋଷୀ ନୁହେଁ ପୁରୁଷ, ସ୍ଵାମୀ ଏବଂ ଶାଶୁଘର ଲୋକଙ୍କ ପକ୍ଷ ଶୁଣିବା ଉଚିତ୍ କୋର୍ଟ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.