ନୂଆଦିଲ୍ଲୀ,୨୪/୦୧: ଋଷରୁ ତେଲ କିଣିବା ପାଇଁ ଆମେରିକା ଭାରତ ଉପରେ ୨୫% ଶୁଳ୍କ କସିଥିଲା ଆମେରିକା । ଏହାକୁ ପରବର୍ତ୍ତୀ ସମୟରେ ବଢାଇ ଡବଲ୍ କଲା । ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡିଥିଲା । ଟାରିଫ୍ ପାଇଁ ଟ୍ରେଡ୍ ଡିଲ୍ ମଧ୍ୟ ଅଟକିଛି । ଏବେ ନିଜେ ଲଗାଇଥିବା ଟାରିଫକୁ କମାଇବା ଆମେରିକା । ରୁଷଠାରୁ ତେଲ କିଣା କମ୍ ହୋଇଥିବା କହି ଭାରତ ଉପରୁ ଏବେ ଆମେରିକା ଶୁଳ୍କ ଉଠାଇପାରେ । ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସାଣ୍ଟ କିଛି ଏମିତି ଦାବି କରିଛନ୍ତି । ସେ କହିଛନ୍ତି ଭାରତ ଋଷର ଅଶୋଧିତ ତେଲ କ୍ରୟକୁ ଯଥେଷ୍ଟ ହ୍ରାସ କରିଛି, ଯାହା ଫଳରେ ଆମେରିକାର ଶୁଳ୍କ ଉଠାଇବାର ସମ୍ଭାବନା ବୃଦ୍ଧି ପାଇଛି ।

ଭାରତରୁ ୨୫% ଶୁଳ୍କ ହଟାଇ ଦିଆଯିବ କି ? ଭାରତ ଉପରେ ଶୁଳ୍କ ଏବେ ବି ବଳବତ୍ତର ଅଛି, କିନ୍ତୁ ଭାରତ ରୁଷୀୟ ଅଶୋଧିତ ତୈଳ କ୍ରୟ ହ୍ରାସ କରିଛି, ଯାହା ଟ୍ରମ୍ପ ପ୍ରଶାସନକୁ ଶୁଳ୍କ ଉପରେ ପୁନଃବିଚାର କରିବାର ସୁଯୋଗ ଦେଇଛି ବୋଲି ସାକ୍ଷାତକାରରେ କହିଛନ୍ତି ଟ୍ରମ୍ପଙ୍କ ମନ୍ତ୍ରୀ ବେସାଣ୍ଟ । ସ୍କଟ୍ ବେସାଣ୍ଟ କହିଛନ୍ତି, "ୟୁକ୍ରେନ ଉପରେ ଆକ୍ରମଣ ପରେ ଭାରତକୁ ରୁଷୀୟ ତେଲ କିଣିବାରୁ ରୋକିବା ପାଇଁ ଆମେରିକା ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା । ଆମେରିକା ସେତେବେଳେ ରିପୋର୍ଟ କରିଥିଲା ​​ଯେ, ଭାରତୀୟ ରିଫାଇନାରୀମାନେ ରିହାତି ମୂଲ୍ୟରେ ରୁଷୀୟ ଅଶୋଧିତ ତେଲ କ୍ରୟକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି, କିନ୍ତୁ ବର୍ତ୍ତମାନ ଏହି କ୍ରୟଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏବେ ଭାରତ ରୁଷ ତେଲ କିଣିବା ବନ୍ଦ କରିଦେଇଛି, ତେଣୁ ଆମେରିକା ମଧ୍ୟ ଶୁଳ୍କ ଉଠାଇବା ବିଷୟରେ ବିଚାର କରିପାରେ । 

ଏହା ବି ପଢନ୍ତୁ...ପାଶ୍ଚାତ୍ୟ ଦେଶଙ୍କୁ ଝଟ୍କା; ଜାତିସଂଘରେ ଇରାନକୁ ଭାରତର ସମର୍ଥନ, ଏହି ପ୍ରସ୍ତାବରେ ଦେଲାନି ଭୋଟ୍

​​​​​​​ସ୍କଟ୍ ବେସାଣ୍ଟ ରୁଷ ସହିତ ବାଣିଜ୍ୟ କରୁଥିବାରୁ ୟୁରୋପୀୟ ଦେଶଗୁଡ଼ିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ୟୁରୋପୀୟ ଦେଶଗୁଡ଼ିକ ସାର୍ବଜନୀନ ଭାବରେ ରୁଷକୁ ସମାଲୋଚନା କରୁଛନ୍ତି, ଯେତେବେଳେ ସେହି ସମୟରେ, ସେମାନେ ଭାରତୀୟ ରିଫାଇନାରୀଗୁଡ଼ିକରେ ପ୍ରକ୍ରିୟାକରଣ ହୋଇଥିବା ରୁଷୀୟ ଅଶୋଧିତ ତୈଳରୁ ତିଆରି ପରିଷ୍କୃତ ଉତ୍ପାଦ କ୍ରୟ କରୁଛନ୍ତି ।" ବେସାଣ୍ଟ ୟୁରୋପୀୟ ସରକାରଙ୍କ ଏହି ନୀତିକୁ ସମାଲୋଚନା କରିଥିଲେ ।