ନୂଆଦିଲ୍ଲୀ,୨୩/୧୨; ଗୋଟିଏ କଥା କାହାକୁ ଅଛପା ନାହିଁ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେକୌଣସି ପରିସ୍ଥିତିରେ ଇତିହାସରେ ତାଙ୍କ ନାମ ଲିପିବଦ୍ଧ କରିବାକୁ ଚାହାଁନ୍ତି । ଅନେକ ଥର ଏହି ଚେଷ୍ଟା କରି ଚରମ ସ୍ଥିତିରେ ପହଞ୍ଚି ସାରିଛନ୍ତି ଟ୍ରମ୍ପ । ଏହାର ଆଉ ଏକ ଉଦାହରଣ ହେଉଛି ଆମେରିକା ଏହାର ଇତିହାସରେ ସବୁଠାରୁ ବଡ଼ ଯୁଦ୍ଧଜାହାଜ ନିର୍ମାଣ କରୁଛି, ଏବଂ ଟ୍ରମ୍ପ କହିଛନ୍ତି ଯେ ଏହା ତାଙ୍କ ନାମରେ ନାମିତ ହେବ। ଗତକାଲି (ସୋମବାର) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ପାଇଁ ଏକ ନୂଆ ଶ୍ରେଣୀର ଭାରୀ ସଶସ୍ତ୍ର ଯୁଦ୍ଧଜାହାଜ ନିର୍ମାଣ ନେଇ ଘୋଷଣା କରିଛନ୍ତି, ଯାହାର ନାମ ରହିବ 'ଟ୍ରମ୍ପ କ୍ଲାସ୍' । ଏବେ ପ୍ରଶ୍ନ ଉଠୁଛୁ କି, ଯୁଦ୍ଧଜାହାଜ ସାଧାରଣତଃ ଆମେରିକୀୟ ରାଷ୍ଟ୍ରପତି କିମ୍ବା ପଦ ଛାଡିଥିବା ନେତାଙ୍କ ନାମରେ ନାମିତ ହୋଇଥାଏ ।

​​​​​​​'ଟ୍ରମ୍ପ କ୍ଲାସ୍‌'  ଯୁଦ୍ଧଜାହାରର ବିଶେଷତ୍ୱ ​​କ’ଣ ?
୧. ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏହି ଯୁଦ୍ଧଜାହାଜର ଓଜନ ୩୦,୦୦୦ରୁ ୪୦,୦୦୦ ଟନ୍ ମଧ୍ୟରେ ହେବ ।
୨. ଏହା କ୍ଷେପଣାସ୍ତ୍ର ଏବଂ ବନ୍ଧୁକ ସହିତ, ଲେଜର ଏବଂ ହାଇପରସୋନିକ୍ କ୍ଷେପଣାସ୍ତ୍ର ଭଳି ବିଭିନ୍ନ ଉନ୍ନତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେବେ ।
୩. ଏହି ଜାହାଜଗୁଡ଼ିକ ପରମାଣୁ ଅସ୍ତ୍ରଶସ୍ତ୍ରଯୁକ୍ତ ସମୁଦ୍ରରୁ ନିକ୍ଷେପ କରାଯାଉଥିବା କ୍ରୁଜ୍ କ୍ଷେପଣାସ୍ତ୍ର ରୂପରେ ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ ହେବେ।
୪. ଟ୍ରମ୍ପ-କ୍ଲାସର ଜାହାଜଗୁଡ଼ିକ ପୂର୍ବରୁ ଥିବା ଆମେରିକୀୟ ବିଧ୍ୱଂସକାରୀ ଏବଂ କ୍ରୁଜରଗୁଡ଼ିକ ତୁଳନାରେ ଯଥେଷ୍ଟ ବଡ଼ ହେବ । ଏପର୍ଯ୍ୟନ୍ତ ଟ୍ରମ୍ପଙ୍କ କଥାରୁ ଏହା ଜଣାପଡିଛି କି, ଟ୍ରମ୍ପ-କ୍ଲାସର ଜାହାଜଗୁଡ଼ିକ ଆମେରିକାର ପୁରୁଣା ଆୟୋୱା-କ୍ଲାସର ଜାହାଜଗୁଡ଼ିକ ତୁଳନାରେ  ଛୋଟ ହେବ । ଆୟୋୱା-କ୍ଲାସର ଜାହାଜଗୁଡ଼ିକ ୧୯୯୦ରେ ଅବସର ନେଇଥିଲା । ସେଗୁଡ଼ିକୁ ବର୍ତ୍ତମାନ ନିଷ୍କ୍ରିୟ କରି ଦିଆଯାଇଛି ।