ନୂଆଦିଲ୍ଲୀ,୦୭/୦୫: ପହଲଗାମ ଆକ୍ରମଣର ପ୍ରତିଶୋଧ ସ୍ବରୁପ ଭାରତୀୟ ସେନା ଏଲ୍‌ଓସିର ପୋଟଲି, ବହଓ୍ବାଲପୁର, ମୁଜାଫରାବାଦ ଆଦି ୯ଟି ଆତଙ୍କବାଦୀ କ୍ୟାମ୍ପ ଉପରେ ମଧ୍ୟରାତ୍ରୀରେ ଏୟାରଷ୍ଟ୍ରାଇକ କରିଛି। ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ସାରା ଦେଶ ଏବେ ଭାରତୀୟ ସେନାକୁ ଭୂରୀ ଭୂରୀ ପ୍ରଶଂସା କରିଛି। ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବରିଷ୍ଠ ନେତା ଭାରତୀୟ ସେନାର ଅଦମ୍ୟ ଶକ୍ତିକୁ ପ୍ରଶଂସା କରିଛନ୍ତି।




ସୀମା ସଶସ୍ତ୍ର ବଳର ଏହି ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ 'ଆମେ ଏହା ବିଷୟରେ ଶୁଣିଲୁ। ମୁଁ ଭାବୁଛି ଲୋକମାନେ ଜାଣିଥିଲେ ଯେ ଏପରି କିଛି ଘଟିବ।' ଏହା ପୂର୍ବରୁ ମଧ୍ୟ ଘଟିଛି। ଟ୍ରମ୍ପ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଢ଼େଇ ବହୁତ ଦିନ ଧରି ଚାଲିଛି। ଏହି ଯୁଦ୍ଧ ଅନେକ ଦଶନ୍ଧି ଏବଂ ଶତାବ୍ଦୀ ଧରି ଚାଲିଆସିଛି। ତେବେ ମୁଁ ଆଶା କରୁଛି ଏହା ଶୀଘ୍ର ଶେଷ ହେବ।'