ନ୍ୟୁୟର୍କ,୦୮/୦୮: ଆଗାମୀ  ୟୁଏସ ଓପନ ଗ୍ରାଣ୍ଡସ୍ଲାମ୍‌ର ପୁରସ୍କାର  ରାଶି ୨୦% ବୃଦ୍ଧି କରାଯାଇଛି । ଏଥର ମୋଟ୍‌ ପୁରସ୍କାର ରାଶିକୁ ୯୦ମିଲିୟନ  ଡଲାର ରଖାଯାଇଛି । ଅର୍ଥାତ ଗତ  ବର୍ଷର ପୁରସ୍କାର ରାଶି ତୁଳନାରେ ୨୦%  ବୃଦ୍ଧି ହୋଇଛି । ଏଥର ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସ ଚାମ୍ପିଅନଙ୍କୁ ୨.୫ମିଲିୟନ  ଡଲାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ  କରାଯିବ । ସେମି ଫାଇନାଲ୍‌ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧.୨୬ମିଲିୟନ ଡଲାର, କ୍ୱାର୍ଟର  ଫାଇନାଲ୍‌ ଖେଳାଳିଙ୍କୁ ୬,୬୦,୦୦୦  ଡଲାର ଓ ରାଉଣ୍ଡ-୧୬ ପ୍ରତିଯୋଗୀଙ୍କୁ  ୪ଲକ୍ଷ ଡଲାର ପୁରସ୍କାର ରାଶି ପ୍ରଦାନ  କରାଯିବ । ଡବଲ୍ସରେ ମଧ୍ୟ ପୁରସ୍କାର  ରାଶିକୁ ୨୩% ବୃଦ୍ଧି କରାଯାଇଛି । ଫଳରେ  ମହିଳା, ପୁରୁଷ ଡବଲ୍ସ ଓ ମିକ୍ସଡ ଡବଲ୍ସ  ବିଜେତାଙ୍କୁ ୧୦ଲକ୍ଷ ଡଲାର ଲେଖାଏଁ  ପୁରସ୍କାର ପ୍ରଦାନ କରାଯିବ । 

ଯୋଗ୍ୟତା  ପର୍ଯ୍ୟାୟରେ ଖେଳାଳିମାନେ ୮ମିଲିୟନ ଡଲାର ପୁରସ୍କାର ପାଇବେ । ଗତ  ବର୍ଷ ତୁଳନାରେ ଏହା ୧୦% ଅଧିକ । ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିମାନଙ୍କୁ  ଯାତ୍ରା ଖର୍ଚ୍ଚ ବାବଦରେ ୧୦୦୦ ଡଲାର  ଓ ୨ଟି ହୋଟେଲ କକ୍ଷ ପ୍ରଦାନ  କରାଯିବ । ଖେଳାଳିମାନେ ଆୟୋଜକଙ୍କ  ଅଫସିଆଲ୍‌ ହୋଟେଲରେ ନରହିବାକୁ ଚାହିଁଲେ ସେମାନଙ୍କୁ ଦୈନିକ ଅତିରିକ୍ତ  ୬୦୦ଡଲାର ପ୍ରଦାନ କରାଯିବ ।